www.samajalive.in
Saturday, December 6, 2025
19.1 C
Bhubaneswar

ୟୁକ୍ରେନକୁ ସେନା ପଠାଇବାକୁ ଇଙ୍ଗିତ କଲା ଫ୍ରାନ୍ସ ; ରାଗିଗଲା ରୁଷ ,ଯୁଦ୍ଧ ପାଇଁ ଦେଲା ଧମକ..

ମସ୍କୋ : ରୁଷ ମଙ୍ଗଳବାର ନାଟୋ ଦେଶ ଗୁଡିକୁ ଚେତାବନୀ ଦେଇଛି। କ୍ରେମଲିନ୍‌‌ କହିଛନ୍ତି, ନାଟୋର ୟୁରୋପୀୟ ସଦସ୍ୟ ୟୁକ୍ରେନରେ ଯୁଦ୍ଧ ପାଇଁ ସେନା ପଠାଇଲେ, ଆମେରିକାର ନେତୃତାଧୀନ୍ୱ ସୈନ୍ୟ ସଙ୍ଗଠନ ମଧ୍ୟରେ ବିବାଦକୁ ଏଡେଇ ଦିଆଯାଇ ପାରିବ ନାହିଁ। ରୁଷ ପକ୍ଷରୁ ଏହି ଧମକ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କୁ ସେହି ସମୟରେ ମିଳିଥିଲା ଯେତେବେଳେ ସେ ନାଟୋ ସୈନିକଙ୍କୁ ୟୁକ୍ରେନ ପଠାଇବାକୁ କହିଥିଲେ। ୟୁରୋପୀୟ ନେତା ମାନଙ୍କ ଏକ ସମାବେଶରେ ୟୁକ୍ରେନ ଯୁଦ୍ଧକୁ ନେଇ ହୋଇଥିବା ଚର୍ଚ୍ଚାରେ ପରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ସୋମବାର କହିଥିଲେ, ଭବିଷ୍ୟତରେ ୟୁକ୍ରେନକୁ ପଶ୍ଚିମ ସୈନିକମାନଙ୍କୁ ପଠାଇବାର ସମ୍ଭାବନାକୁ ଏଡାଇ ଦିଆଯାଇ ପାରିବ ନାହିଁ।

ନାଟୋର ନେତାମାନେ ନିଜକୁ ମାକ୍ରନଙ୍କର ଏହି ବିବୃତ୍ତି ଠାରୁ ଦୂରେଇ ରଖିଛନ୍ତି। ଏଥିରୁ ଏହା ମଧ୍ୟ ପ୍ରମାଣିତ ହେଉଛି, ୟୁକ୍ରେନକୁ ସାହାଯ୍ୟ କରିବା ପାଇଁ ତା’ର ସହଯୋଗୀ ନିଜ ମଧ୍ୟରେ ସଂଘର୍ଷ କରୁଛନ୍ତି। କାରଣ ଆମେରିକାର ସଙ୍କଳ୍ପ କ୍ରମାଗତ ଭାବେ ଦୁର୍ବଳ ହେଉଛି ଓ ଯୁଦ୍ଧରେ ରୁଷକୁ ବଳ ମିଳୁଛି। କ୍ରେମଲିନ କହିଛନ୍ତି, ନାଟୋ ଦେଶ ଗୁଡିକ ଦ୍ୱାରା ସ୍ଥଳଭାଗ ହସ୍ତକ୍ଷେପ ପରେ ପଶ୍ଚିମ ସୈନ୍ୟ ସଙ୍ଗଠନ ଓ ରୁଷର ସୈନିକଙ୍କ ମଧ୍ୟରେ ସିଧାସଳଖ ମୁହାଁମୁହିଁ ହୋଇପାରନ୍ତି। ଯାହା ଅଧିକ ବିପଦପୂର୍ଣ୍ଣ। କ୍ରେମଲିନ୍‌‌ ମୁଖପାତ୍ର ଦିମିତ୍ରୀ ପେସ୍କୋଭ କହିଛନ୍ତି, ଏହା ନିଶ୍ଚିତ ଭାବରେ ଏହି ଦେଶର ହିତରେ ହେବ ନାହିଁ।

- Advertisement -

ୟୁକ୍ରେନ ଉପରେ ରୁଷର ଆକ୍ରମଣ ୨ ବର୍ଷରୁ ଅଧିକ ସମୟ ବିତି ସାରିଛି। ଫ୍ରାନ୍ସ ରାଷ୍ଟ୍ରପତି ପ୍ୟାରିସ୍‌‌ରେ ୨୦ ୟୁରୋପୀୟ ରାଷ୍ଟ୍ର ମୁଖ୍ୟ ଓ ଅନ୍ୟ ପାଶ୍ଚାତ୍ୟ ଅଧିକାରୀଙ୍କ ଉପସ୍ଥିତିରେ ବୈଠକରେ କହିଛି, ଆମେ ଆବଶ୍ୟକ ଅନୁଯାୟୀ ସମସ୍ତ ପଦକ୍ଷେପ ଗ୍ରହଣ କରିବୁ ଯେପରି ରୁଷ ଯୁଦ୍ଧରେ ବିଜୟୀ ହେବ ନାହିଁ। ମାକ୍ରନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଏକ ସରକାରୀ ସମର୍ଥିତ ଢଙ୍ଗରେ ଘଟଣାସ୍ଥଳକୁ ସୈନିକ ପଠାଇବା ନେଇ ବର୍ତ୍ତମାନ କୌଣସି ସହମତି ନାହିଁ, ମାତ୍ର ପରବର୍ତ୍ତି ପରିସ୍ଥିତିକୁ ଦୃଷ୍ଟିରେ ରଖି କୌଣସି ସମ୍ଭାବନାକୁ ଏଡାଇ ଦିଆଯାଇ ପାରିବ ନାହିଁ।

ମାକ୍ରନ ତାଙ୍କ ବିବୃତ୍ତି ପାଇଁ ନାଟୋ ଦେଶରୁ କୌଣସି ସମର୍ଥନ ପାଇନାହାଁନ୍ତି। ଆମେରିକାର ରାଷ୍ଟ୍ରପତି କାର୍ୟ୍ୟାଳୟ ହ୍ୱାଇଟ୍‌‌ ହାଉସର ଜାତୀୟ ସୁରକ୍ଷା ପରିଷଦର ମୁଖପାତ୍ର ଏଡ୍ରିଏନ ୱାଟସନ କହିଛନ୍ତି, ୟୁକ୍ରେନରେ ଯୁଦ୍ଧ କରିବା ପାଇଁ ଆମେରିକା ସୈନ୍ୟ, ପଠାଇବ ନାହିଁ । ଏହି ବୈଠକରେ ଜର୍ମାନ ଚାନସେଲର ଓଲାଫ ସ୍କୋଲଜ ଏବଂ ପୋଲାଣ୍ଡର ରାଷ୍ଟ୍ରପତି ଆନ୍ଦ୍ରେଜ୍‌‌ ଡୁଡା ଏବଂ ବାଲଟିକ୍ ଦେଶର ନେତାମାନେ ଯୋଗ ଦେଇଥିଲେ। କେଉଁ ଦେଶ ସୈନ୍ୟ ପଠାଇବାକୁ ଚିନ୍ତା କରୁଛନ୍ତି ସେ ସମ୍ବନ୍ଧରେ ମାକ୍ରନ୍ ଅଧିକ ବିବରଣୀ ଦେବାକୁ ମନା କରି କହିଛନ୍ତି ଯେ ସେ କିଛି ‘ରାଜନୈତିକ ଅସ୍ପଷ୍ଟତା’ ବଜାୟ ରଖିବାକୁ ପସନ୍ଦ କରିଛନ୍ତି। ୧୯୬୨ ମସିହାରେ କ୍ୟୁବା ମିସାଇଲ କ୍ଷେପଣାସ୍ତ୍ର ସଙ୍କଟ ପରେ ପାଶ୍ଚାତ୍ୟ ଦେଶ ସହିତ ରୁଷର ସମ୍ପର୍କ ସବୁଠାରୁ ଖରାପ ସ୍ତରରେ ପହଞ୍ଚିଛି। ରାଷ୍ଟ୍ରପତି ପୁଟିନ ଏହା ପୂର୍ବରୁ ନାଟୋ ସହ ସିଧାସଳଖ ସଂଘର୍ଷର ଚେତାବନୀ ଦେଇଛନ୍ତି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories