www.samajalive.in
Saturday, December 6, 2025
15.1 C
Bhubaneswar

ସୁନା ଚୋରାଚାଲାଣର ଉପାୟ ଦେଖି ପୁଲିସ ବି କାବା ; ଧରାପଡିଲା ୫୦ ଲକ୍ଷ ଟଙ୍କାର ସୁନା

ନାଗପୁର : କିଛି ବର୍ଷ ମଧ୍ୟରେ ନାଗପୁର ବିମାନବନ୍ଦରରେ ସୁନା ଚୋରାଚାଲାଣର ଅନେକ ମାମଲା ସାମ୍ନାକୁ ଆସିଛି। ପୁଣି ଏଠାରେ କଷ୍ଟମ୍ସ ବିଭାଗ ୫୦ ଲକ୍ଷ ଟଙ୍କାର ସୁନା ଓ ୭୭ ଲକ୍ଷ ଟଙ୍କାର ମୋବାଇଲ, ଘଣ୍ଟା ସହ କୋଟି କୋଟି ଟଙ୍କାର ଜିନିଷ ଜବତ କରାଯାଇଛି। ଯେଉଁ ବ୍ୟକ୍ତି ନିକଟରୁ ଏସବୁ ଜବତ ହୋଇଛି, ସେ ଶାରଜାହରୁ ଫେରୁଥିଲେ। ପୁଲିସ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି।
ମିଳିଥିବା ସୂଚନାନୁଯାୟୀ, ନାଗପୁର ବିମାନବନ୍ଦରରେ ଉକ୍ତ ବ୍ୟକ୍ତିଙ୍କ ବ୍ୟାଗ୍‌‌ ଖେଲାଯିବା ପରେ ସେଥିରେ ବହୁତ ପୋଷାକ ଥିବା ଦେଖାଯାଇଥିଲା। ପୁଲିସ ତଲାସି ନେବା ସମୟରେ ସନ୍ଦେହ ହୋଇଥିଲା। ଏହାରେ ପୁଲିସ ସେହି ପୋଷାକକୁ କଇଁଚି ଦ୍ୱାରା କାଟି ଥିଲେ।
ପୁଲିସ ପୋଷାକ କାଟିବା ମାତ୍ରେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲା। ପୋଷାକ ମଧ୍ୟରେ ସୁନା ଥିଲା। ଯାହାକୁ ସ୍ପ୍ରେ କରି ଲୁଚା ଯାଇଥିଲା। ପୋଷାକରେ ସୁନା ସ୍ପ୍ରେ କରିବା ପରେ ଏହାକୁ ସିଲେଇ କରାଯାଇଥିଲା। ଏହାପରେ ପୁଲିସ ମୋଟ ୫୦ ଲକ୍ଷ ୭୦ ହଜାରର ସୁନା ଜବତ କରିଥିଲା। ଏହାସହ ଏହି ଯାତ୍ରୀଙ୍କ ଠାରୁ ୭୭ ଲକ୍ଷ ଟଙ୍କାର ମୋବାଇଲ, ସ୍ମାର୍ଟ ଘଣ୍ଟା ଆଦି ମିଳିଛି।
ଗିରଫ ବ୍ୟକ୍ତି ଜଣକ ନାଗପୁର ଆସିଥିଲେ। କଷ୍ଟମ୍ସ ବିଭାଗ ସୁନା ଚୋରାଚାଲାଣ ନେଇ ଖବର ପାଇବା ପରେ ଟିମ୍‌‌ ସତର୍କ ରହି ଚଢାଉ କରିବା ପରେ ଯୁବକକୁ ଗିରଫ କରିଥିଲା। ଏହି ଅଭିନବ ଉପାୟ ଦେଖି ପୁଲିସ ଟିମ୍‌‌ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଘଟଣାର ତଦନ୍ତ ଜାରି ରହିଛି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories