ପାଟଣା: ପାଟଣା ବନବିଭାଗ ପକ୍ଷରୁ ବନାଞ୍ଚଳ ସ୍ତରୀୟ ବନାଗ୍ନି ନିରାକରଣ ସଚେତନତା କର୍ମଶାଳା ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବନାଞ୍ଚଳ ଅଧିକାରୀ ବନବିହାରୀ ସର୍ଦ୍ଦାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତା କର୍ମଶାଳାରେ ମୁଖ୍ୟଅତିଥି ଭାବେ ସାହରପଡା ବ୍ଲକ ଅଧ୍ୟକ୍ଷା ରିନା ନାଏକ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ପାଟଣା ଥାନାଧିକାରୀ ବିବତ୍ସ ପ୍ରଧାନ, ପାଟଣା ଅଗ୍ନିଶମ ଅଧିକାରୀ ମନୋରଞ୍ଜନ ମହାନ୍ତ, ରାଜସ୍ୱ ବିଭାଗ ପରିଦର୍ଶକ ବନମାଳି ନାୟକ ପ୍ରମୁଖ ଯୋଗ ଦେଇଥିବା ବେଳେ ପାଟଣା ଓ ସାହାରପଡା ବ୍ଲକ ଅଞ୍ଚଳର ବହୁ ସରପଞ୍ଚ ଓ ସମିତି ସଭ୍ୟ ମାନେ କାର୍ଯ୍ୟକ୍ରମରେ ସାମିଲ ଥିଲେ। ବନାଗ୍ନି ନିୟନ୍ତ୍ରଣ ନିରାକରଣ ସଚେତନତାର ବିଭିନ୍ନ ଦିଗ ଉପରେ କର୍ମଶାଳାରେ ଦିଗଦର୍ଶନ ନିଆଯାଇଥିଲା। ପାଟଣା ବନପାଳ ପିଅନ ନାଏକ, ସାହରପଡା ବନାପାଳ ଭୂପତି କୁମାର ସେଠୀ, ଖିରେଇଟାଙ୍ଗିରୀ ବନପାଳ ଶିବନାରାୟଣ ଦେବଙ୍କ ସମେତ ସମସ୍ତ ବନରକ୍ଷୀ ଓ ପାରା କର୍ମଚାରୀ ମାନେ କାର୍ଯ୍ୟକ୍ରମରେ ସାମିଲ ଥିଲେ।
Popular Categories



