www.samajalive.in
Sunday, December 14, 2025
16.1 C
Bhubaneswar

ଲାଞ୍ଜିଗଡ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ 

ଲାଞ୍ଜିଗଡ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ଼ର ଐତିହାସିକ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ୨୨ ତାରିଖରୁ ଆରମ୍ଭ ହୋଇ ୨୬ ତାରିଖ ସୋମବାର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ଗୁରୁବାର ପ୍ରଥମ ଦିନରେ ମଣ୍ଡଳା କରଣ, ଦୀକ୍ଷା ଗ୍ରହଣ, ଅଙ୍କୁର ରୋପଣ ସହିତ ଅପରାହ୍ନ ସାଢେ ୩ ଟା ସମୟରେ ଲାଞ୍ଜିଗଡ଼ ବଂଶଧାରା ନଦୀରୁ ଭବ୍ୟ କଳସ ଯାତ୍ରାରେ ଲାଞ୍ଜିଗଡ଼ ଶ୍ରୀ ହରିହର ସାଂସ୍କୃତିକ ସେବା ସମିତି, ଲାଞ୍ଜିଗଡ଼ ଗ୍ରାମବାସୀ ଓ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ର ହଜାର ହଜାର ସଂଖ୍ୟାରେ ମହିଳା ପୁରୁଷମାନେ ସାମିଲ ହୋଇ ସଂକୀର୍ତ୍ତନ ମଣ୍ଡଳୀ ସହିତ ବଂଶଧାରା ନଦୀରୁ ଭବ୍ୟ କଳସରେ ପାଣି ଆଣି ଜଗନ୍ନାଥ ମନ୍ଦିରରେ ପହଞ୍ଚି କଳସ ଗୁଡିକ ସ୍ଥାପନ କରିଥିଲେ। ଏହି ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମରେ କର୍ତ୍ତା ଭାବେ ଲାଞ୍ଜିଗଡ ରାଜା ସୁରେନ୍ଦ୍ର ପ୍ରତାପ ସିଂଦେଓ ଓ ତାଙ୍କ ଧର୍ମପତ୍ନି ଗୌରୀସ୍ୱପ୍ନା ସିଂଦେଓ, ବେଦାନ୍ତ ଲିମିଟେଡ଼ ଡେପୁଟି ସିଇଓ ଗୋବିନ୍ଦ ଗୋପାଲ ପାଲ ଓ ତାଙ୍କ ଧର୍ମପତ୍ନୀ ଶୁଭେତ୍ସା ପାଲ ଓ ଅନ୍ୟମାନେ କାର୍ଯ୍ୟ ତୁଲାଇଥିଲେ । ଲାଞ୍ଜିଗଡ଼ ଶ୍ରୀ ହରିହର ସାଂସ୍କୃତିକ ସେବା ସମିତି ସଭାପତି ରାଜେନ୍ଦ୍ର ପ୍ରତାପ ସିଂ ଦେଓଙ୍କ ସମେତ ସମସ୍ତ କର୍ମକର୍ତ୍ତା ଓ ଲାଞ୍ଜିଗଡ଼ ଯୁବଗୋଷ୍ଠୀ ଓ ଲାଞ୍ଜିଗଡ଼ ପୋଲିସ ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories