www.samajalive.in
Sunday, December 14, 2025
23.1 C
Bhubaneswar

ଅମୃତ ଭାରତ ଯୋଜନାରେ ଯୋଡିହେଲା କେନ୍ଦୁଝରଗଡ ଷ୍ଟେସନ

କେନ୍ଦୁଝରଗଡ: ଦେଶର ୫୫୪ ରେଳ ଷ୍ଟେସନ ଅମୃତ ଭାରତ ଯୋଜନାରେ ଯୋଡିହୋଇଥିବା ବେଳେ କେନ୍ଦୁଝରଗଡ଼ ଷ୍ଟେସନ ମଧ୍ୟ ଏହି ଯୋଜନାରେ ଯୋଡି ହୋଇଛି। ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ୫୫୪ ଅମୃତ ଷ୍ଟେସନ ସହ ୧୫୦୦ ରେଳ ଓଭରବ୍ରିଜ୍‍ ଓ ଅଣ୍ଡର ପାସ୍‍ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କରିଛନ୍ତି।

ଏହି ଯୋଜନାରେ କେନ୍ଦୁଝର ଜିଲାର କେନ୍ଦୁଝରଗଡ଼ ଓ ଜରୋଲି ରେଳ ଷ୍ଟେସନ ସାମିଲ ହୋଇଛି। ଭିଡ଼ିଓ କନଫରେନସିଂ ମାଧ୍ୟମରେ ପ୍ରଥମେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସ୍ୱାଗତ ଜଣାଇଥିଲେ। ଏହି ଅବସରରେ କେନ୍ଦୁଝରଗଡ଼ ରେଳ ଷ୍ଟେସନଠାରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ ଉପସ୍ଥିତ ରହି ଜିଲାବାସୀଙ୍କୁ ଏହି ଉପହାର ପାଇଁ ଜିଲାବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।

- Advertisement -

ଏଥିସହ କେନ୍ଦୁଝର ଦେଇ ନୂଆଦିଲ୍ଲୀକୁ ଯାତ୍ରିବାହୀ ଟ୍ରେନ ଚଳାଚଳ ଆସନ୍ତା ମାର୍ଚ୍ଚ ମାସରେ ଆରମ୍ଭ ହେବାକୁ ଯାଉଥିବାରୁ ବିଧାୟକ ଶ୍ରୀ ମାଝୀ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଓ ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ ଶୁଭେଛା ଜ୍ଞାପନ କରିବା ସହ କେନ୍ଦୁଝରଗଡ-ଖୋର୍ଦ୍ଧା ମେମୁ ଟ୍ରେନ ଏବଂ ବଡବିଲ-ପୁରୀ ଇଣ୍ଟରସିଟି ଟ୍ରେନ ପ୍ରାୟତଃ ବିଳମ୍ବରେ ଚଳାଚଳ କରୁଥିବାରୁ ଏହା କିଭଳି ଧାର୍ୟ୍ୟ ସମୟସୀମା ମଧ୍ୟରେ ଚଳାଚଳ କରି ଜିଲାବାସୀଙ୍କୁ ଉନ୍ନତମାନର ଯାତ୍ରୀସେବା ଯୋଗାଇ ଦେବେ ସେ ସମ୍ପର୍କରେ ଉପସ୍ଥିତ ରେଳ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ୟ୍ୟକ୍ରମରେ ରେଙ୍ଗାଲି ବିଧାୟକ ନାଉରୀ ନାଏକ, ନିଳଗିରି ବିଧାୟକ ସୁକାନ୍ତ କୁମାର ନାୟକ, କେନ୍ଦୁଝରଗଡ଼ ନଗରପାଳ ନିକୁ ସାହୁ, ରେଳ ବିଭାଗ ଅଧିକାରୀ ପୀତବାସ ପଣ୍ଡା, ବୀନିତ କୁମାର ଯାଦବ ଓ ବିଜୟ କୁମାର ବାନା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଉପଲକ୍ଷେ ଆୟୋଜିତ ବିଦ୍ୟାଳୟସ୍ତୀୟ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories