www.samajalive.in
Friday, December 12, 2025
16.1 C
Bhubaneswar

ଭିନ୍ନକ୍ଷମ ଖେଳାଳି ଠକେଇର ଶିକାର

ଭବାନୀପାଟଣା: ଜଣେ ଉଦୀୟମାନ ପାରା ବ୍ୟାଡମିଣ୍ଟନ ଖେଳାଳିଙ୍କୁ କ୍ରୀଡା ଉପଯୋଗୀ ସ୍ବତନ୍ତ୍ର ଗୋଡ ଯୋଗାଇବାକୁ ସରକାର ଅନୁଦାନ ଦେଇଥିଲେ। ଅଥଚ ଏଆରସି ନାମକ ସଂପୃକ୍ତ ସଂସ୍ଥା ତାଙ୍କୁ ଏକ ସାମାନ୍ୟ ଗୋଡ ଦେଇ ଅର୍ଥ ହଡ଼ପ କରିଥିବା ଅଭିଯୋଗ ହେଇଛି। ଏକଥା ଜାଣି ସୁଦ୍ଧା ବିଭାଗୀୟ ଅଧିକାରୀ ସଂପୃକ୍ତ ଖେଳାଳିଙ୍କୁ କ୍ରୀଡା ଉପଯୋଗୀ ସ୍ବତନ୍ତ୍ର ଗୋଡ ଯୋଗାଇ ଦେଉ ନାହାନ୍ତି। ଫଳରେ ବିଭିନ୍ନ ପ୍ରତିଯୋଗୀତାରେ ଭାଗନେବାରେ ତାଙ୍କୁ ସମସ୍ୟା ଦେଖା ଦେଇଛି। କଳାହାଣ୍ଡିର ଉଦୀୟମାନ ପାରା ବ୍ୟାଡମିଣ୍ଟନ ଖେଳାଳି ଆକାଶ ମୁଣ୍ଡଙ୍କୁ କ୍ରୀଡା ଉପଯୋଗୀ ସ୍ବତନ୍ତ୍ର କୃତ୍ରିମ ଗୋଡ ଯୋଗାଇବା ପାଇଁ କଳାହାଣ୍ଡି ଜିଲ୍ଲାପାଳ ଏସଏସଇପିଡି ବିଭାଗକୁ ପତ୍ର ଲେଖିଥିଲେ। ୨୦୨୨ ମସିହାରେ ଜିଲ୍ଲାପାଳଙ୍କ ଚିଠି ପରେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏଥିପାଇଁ ୩ ଲକ୍ଷ ୩୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ମଞ୍ଜୁର କଲେ। କ୍ୟାପିଟାଲ ହସ୍ପିଟାଲ ପରିସରରେ ଥିବା ଏଆରସି ସଂସ୍ଥାକୁ ଏହି ଟଙ୍କା ଦିଆଗଲା। ହେଲେ ଏଆରସି କର୍ତ୍ତୃପକ୍ଷ ଵିଆର ବାଇଓମେଡିକାଲରୁ ଏକ ନିମ୍ନ ମାନର କୃତ୍ରିମ ଗୋଡ ଆଣି ଆକାଶଙ୍କୁ ଦେଇଥିଲେ। କୃତ୍ରିମ ଗୋଡ଼ଟି ଏଭଳି ତିଆରି ହେଇଥିଲା ଯେ ବ୍ୟବହାର କରିବାର କିଛି ମାସ ପରେ ତାହା ଭାଙ୍ଗିଗଲା। ଏନେଇ ଆକାଶ ଅଭିଯୋଗ କରିବା ଯୋଗୁଁ ତାକୁ ବଦଳାଇବା ପରିବର୍ତ୍ତେ ମରାମତି କରି ଆକାଶଙ୍କୁ ଦିଆଗଲା। ଏନେଇ ଆକାଶ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ ହେଲା। ବିଭାଗୀୟ ସ୍ବତନ୍ତ୍ର ସଚିବ ଦିଲ୍ଲୀପ କୁମାର ରାୟଙ୍କ ପତ୍ର ସଂଖ୍ୟା ୮୮୬୫/ ୨୭.୧୦.୨୩ରେ ଆକାଶ ଙ୍କୁ ଉଚ୍ଚ ମାନର ସ୍ବତନ୍ତ୍ର କୃତ୍ରିମ ଗୋଡ ଦିଆଯିବାକୁ ନିର୍ଦ୍ଦେଶ ଦିଆଗଲା। ଅଥଚ ନିର୍ଦ୍ଦେଶର ୪ ମାସ ପରେ ମଧ୍ୟ ଆକାଶ ମୁଣ୍ଡଙ୍କୁ କ୍ରୀଡା ଉପଯୋଗୀ ସ୍ବତନ୍ତ୍ର କୃତ୍ରିମ ଗୋଡ ମିଳି ପାରିଲା ନାହିଁ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories