ଆଠଗଡ: ଆଠଗଡର ବର୍ଦ୍ଧିତ ଟ୍ରାଫିକ ସମସ୍ୟାକୁ ଦୂର କରିବା ପାଇଁ ସହର ଚତୁର୍ପାଶ୍ୱରେ ବହୁ ପ୍ରତିକ୍ଷିତ ‘ରିଙ୍ଗ ରୋଡ’ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞୁର କରିବା ପରେ ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଶନିବାର ଅପରାହ୍ନରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଆଠଗଡ ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ସ୍ଥାନୀୟ ବିଧାୟକ ତଥା କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି। ୪୨.୧୨ କୋଟି ଟଙ୍କା ବ୍ୟୟ ଅଟକଳରେ ଦୁଇ ଥାକିଆ ଏହି ରିଙ୍ଗ ରୋଡ ପାଇଁ ଗତ ୨୦ ତାରିଖରେ ଟେଣ୍ଡର ଆହ୍ୱାନ କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ଅଧ୍ୟକ୍ଷତା କରି ବ୍ଲକ ବିଜେଡି ସଭାପତି ରବିନ୍ଦ୍ରନାଥ ରାଉତ ୮.୯୬୦ କିମି ଦୀର୍ଘ ଏହି ରିଙ୍ଗ ରୋଡ ନିର୍ମାଣ ହେବା ପରେ ଆଠଗଡ ସହରର ଟ୍ରାଫିକ ସମସ୍ୟା ସମାଧାନ ହେବା ସହିତ ସହରର ବିକାଶ ଆହୁରି ତ୍ବରାନ୍ବିତ ହେବ ବୋଲି ମତପ୍ରକାଶ କରିଥିଲେ।
Popular Categories



