www.samajalive.in
Sunday, December 14, 2025
15.1 C
Bhubaneswar

ଶ୍ରମିକ ସଙ୍ଗଠନ ଏଆଇଟିୟୁସି ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

କେନ୍ଦୁଝରଗଡ଼: କେନ୍ଦ୍ର ସରକାରଙ୍କ ଶ୍ରମିକ ତଥା କୃଷକ ବିରୋଧୀ ନୀତି ବିରୋଧରେ ସର୍ବଭାରତୀୟ ଶ୍ରମିକ ସଙ୍ଗଠନ ଏଆଇଟିୟୁସିି ପକ୍ଷରୁ ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ ସଭା ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ ପ୍ରଚଳିତ ଶ୍ରମ ଆଇନକୁ କମ୍ପାନୀ ସପକ୍ଷରେ ୪ଟି କୋଡ଼ରେ ପରିଣତ କରିବା, ଜିଲାର ସମସ୍ତ ଖଣି ଓ ଶିଳ୍ପାନୁଷ୍ଠାନରେ ସ୍ଥାନୀୟ ବେକାର ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ପ୍ରଦାନ, ପୂର୍ବରୁ ଖଣିରେ ପ୍ରଚଳିତ ଛୁଟି ଓ ଅନ୍ୟାନ୍ୟ ସୁବିଧା ଲାଗୁ କରିବା, ସର୍ବନିମ୍ନ ମଜୁରୀ ବୃଦ୍ଧି କରିବା, ଡିଜେଲ ଓ ପେଟ୍ରୋଲ ମୂଲ୍ୟ ହ୍ରାସ କରିବା, ଦରଦାମ ନିୟନ୍ତ୍ରଣ କରିବା ଆଦି ଦାବିରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଙ୍ଗଠନର ସାଧାରଣ ସମ୍ପାଦକ ତଥା ରାଜ୍ୟ କାର୍ଯ୍ୟକାରୀ ସଭାପତି ମହେଶ୍ୱର ରାଉତ ଏଥିରେ ଯୋଗଦେଇ ଖଣି ଅଞ୍ଚଳର ଶ୍ରମିକମାନଙ୍କ ସମସ୍ୟା ପ୍ରସଙ୍ଗ ଉଥାପନ କରି ଧୂଳିଧୂଆଁରେ କ୍ଷତିଗ୍ରସ୍ତ ସ୍ଥାନୀୟ ଲୋକଙ୍କୁ ଜିଲାର ବିଭିନ୍ନ ଖଣି ଓ କାରଖାନାରେ ନିଯୁକ୍ତି ପ୍ରଦାନ ନିମନ୍ତେ ସ୍ୱତନ୍ତ୍ର ନିୟମ ପ୍ରଣୟନ ନିମନ୍ତେ ସରକାରଙ୍କ ନିକଟରେ ଦାବି ରଖିବା ସହ ସଙ୍ଗଠନକୁ ଅଧିକ ମଜବୁତ କରିବା ଓ ଆଗାମୀ ଦିନରେ ଆନ୍ଦୋଳନରେ ସମସ୍ତ ଶ୍ରମିକ ଭାଗ ନେବା ପାଇଁ ଆହ୍ୱାନ ଦେଇଥିଲେ। ଶ୍ରମିକ ୟୁନିଅନ ଉପସଭାପତି କାହ୍ନୁ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବିକ୍ଷୋଭ ପ୍ରଦର୍ଶନରେ ସଙ୍ଗଠନର ଉପସଭାପତି ଶ୍ରୀହରି ଘଣା, ବୀର ଦେହୁରୀ, ଭୀମ ଲୋହୋର, କ୍ଷୀରୋଦ ମହାନ୍ତ, କେଦାରନାଥ ପ୍ରଧାନ ପ୍ରମୁଖ ସାମିଲ ହୋଇ ବିକ୍ଷୋଭ ପ୍ରଦର୍ଶନକୁ ଜୋରଦାର କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories