www.samajalive.in
Wednesday, December 10, 2025
23.1 C
Bhubaneswar

ବିଭିନ୍ନ ଦାବି ନେଇ ଆସୋସିଏସନ ଅଫ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଅଫିସର୍ସ (ଏଓଜିବିଓ) ତରଫରୁ ଧର୍ମଘଟ ଡାକରା

ଭୁବନେଶ୍ୱର- ଆସୋସିଏସନ ଅଫ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଅଫିସର୍ସ ବିଭିନ୍ନ ଦାବି ନେଇ ଧର୍ମଘଟ କରିବେ । ଅଲ ଇଣ୍ଡିଆ ରିଜିଓନାଲ ରୁରାଲ ବ୍ୟାଙ୍କ ଏମ୍ପ୍ଲଇଜ ଆସୋସିଏସନର ଆହ୍ୱାନକ୍ରମେ ସମସ୍ତ ଗ୍ରାମ୍ୟ ବ୍ୟାଙ୍କର ଅଫିସର୍ସ, ଏମ୍ପ୍ଲଇଜ ଆସୋସିଏସନ ଅଫ ଓଡିଶା ,ଗ୍ରାମ୍ୟ ବ୍ୟାଙ୍କ ଅଫିସର୍ସ ଏବଂ ରିଟାଇରୀଜ ଆସୋସିଏସନ ଏହି ଧର୍ମଘଟରେ ଯୋଗ ଦେବେ ।

ବିଭିନ୍ନ ଦାବି ଯଥା ୩୦,୦୦୦ ଖାଲି ପଦବୀର ତୁରନ୍ତ ନିଯୁକ୍ତି କରଣ, ଗ୍ରାମ୍ୟ ବ୍ୟାଙ୍କର ଘରୋଇ କରଣକୁ ବିରୋଧ, ସ୍ୱତନ୍ତ୍ର ନ୍ୟାସନାଲ ରୁରାଲ ବ୍ୟାଙ୍କ ଅଫ ଇଣ୍ଡିଆର ଗଠନ, ପଦୋନ୍ନତି ପ୍ରକ୍ରିୟାରେ ସଂଶୋଧନ, କମ୍ପ୍ୟୁଟର ଇନକ୍ରିମେଣ୍ଟକୁ ତୁରନ୍ତ ଲାଗୁ କରାଯିବା, ଅନୁକମ୍ପା ମୂଳକ ନିଯୁକ୍ତିକୁ ତୁରନ୍ତ ଲାଗୁ କରାଯିବା, ଅସ୍ଥାୟୀ କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତି କରଣ ଏବଂ ଦୀର୍ଘ ଦିନର ବକେୟା ଥିବା ଅନ୍ୟାନ୍ୟ ଦାବି ପୁରଣକୁ ନେଇ ଦୁଇଟି ପର୍ଯ୍ୟାୟରେ ସର୍ବଭାରତୀୟ ସ୍ତରରେ ଅଲ ଇଣ୍ଡିଆ ରିଜିଓନାଲ ରୁରାଲ ବ୍ୟାଙ୍କ ଏମ୍ପ୍ଲଇଜ ଆସୋସିଏସନ ତରଫରୁ ଧର୍ମଘଟ କରାଯିବ ।

- Advertisement -

ଉକ୍ତ ଧର୍ମଘଟ ଯୋଗୁଁ ଗ୍ରାହକ ମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ, ସେଥିଲାଗି ଆସୋସିଏସନ ଅଫ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଅଫିସର୍ସ ତରଫରୁ ଦୁଃଖ ପ୍ରକାଶ କରାଯାଇଛି । ଆସୋସିଏସନର ସାଧାରଣ ସମ୍ପାଦକ ଏବଂ ସଭାପତି ଉକ୍ତ ଧର୍ମଘଟ କୁ ଫଳପ୍ରଦ କରିବା ନିମନ୍ତେ ଏଓଜିବିଓ ର ସମସ୍ତ ସଦସ୍ୟଙ୍କୁ ଆହ୍ୱାନ ଦେଇଛନ୍ତି ।

Hot this week

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

Related Articles

Popular Categories