www.samajalive.in
Sunday, December 14, 2025
14.1 C
Bhubaneswar

ପାନୀୟଜଳ ଯୋଗାଣ ଦାବିରେ ମହିଳାଙ୍କ ରାସ୍ତା ଅବରୋଧ

କେନ୍ଦୁଝରଗଡ଼: ପାନୀୟଜଳ ଯୋଗାଣ ଦାବିରେ କେନ୍ଦୁଝର ସହର ଉପକଣ୍ଠ ଗୋବିନ୍ଦପୁର ଓ ବାମ୍ପାର ଗ୍ରାମର ଶତାଧିକ ମହିଳା ମଙ୍ଗଳବାର ସକାଳ ୭ରୁ ୧୧ଟା ପର୍ଯ୍ୟନ୍ତ କେନ୍ଦୁଝର-ପାଟଣା ରାସ୍ତାକୁ ଦୀର୍ଘ ୪ଘଣ୍ଟା ଧରି ଅବରୋଧ କରି ରଖିଥିଲେ। ଏହି ଦୁଇ ଗ୍ରାମରେ ବର୍ଷତମାମ ପାନୀୟଜଳ ସହ ଗାଧୋଇବା ପାଇଁ ଜଳାଭାବ ଥିବାନେଇ ଗ୍ରାମବାସୀଙ୍କ ପକ୍ଷରୁ ପ୍ରଶାସନ ନିକଟରେ ବାରମ୍ବାର ଗୁହାରୀ ସତ୍ତ୍ବେ କୌଣସି ସୁଫଳ ନମିଳିବାରୁ ସ୍ଥାନୀୟ ୱାର୍ଡ ସଭ୍ୟ ମନୋରଞ୍ଜନ ସାହୁଙ୍କ ନେତୃତ୍ୱରେ ଶତାଧିକ ମହିଳା ବାଧ୍ୟ ହୋଇ ରାସ୍ତା ଅବରୋଧ କରିଥିଲେ। ଖବରପାଇ ସଦର ବିଡିଓ ତିଳୋତ୍ତମା ପୃଷ୍ଟିି, ସଦର ଏସ୍‌‌ଡିପିଓ ମହେନ୍ଦ୍ରନାଥ ମୁର୍ମୁ, ସ୍ଥାନୀୟ ମଣ୍ଡୁଆ ପଞ୍ଚାୟତ ସମିତିସଭ୍ୟା କିରଣବାଳା ନାଏକ, ଗ୍ରାମ୍ୟ ପାନୀୟଜଳ ଯୋଗାଣ ବିଭାଗ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନରତ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଉଭୟ ଗ୍ରାମରେ ଥିବା ଅଚଳ ନଳକୂପକୁ ତୁରନ୍ତ ସଚଳ କରିବା ସହ ଆବଶ୍ରକତା ଦୃଷ୍ଟିରୁ ଦୁଇଟି ନଳକୂପ ନିର୍ମାଣ ନିମନ୍ତେ ଆନ୍ଦୋଳନରତ ଗ୍ରାମବାସୀ ଜିଦ୍‌‌ ଧରି ବସିଥିଲେ। ଦୁଇଦିନ ମଧ୍ୟରେ ଅଚଳ ନଳକୂପ ମରାମତି ସହ ନୂତନ ନଳକୂପ ନିର୍ମାଣ ନେଇ ବିଭାଗୀୟ ଯନ୍ତ୍ରୀଙ୍କ ଲିଖିତ ପ୍ରତିଶ୍ରୁତି ସହ ପାଇପଯୋଗେ ଘରକୁ ଘର ପାନୀୟଜଳ ଯୋଗାଣ ପ୍ରକଳ୍ପ ମଧ୍ୟ ଆସନ୍ତା ୨ମାସ ମଧ୍ୟରେ କାର୍ଯ୍ୟକ୍ଷମ କରାଯିବା ଲିଖିତ ପ୍ରତିଶ୍ରୁତି ପରେ ପୂର୍ବାହ୍ନ ୧୧ଟାରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories