www.samajalive.in
Sunday, December 14, 2025
26.1 C
Bhubaneswar

୨୦୨୪ ନିର୍ବାଚନ – ବିହାର ପରିସ୍ଥିତି ସମୀକ୍ଷା କରୁଛନ୍ତି ନିର୍ବାଚନ କମିଶନ

ଡେସ୍କ: ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ନେତୃତ୍ୱରେ ନିର୍ବାଚନ କମିଶନ ଟିମ୍ ଆଜି ବିହାରର ଜାତୀୟ ଓ ସ୍ୱୀକୃତିପ୍ରାପ୍ତ ଆଞ୍ଚଳିକ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି। ଆଗାମୀ ଲୋକସଭା ନିର୍ବାଚନକୁ ନେଇ ନିର୍ବାଚନ ଆୟୋଗର ଅଧିକାରୀମାନେ ରାଜନୈତିକ ଦଳମାନଙ୍କ ଠାରୁ ମତାମତ, ପରାମର୍ଶ ଏବଂ ଅଭିଯୋଗ ଗ୍ରହଣ କରିଛନ୍ତି।

ବୈଠକ ପରେ ଏହି ଟିମ୍ ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ଜୋନର ଜିଲ୍ଲା ନିର୍ବାଚନ ଅଧିକାରୀ, ଆରକ୍ଷୀ ଅଧୀକ୍ଷକ, ବିଭାଗୀୟ କମିଶନର, ପୁଲିସ ମହାନିରୀକ୍ଷକ ଓ ଡେପୁଟି ଇନ୍ସପେକ୍ଟର ଜେନେରାଲଙ୍କ ସହ ଆଲୋଚନା କରିଥିଲେ। ଭୋଟର ତାଲିକା, ମତଦାନ କେନ୍ଦ୍ର, ମତଦାନ କେନ୍ଦ୍ରରେ ଭୋଟରଙ୍କ ସୁବିଧା ଓ ସୁରକ୍ଷା ସମ୍ପର୍କରେ ଆଲୋଚନା ହୋଇଥିଲା।

- Advertisement -

ତିନି ଦିନିଆ ବିହାର ଗସ୍ତରେ ଗତକାଲି ସନ୍ଧ୍ୟାରେ ପାଟନାରେ ପହଂଚିଛି ନିର୍ବାଚନ କମିଶନଙ୍କ ପୂରା ଟିମ୍। ଏହି ଟିମ୍ ରାଜ୍ୟରେ ଆଗାମୀ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତିର ସମୀକ୍ଷା କରୁଛି। ପ୍ରଥମ ଦିନରେ ନିର୍ବାଚନ କମିଶନ ଟିମ୍ ଝାଡ଼ଖଣ୍ଡର ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ସେଠାରେ ଥିବା ଅନ୍ୟ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ।

ଆସନ୍ତାକାଲି ଗସ୍ତର ଶେଷ ଦିନରେ ନିର୍ବାଚନ କମିଶନ ଟିମ୍ ବିହାରର ମୁଖ୍ୟ ନିର୍ବାଚନ ଅଧିକାରୀ ଏଚ୍ ଆର୍ ଶ୍ରୀନିବାସ ଏବଂ ରାଜ୍ୟର କେନ୍ଦ୍ରୀୟ ପୁଲିସ ବାହିନୀର ନୋଡାଲ ଅଫିସରଙ୍କ ସହ ଆଲୋଚନା କରିବେ। ଏହାବ୍ୟତୀତ କଳାଧନ, ମଦ, ନିଶା ଦ୍ରବ୍ୟ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ ନିଷେଧ ପ୍ରସଙ୍ଗରେ ଆୟକର ବିଭାଗ, ଅବକାରୀ ଓ ସୀମା ଶୁଳ୍କ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରାଯିବ।

ଦିଲ୍ଲୀ ଫେରିବା ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନର, ରାଜ୍ୟ ମୁଖ୍ୟ ଶାସନ ସଚିବ ଅମୀର ସୁଭାନୀ ଏବଂ ପୋଲିସ ମହାନିର୍ଦ୍ଦେଶକ ଆରଏସ ଭଟ୍ଟିଙ୍କ ସହ ଚୂଡ଼ାନ୍ତ ପର୍ଯ୍ୟାୟ ସମୀକ୍ଷା ବୈଠକ କରିବେ।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories