www.samajalive.in
Saturday, December 13, 2025
26.1 C
Bhubaneswar

ଆଗାମୀ ମାସରେ ‘ହନୁମାନ’ ଆଣିବ ରିଲାଏନ୍ସ

ନୂଆଦିଲ୍ଲୀ : ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଆଗାମୀ ମାସରେ ଚାଟଜିପିଟି ଭଳି ଏଆଇ ଚାଟବୋଟ୍ ‘ହନୁମାନ’ ଆଣିବା ପାଇଁ ପ୍ରସ୍ତୁତ ହେଉଛି । କମ୍ପାନୀ ଏଥିପାଇଁ ୮ ବିଶ୍ବବିଦ୍ୟାଳୟ ସହିତ ମିଶି କାମ କରୁଛି ଯାହାକୁ ‘ଭାରତ ଜିପିଟି ଗ୍ରୁପ୍’ ନାଁ ଦିଆଯାଇଛି । ମଙ୍ଗଳବାର କମ୍ପାନୀ ଏକ ପ୍ରଯୁକ୍ତିବିଦ୍ୟା ସମ୍ମିଳନୀ ସମୟରେ ଏଆଇ ଚାଟବୋଟ୍ ଦର୍ଶାଇଛି ।

ପ୍ରଦର୍ଶନ ସମୟରେ ଦକ୍ଷିଣ ଭାରତର ଏକ ମୋଟରସାଇକେଲ ମେକାନିକ ନିଜ ମୂଳ ଭାଷା ତାମିଲରେ ଏଆଇ ବୋଟ୍ ସହିତ କଥା ହୋଇଥିଲେ । ଯଦିଓ ଜଣେ ବ୍ୟାଙ୍କ କର୍ମଚାରୀ ହିନ୍ଦୀରେ ଟୁଲ୍ ସହିତ କଥା ହୋଇଥିଲେ ଏବଂ ହାଇଦ୍ରାବାଦରେ ଜଣେ ଡେଭଲପର କମ୍ପ୍ୟୁଟର କୋଡ୍ ଲେଖିବା ପାଇଁ ଏହାକୁ ବ୍ୟବହାର କରିଥିଲେ ।

- Advertisement -

ଆଇଆଇଟି ବମ୍ବେର କମ୍ପ୍ୟୁଟର ସାଇନ୍ସ ଏବଂ ଇଞ୍ଜିନିୟରିଂ ବିଭାଗର ଅଧ୍ୟକ୍ଷ ଗଣେଷ ରାମକୃଷ୍ଣନ୍ କହିଛନ୍ତି କି ଏଲଏଲଏମର ଏକ ଅଲଗା ଷ୍ଟାଇଲ୍ । ‘ହନୁମାନ’ ସ୍ପିଚ୍-ଟୁ-ଟେକ୍ସ୍ଟ କ୍ଷମତା ମଧ୍ୟ ରହିବ । କମ୍ପାନୀ ଜିଓ ମସ୍ତିଷ୍କ ଉପରେ ମଧ୍ୟ କାମ କରୁଛି ଯାହା ପ୍ରାୟ ୪୫ କୋଟି ଗ୍ରାହକଙ୍କ ନେଟଓ୍ବର୍କରେ ଏଆଇ ବ୍ୟବହାର କରିବା ପାଇଁ ଏକ ପ୍ଲାଟଫର୍ମ ଭାବେ ଉଭା ହେବ  । ଏହା ଏଥିପାଇଁ ମଧ୍ୟ ଜରୁରି କାରଣ ଦେଶରେ ଏବେବି ଲକ୍ଷ ଲକ୍ଷ ଲୋକ ପଢି ବା ଲେଖିପାରନ୍ତିନି । ସେ ଦିଗରେ ମଧ୍ୟ ଏହା ବହୁତ ସହାୟକ ହେବ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories