କୋରାପୁଟ : କୋରାପୁଟ ଜିଲା ଜୟପୁର ସ୍ଥିତ ଜଗନ୍ନାଥ ସାଗର ନାମକ ପୋଖରୀରୁ ଗୁରୁବାର ୨ବର୍ଷ ୫ମାସର ଏକ ଶିଶୁକୁ ଉଦ୍ଧାର କରାଯାଇଛି। ଶିଶୁଟି ପୋଖରୀରେ ବୁଡ଼ି ଯାଉଥିବା ବେଳେ ସ୍ଥାନୀୟ ଲୋକେ ତାକୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ତେବେ ଶିଶୁଟିର ପରିଚୟ ମିଳିପାରି ନାହିଁ। ଖବର ପାଇ ପୁଲିସ ଓ ଚାଇଲ୍ଡ ହେଲ୍ପ ଲାଇନ ସଦସ୍ୟ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
Popular Categories



