www.samajalive.in
Saturday, December 13, 2025
21.1 C
Bhubaneswar

ଆହ୍ଲାବାଦ ହାଇକୋର୍ଟରୁ ମୁସଲିମ ପକ୍ଷଙ୍କୁ ବଡ ଝଟକା; ଜାରି ରହିବ ପୂଜା

ସମାଜ ଡିଜିଟାଲ ଡେସ୍କ: ଜ୍ଞାନବାପି ମସଜିଦ ମାମଲାରେ ପୁଣି ମୁସଲିମ ପକ୍ଷଙ୍କୁ ଝଟକା ଲାଗିଛି। ତୋଷଖାନାରେ ହିନ୍ଦୁ ପକ୍ଷ ପୂଜା ଆରମ୍ଭ କରିବା ବିରୋଧରେ ଆହ୍ଲାବାଦ ହାଇକୋର୍ଟ ଯାଇଥିଲେ ମୁସଲିମ୍‍ ପକ୍ଷ। ଅନଜୁମନ ଇନ୍ତଜାମିଆ ମସଜିଦ କମିଟିର ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ। ଆବେଦନ ଖାରଜ ହେବା ପରେ ଏବେ ତୋଷଖାନାରେ ପୂଜା ଜାରି ରହିବ। କାଶୀ ବିଶ୍ୱନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ତୋଷଖାନାରେ ପୂଜା କରିବା ଅଧିକାରକୁ ନେଇ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ମୁସଲିମ ପକ୍ଷ। ହେଲେ ମୁସଲିମ ପକ୍ଷଙ୍କ ଆବେଦନ ଖାରଜ ହୋଇଛି। ଜଷ୍ଟିସ୍‍ ରୋହିତ ରଞ୍ଜନ ଅଗ୍ରୱାଲଙ୍କ ବେଞ୍ଚ ଏହି ରାୟ ଶୁଣାଇଛନ୍ତି।

ପୂର୍ବରୁ ହିନ୍ଦୁ ପକ୍ଷ ପୂଜାର୍ଚ୍ଚନା ପାଇଁ ବାରଣାସୀ ଜିଲ୍ଲା ଜଜଙ୍କ କୋର୍ଟରେ ଅପିଲ କରିଥିଲେ । ଯାହାର ଶୁଣାଣି କରି ଜାନୁଆରୀ ୩୧ରେ ପୂଜା ଆରମ୍ଭ କରିବାକୁ ବାରଣାସୀ ଜିଲା ଜଜ ଅନୁମତି ଦେଇଥିଲେ। ଜିଲା ଜଜଙ୍କ ଅନୁମତିକୁ ମଧ୍ୟ ହାଇକୋର୍ଟ ସମର୍ଥନ କରିଛନ୍ତି। କିନ୍ତୁ ତଳ କୋର୍ଟଙ୍କ ନିର୍ଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ମୁସଲିମ ପକ୍ଷ । ଫେବ୍ରୁଆରୀ ୧୫ରେ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଥିଲେ କୋର୍ଟ । ସୋମବାର ହିନ୍ଦୁ ପକ୍ଷ ପୂଜା ଜାରି ରଖିବା ପାଇଁ ବଡ଼ ରାୟ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories