www.samajalive.in
Sunday, December 7, 2025
18.1 C
Bhubaneswar

ଦାଉଦ ଇବ୍ରାହିମର ଭିଣୋଇକୁ ଗୁଳି କରି ହତ୍ୟା

ସମାଜ ଡିଜିଟାଲ ଡେସ୍କ: ଉତ୍ତରପ୍ରଦେଶର ଜଲାଲବାଦରେ ପୁତୁରା ବାହାଘରରେ ସାମିଲ ହେବାକୁ ଆସିଥିବା ଦାଉଦ ଇବ୍ରାହିମର ଭିଣୋଇ ନିହାଲ ଖାନଙ୍କୁ ଗୁଳି କରି ହତ୍ୟା କରାଯାଇଛି । ନିହାଲଙ୍କ ବୟସ ୩୫ବର୍ଷ ହେବ । ବିବାହ ଉତ୍ସବରେ ଯୋଗ ଦେବାକୁ ମୁମ୍ବାଇରୁ ଶାହାଜାହାନପୁର ଆସିଥିଲା ନିହାଲ । ଦାଉଦ ଇବ୍ରାହିମର ଭାଇ ଇକବାଲ କାସକରର ଭିଣୋଇ ଥିଲା ନିହାଲ । ଗୁରୁବାର ଦିନ ନିହାଲର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ପୁଲିସ ଘଟଣାସ୍ଥଳରେ ପହଂଚି ଛାନଭିନ ଆରମ୍ଭ କରିଛି । ୨୦୧୬ରେ ନିହାଲ ଶକିଲ ଅହମ୍ମଦର ଭଉଣୀକୁ ନେଇ ଫେରାର ହୋଇଯାଇଥିଲା ।
ସୂଚନା ଅନୁସାରେ ତିନି ବର୍ଷ ପୂର୍ବେ ଜଲାଲବାଦ ପୌରପାଳିକାର ଅଧ୍ୟକ୍ଷ ଶକିଲ ଖାନଙ୍କ ଭାଇ ଅକିଲ ଏବଂ ନିହାଲଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ନିହାଲ ଅକିଲଙ୍କ ଝିଅକୁ ଅପହରଣ କରି ନେଇ ମୁମ୍ବାଇରେ ରହୁଥିଲା । ଏହି ବିବାଦ କାରଣରୁ ହତ୍ୟାକାଣ୍ଡ ଘଟିଥିବା ଚର୍ଚ୍ଚା ହେଉଛି ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories