www.samajalive.in
Sunday, December 14, 2025
23.1 C
Bhubaneswar

ଏ.ଓ.ଜି.ବି.ଓ ,ଓ.ଜି.ବି.ଇ.ଏ ଏବଂ ଓ.ଜି.ବି.ଆର.ଏର ଧର୍ମଘଟ

ଭୁବନେଶ୍ୱର- ଅଲଇଣ୍ଡିଆ ରିଜିଓନାଲ୍‌ ରୁରାଲ ବ୍ୟାଙ୍କ୍ ଏମ୍ପ୍ଲୟୀସ୍ ଆସୋସିଏସନ୍ (ଏ.ଆଇ.ଆର.ଆର.ବି.ଇ.ଏ) ତରଫରୁ ସର୍ବଭାରତୀୟ ସ୍ତରରେ ତା:୨୩/୦୨/୨୪ ରେ ବିଭିନ୍ନ ଦାବିନେଇ ଧର୍ମଘଟ କରାଯାଇଥିଲା । ଆଇ.ଆର.ଆର.ବି.ଇ.ଏ ଆହ୍ଵାନ କ୍ରମେ ଆସୋସିଏସନ୍ ଅଫ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଅଫିସରସ୍ (ଏ.ଓ.ଜି.ବି.ଓ), ଓଡିଶା ଗ୍ରାମ୍ୟ ବ୍ୟାଙ୍କ୍ ଏମ୍ପ୍ଲୟୀସ୍ ଆସୋସିଏସନ୍ (ଓ.ଜି.ବି.ଇ.ଏ)ଏବଂ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ରିଟାୟାର୍ସ ଆସୋସିଏସନ୍ (ଓ.ଜି.ବି.ଆର.ଏ) ଉକ୍ତ ଧର୍ମଘଟକୁ ସଫଳତାର ସହ ଆୟୋଜିତ କରିଥିଲେ । ଉକ୍ତଧର୍ମଘଟରେ ଏ.ଓ.ଜି.ବି.ଓ ତରଫରୁ ବିଭିନ୍ନ ଜାଗାରେ ଦାବି ପୁରଣ ନିମନ୍ତେ ପ୍ରଦର୍ଶନ କରାଯାଇଥିଲା । ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖା କାର‌୍ୟ୍ୟାଳୟ ସାମ୍ନାରେ ଏ.ଓ.ଜି.ବି.ଓ ର ଦଳୀୟ ନେତା ଏବଂ ଅନ୍ୟ ସଦସ୍ୟମାନେ ମିଳିତ ଭାବେ ବିଭିନ୍ନ ଦାବି ପୂରଣ ପାଇଁ ସ୍ଲୋଗାନ ଦେଇଥିଲେ । ଉକ୍ତ ଧର୍ମଘଟରେ ଏ.ଓ.ଜି.ବି.ଓ ର ସଭାପତି ଅସିତ୍‌ ଖଣ୍ଡାଇ, ସାଧାରଣ ସମ୍ପାଦକ ସାଗର ଗୁରୁ, ଚିଫ ଆଡଭାଇଜର ସତ୍ୟବ୍ରତ ନନ୍ଦ, ଓ.ଜି.ବି.ଆର.ଏ ର ସଭାପତି ମନୋଜ ମହାନ୍ତି, ସାଧାରଣ ସମ୍ପାଦକ ବସନ୍ତ ଦାଶ, ଏନ୍.ଏଫ.ଆର.ଆର.ବି.ଓ ର ଜଏଣ୍ଟ ସେକ୍ରେଟାରୀ ମହେଶ୍ୱର ମହାରଣା, ଓ.ଜି.ବି.ଇ.ଏ ର ସଭାପତି ପ୍ରିତମ ପୁହାଣ, ସାଧାରଣ ସମ୍ପାଦକ କୈବଲ୍ୟ ନାୟକ, ସମେତ ଅନ୍ୟ ବରିଷ୍ଠ ନେତା ମାନେ ଉପସ୍ଥିତ ରହି ଦଳର ସଦସ୍ୟମାନଙ୍କୁ ଉତ୍ସାହିତ କରିଥିଲେ । ଶେଷରେ ସମସ୍ତ ଦଳୀୟ ନେତା ଓଡ଼ିଶା ଗ୍ରାମ୍ୟବ୍ୟାଙ୍କର ଅଧ୍ୟକ୍ଷ ଋଷି ସିଂଙ୍କୁ ଭେଟିଥିଲେ ଏବଂ ନଅ ଦଫା ଦାବି ନେଇ ଏକ ସ୍ମାରକ ପତ୍ର ତାଙ୍କୁ ଉପସ୍ଥାପନ କରିଥିଲେ । ଅଧ୍ୟକ୍ଷ ଶ୍ରୀସିଂ ଦଳୀୟ ନେତା ଏବଂ ସମସ୍ତ ସଦସ୍ୟଙ୍କ ମତକୁ ଶୁଣିଥିଲେ ଏବଂ ଆସୋସିଏସନ୍ ର ସମସ୍ତ ଦାବିକୁ ଭାରତ ସରକାରଙ୍କ ଆର୍ଥିକ ସେବା ବିଭାଗ (ଡି.ଏଫ୍.ଏସ) ସାମ୍ନାରେ ଉପସ୍ଥାପନ କରିବେ ବୋଲି ଆଶ୍ଵାସନାଦେଇଥିଲେ ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories