www.samajalive.in
Sunday, December 7, 2025
26.1 C
Bhubaneswar

ଦାବି ପୂରଣ ନହେଲେ ୨୧ ଫେବୃଆରୀରୁ ‘ଦିଲ୍ଲୀ ଚଲୋ’ ପଦଯାତ୍ରା କରିବୁ-ଚାଷୀ

ନୂଆଦିଲ୍ଲୀ: ଚାଷୀଙ୍କ ‘ଦିଲ୍ଲୀ ଚଲୋ ଆନ୍ଦୋଳନ ୨୧ ଫେବୃଆରୀରୁ ପୁଣି ଜାରି ରହିବ ବୋଲି କହିଛନ୍ତି କିଷାନ ମଜଦୁର ସଂଘର ସାଧାରଣ ସମ୍ପାଦକ । ‘ଦିଲ୍ଲୀ ଚଲୋ’ ପଦଯାତ୍ରା ସହିତ କୃଷକ ମାନେ ଆଗକୁ ବଢିବେ । କୃଷକ ଆନ୍ଦୋଳନର ସମାଧାନ ବାହାର କରିବାକୁ ଚତୁର୍ଥ ପର୍ଯ୍ୟାୟ ଆଲୋଚନା ଶେଷ ହେବା ପରେ ଏହି ସୂଚନା ମିଳିଛି । ରବିବାର ରାତି ୮ଟାରୁ ବୈଠକ ଆରମ୍ଭ ହୋଇ ରାତି ଗୋଟାଏ ପର୍ଯ୍ୟନ୍ତ କୃଷକନେତାଙ୍କ ସହ ତିନି କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ, ଅର୍ଜୁନ ମୁଣ୍ଡା, ନିନ୍ଦାନ୍ଦୟ ରୟ ଆଲୋଚନା କରିଥିଲେ । ବୈଠକରେ କୃଷକ ନେତାଙ୍କ ସହ ବିଭିନ୍ନ ଶସ୍ୟର ଏମଏସପି ତଥା ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ଆଲୋଚନା ହୋଇଥିଲା ।

ବୈଠକ ପରେ ମନ୍ତ୍ରୀ ପିୟୁଷ ଗୋଏଲ ଗଣମାଧ୍ୟମରେ କହିଛନ୍ତି ଯେ କୃଷକଙ୍କ ସହ ସକରାତ୍ମକ ଆଲୋଚନା ହୋଇଛି । ଏମଏସପି ସହ ମକା, କପା, ଡାଲିଜାତୀୟ ଶଷ୍ୟ ଯଥା ମସୁର, କୋଳଥ, ହରଡ, ବୁଟ ଆଦି ଶଷ୍ୟ ସରକାରୀ ସଂସ୍ଥା କିଣିବ । ୫ ବର୍ଷ ପାଇଁ ଏସବୁ ଶଷ୍ୟ ଉପରେ ଏମସପି ଗ୍ୟାରେଂଟି ଦିଆଯାଇଛି । ଏନେଇ କୃଷକ ନେତାଙ୍କ ସହ ଆଲୋଚନା ହୋଇଛି । ସେପଟେ କୃଷକ ନେତା କହିଛନ୍ତି ଯେ ‘ଆସନ୍ତା ଦୁଇ ଦିନ ମଧ୍ୟରେ ଆମେ ସରକାରଙ୍କ ପ୍ରସ୍ତାବ ଉପରେ ଆଲୋଚନା କରିବୁ । ସରକାର ଆମର ଅନ୍ୟାନ୍ୟ ଦାବିକୁ ମଧ୍ୟ ବିଚାର କରିବେ ବୋଲି କହିଛନ୍ତି । ଯଦି କୌଣସି ସୁଫଳ ନମିଳେ , ତେବେ ଆମେ ଦିଲ୍ଲୀ ଚଲୋ ଜାରି ରଖିବୁ ।

- Advertisement -

 

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories