www.samajalive.in
Saturday, December 13, 2025
26.1 C
Bhubaneswar

ଶଙ୍ଖ ଭବନରେ ମିଶ୍ରଣ ପର୍ବ, ବିଜେଡିରେ ଯୋଗଦେଲେ କଂଗ୍ରେସର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି

ଭୁବନେଶ୍ବର: ଆଜି ଶଙ୍ଖ ଭବନରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଆଜି ବିଜେଡ଼ିରେ ବିଧିବଦ୍ଧ ଭାବେ କଂଗ୍ରେସର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ବିଜେଡିରେ ଯୋଗ ଦେଇଛନ୍ତି।

ଏହି ଅବସରରେ ଶତଧାଦିକ କର୍ମୀଙ୍କ ସହ ବିଜେଡିରେ ଯୋଗଦେଇଛନ୍ତି ଅଂଶୁମାନ ମହାନ୍ତି। ରାଜନଗରର ପୂର୍ବତନ ବିଧାୟକ ଥିଲେ ଅଂଶୁମାନ ମହାନ୍ତି। ୨ ଦିନ ତଳେ କଂଗ୍ରେସରୁ ଦେଇଥିଲେ ଇସ୍ତଫା। କଂଗ୍ରେସର କାର୍ଯ୍ୟକଳାପ ଉପରେ ଅସନ୍ତୁଷ୍ଟ ଥିଲେ।

- Advertisement -

ଏବେ କେନ୍ଦ୍ରାପଡ଼ାରେ କଂଗ୍ରେସର ଗଡ଼ ଭୁଶୁଡୁଛି। କିଛି ଦିନ ତଳେ କଂଗ୍ରେସ ଦଳ ଛାଡିଥିଲେ ପୂର୍ବତନ କଂଗ୍ରେସ ବିଧାୟକ ଅଂଶୁମାନ୍ ମହାନ୍ତି। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଥିଲେ। ଅଂଶୁମାନ ମହାନ୍ତି କେନ୍ଦ୍ରାପଡା ରାଜନଗର ନିର୍ବାଚନ ମଣ୍ଡଳୀରୁ ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ବିଧାୟକ ଥିଲେ। କଂଗ୍ରେସର ଯୁବ ଚେହେରା ଥିବା ତେବେ ଅଂଶୁମାନଙ୍କ ଇସ୍ତଫା ଦଳ ପାଇଁ ବଡ଼ ଝଟକା ବୋଲି ଜଣାପଡ଼ିଛି।

କଂଗ୍ରେସ ଦଳ ଛାଡ଼ିଛନ୍ତି ୩୦୦ କର୍ମୀ। ଆଦିବାସୀ ନେତା ଚାଞ୍ଚେର ମାଝୀଙ୍କ ନେତୃତ୍ବରେ କଂଗ୍ରେସ ୩୦୦ କର୍ମୀ ଦଳ ଛାଡ଼ିଛନ୍ତି। କଂଗ୍ରେସରେ ବଳଭଦ୍ର ମାଝୀଙ୍କ ଯୋଗଦାନକୁ ବିରୋଧ କରି ଦଳ ଛାଡ଼ିଥିବା ଜଣାପଡ଼ିଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories