ଜିଲା ସଞ୍ଚୟ ଓ ଆର୍ଥୀକ ସେବା ବିଭାଗ ପକ୍ଷରୁ ପ୍ରୋତ୍ସାହନ ରାଶି ପ୍ରଦାନ
କେନ୍ଦୁଝରଗଡ଼: ଓଡ଼ିଶା ସରକାରଙ୍କ ସଞ୍ଚୟ ଓ ଆର୍ଥୀକ ସେବା ନିର୍ଦ୍ଦେଶାଳୟ ପକ୍ଷରୁ ୧୩ ସେପ୍ଟେମ୍ବର ୨୦୨୩ରେ ‘ଏଟି’ ସିରିଜ ପ୍ରୋତ୍ସାହନ ରାଶି ଉଠାଣ ହୋଇଥିଲା। ଉକ୍ତ ଉଠାଣରେ କେନ୍ଦୁଝର ଜିଲାର ଶିରିଆ ସେଠୀ ପଞ୍ଚମ ପୁରସ୍କାର ବିଜେତା ଭାବେ ୫୦ହଜାର ଟଙ୍କା ଏବଂ ଷଷ୍ଠ ପୁରସ୍କାର ବିଜେତା ଭାବେ ଶାନ୍ତିଲତା ସାହୁ ୨୫ହଜାର ଟଙ୍କା ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ। ଅତିରିକ୍ତ ଜିଲାପାଳ ଲଳିତ ସୋରେଙ୍ଗ ବୁଧବାର ଉକ୍ତ ପ୍ରୋତ୍ସାହନ ରାଶିକୁ ବ୍ୟାଙ୍କ ଡ୍ରାଫ୍ଟ ଆକାରରେ ବିଜେତାଙ୍କୁ ପ୍ରଦାନ କରିଥିଲେ।
Comments are closed.