www.samajalive.in
Saturday, December 6, 2025
26.1 C
Bhubaneswar

ମୋଟର ସାଇକେଲରେ ମାଲକାନଗିରି ପହଞ୍ଚିଲେ ସୁପରଷ୍ଟାର ସିଦ୍ଧାନ୍ତ 

ମାଲକାନଗିରି: ମୋଟର ସାଇକେଲରେ ମାଲକାନଗିରି ପହଞ୍ଚିଲେ ଓଡ଼ିଆ ସିନେ ତାରକା ସିଦ୍ଧାନ୍ତ ମହାପାତ୍ର। ଦୀର୍ଘ ୬୫୦ କିଲୋମିଟର ବାଇକ ଚଳାଇ ମାଲକାନଗିରି ଜିଲା ସଦରମହକୁମାଠାରେ ପହଞ୍ଚିଛନ୍ତି ସିଦ୍ଧାନ୍ତ। ଓଡ଼ିଶା ସୁପର ରାଇଡିଙ୍ଗ ପକ୍ଷରୁ ୨୫ ଜଣିଆ ଟିମ୍ ମାଲକାନଗିରି ଜିଲା ପ୍ରାକୃତିକ ସୌନ୍ଦର୍ଯ୍ୟଭରା ସତିଗୁଡ଼ା ଇକୋ ପାର୍କଠାରେ ଆସି ପହଞ୍ଚିଛଥିଲେ। ସତିଗୁଡ଼ା ପାର୍କରେ ପୁରା ଟିମ୍ ରାତ୍ରି ଯାପନ କରିଥିଲେ। ଏଠାରେ ମିଳିଥିବା ଖାଦ୍ୟର ବେଶ୍ ପ୍ରଶଂସା କରିବା ସହିତ ପାଣିରେ ବୋଟିଙ୍ଗ କରିବା, କଟେଜରେ ରାତି ରହଣିଠାରୁ ନେଇ ସୁବ୍ୟବସ୍ଥା ଉପରେ ବନ ବିଭାଗର ଉଚ୍ଚ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଥିଲେ । ଏପରିକି ଏଠାକାର ରାସ୍ତାଘାଟ, ପାହାଡ଼ ପର୍ବତ ଦେଖି ତାଙ୍କର ମନମୁଗ୍ଧ ହୋଇଥିବା ସେ ପ୍ରକାଶ କରିଛନ୍ତି। ଖାଲି ସେ ନୁହଁନ୍ତି, ତାଙ୍କ ସହିତ ଆସିଥିବା ତାଙ୍କର ସମସ୍ତ ସାଥିମାନେ ମଧ୍ୟ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ବେଶ୍ ଉପଭୋଗ କରିଥିବା କହିଛନ୍ତି। ଶୁକ୍ରବାର ସକାଳେ ମାଲକାନଗିରି ସହରରେ ପହଞ୍ଚିଥିଲେ ପୁରା ଟିମ୍। ସେମାନଙ୍କ ପାଇଁ ସହରର ଫରେଷ୍ଟ ଗେଷ୍ଟ ହାଉସଠାରେ ମାଲକାନଗିରି ବନବିଭାଗ ପକ୍ଷରୁ ସକାଳ ଜଳଖିଆର ବନ୍ଦୋବସ୍ତ କରାଯାଇଥିଲା। ଓଡ଼ିଶା ସୁପର ରାଇଡିଙ୍ଗ ଟିମ୍ ବିଶେଷ କରି ରାଜ୍ୟ ବାହରକୁ ଅଧିକ ରାଇଡିଙ୍ଗ କରିଥାନ୍ତି। ତେବେ ଓଡ଼ିଶାର ବିଭିନ୍ନ ଲୁକ୍କାୟିତ ପର୍ଯ୍ୟଟନ ସ୍ଥଳୀର ଯେପରି ଆଗକୁ ଆହୁରି ଉନ୍ନତି ହୋଇପାରିବ ସେ ନେଇ ମାଲକାନଗିରି ଜିଲାର ସତିଗୁଡ଼ା ଇକୋ ପାର୍କ ଏବଂ ଚିତ୍ରକୋଣ୍ଡା ଇକୋ ପାର୍କର ପ୍ରଚାର ପ୍ରସାର କରିବା ପାଇଁ ମାଲକାନଗିରି ପହଞ୍ଚିଥିବା ସେ ପ୍ରକାଶ କରିଛନ୍ତି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories