www.samajalive.in
Tuesday, December 9, 2025
26.1 C
Bhubaneswar

ଓଡ଼ିଆ ସିନେମା ଅଭିଲେଖାଗାର ଉଦ୍‌‌ଘାଟିତ

କଟକ: ବକ୍ସିବଜାରସ୍ଥିତ ଓଡ଼ିଶା ଚଳଚ୍ଚିତ୍ର ଊନ୍ନୟନ ନିଗମ କାର୍ଯ୍ୟାଳୟରେ ଓଡ଼ିଆ ସିନେମା ଅଭିଲେଖାଗାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଆଭାସିରେ ଉଦ୍‌‌ଘାଟନ କରିଛନ୍ତି। ଓଡ଼ିଆ ସିନେମାର ଉନ୍ନତି ସହିତକଳିଙ୍ଗ ଷ୍ଟୁଡ଼ିଓ ପାଇଁ ୨ଶହ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହାକୁ ଜାତୀୟସ୍ତରରେ ପ୍ରତିଷ୍ଠିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଅତିଥି ଭାବେ ଯୋଗ ଦେଇ ଶିଳ୍ପମନ୍ତ୍ରୀ ପ୍ରତାପ ଦେବ ସିନେମାର ଚାହିଦା ଓ ନିର୍ମାଣରେ ପରିବର୍ତ୍ତନ ଆସିଛି ଏବଂ ସେହି ଅନୁସାରେ ଓଡ଼ିଆ ସିନେମା ଗତିଶୀଳ ହେବା ଉଚିତ ବୋଲି କହିଥିଲେ।

ମେୟର ସୁବାସ ସିଂହ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଆ ସିନେମାର ଭବିଷ୍ୟତ ଉଜ୍ଜ୍ବଳ ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପରାମର୍ଶଦାତା ଆର.ବାଲକ୍ରିଶ୍‌‌ନନ୍‌‌ ଓଡ଼ିଆ ସିନେମାର ପ୍ରାଚୀନତା କେତେ ରୁଦ୍ଧିମନ୍ତ ଥିଲା ତାହା କହିଥିଲେ। ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଉଦ୍‌‌ଘାଟନୀ ସଭାରେ ରାଜ୍ୟସଭା ସାଂସଦ ମୁନା ଖାଁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଉଦ୍‌‌ଘାଟନୀ ଉତ୍ସବରେ ବରିଷ୍ଠ ସିନେ ନିର୍ଦେଶକ ବସନ୍ତ ସାହୁ, ସବ୍ୟସାଚୀ ମହାପାତ୍ର, ଆଦିକନ୍ଦ ରାଉତ, ଅରୁଣ ମହାନ୍ତି, ଟୁଟୁ ନାୟକ, ଅଭିନେତା ଶ୍ରୀତମ ଦାସ, ବବି ଇସଲାମ୍‌‌, ଦେବୁ ପଟ୍ଟନାୟକ, ନିରଞ୍ଜନ ଦାସପ୍ରମୁଖ ଯୋଗ ଦେଇଥିଲେ।

- Advertisement -

ଉଦ୍‌‌ଘାଟିତ ହୋଇଥିବା ଏହି ଅଭିଲେଖାଗାରରେ ୧୯୪୮ଅକ୍ଟୋବର ୧୨ ରେ ମୁକ୍ତିଲାଭ କରିଥିବା ‘ଗ୍ରେଟ୍‌‌ଇଷ୍ଟର୍ଣ ମୁଭିଟୋନ୍‌‌’ ବ୍ୟାନରରେ ନିର୍ମିତ ଏବଂ କବିଚନ୍ଦ୍ର କାଳିଚରଣ ପଟ୍ଟନାୟକଙ୍କ ନିର୍ଦେଶିତ ଦ୍ୱିତୀୟ ଓଡ଼ିଆ ସିନେମା ‘ଲଳିତା’ ସମେତ ‘ସମର୍ପଣ’, ‘ଚିଲିକାତୀରେ’, ‘ମାୟାମିରିଗ’ ଆଦି ୧ଶହଟି ଓଡ଼ିଆ ଚଳଚ୍ଚିତ୍ର ସଂରକ୍ଷିତ ରହିଛି। ଏଥିସହିତ ୧୯୩୬ରୁ ୧୯୭୬ ମସିହା ମଧ୍ୟରେ (‘ସୀତା ବିବାହ’ରୁ ନେଇ ‘ସିନ୍ଦୂରବିନ୍ଦୁ’ ପର୍ଯ୍ୟନ୍ତ କଳାଧଳାଯୁଗ) ମୁକ୍ତିଲାଭ କରିଥିବା ଶ୍ରୀଜଗନ୍ନାଥ, ନବଜନ୍ମ, କା, ଅରୁନ୍ଧତୀ, ସୂର୍ଯ୍ୟମୁଖୀ, ଘରବାହୁଡ଼ା, ମାଟିରମଣିଷ, କୃଷ୍ଣ ସୁଦାମା, ସଂସାର, ଘରସଂସାର, ସିନ୍ଦୂର ବିନ୍ଦୁ ଭଳି ବଛାବଛା ୨୦ଟି ସିନେମାର ବିଜ୍ଞାପନ ଛବିକୁ ପରିବର୍ଦ୍ଧନ କରାଯାଇ ଅଭିଲେଖାଗାରରେ ରଖାଯାଇଛି। ଏହାଛଡ଼ା ପୁରୁଣା ପୋଷ୍ଟର, ଲବିଷ୍ଟିଲ, ସୋ’କାର୍ଡ, ଗୀତପୁସ୍ତିକା, ସିନେମା ନିର୍ମାଣ ସମୟର ଫଟୋ ଏବଂ ବିଭିନ୍ନ ସିନେମା ପତ୍ରିକାର ପ୍ରଚ୍ଛଦ ଆଦି ସଂଗ୍ରହ କରାଯାଇ ରଖାଯାଇଛି।

Hot this week

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

Related Articles

Popular Categories