www.samajalive.in
Saturday, December 6, 2025
19.1 C
Bhubaneswar

ରମ୍ଭା ଓ ଗଞ୍ଜାମରେ ବାମପନ୍ଥୀଙ୍କ ପକ୍ଷରୁ ବନ୍ଦ ଡାକରା, ହରତାଳ

ଗଞ୍ଜାମ: କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ନୀତି ବିରୁଦ୍ଧରେ ଶୁକ୍ରବାର ଗଞ୍ଜାମ ସହରରେ ବାମପନ୍ଥୀ, ବ୍ୟବସାୟ ସଂଘ ପକ୍ଷରୁ ବନ୍ଦ ଡାକରା ଦିଆଯିବା ସହ ହରତାଳ କରାଯାଇଛି। ପ୍ରଥମେ ଦଳୀୟ ନେତା ଓ କର୍ମୀମାନେ ଜୟଶ୍ରୀ ଛକଠାରୁ ଏକ ଶୋଭାଯାତ୍ରାରେ ସ୍ଲୋଗାନ ଦେଇ ବଡ଼, ସାନ ବଜାର ପରିକ୍ରମା କରିଥିଲେ। ବ୍ଲକ କାର୍ଯ୍ୟାଳୟ, ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ଓ ଗ୍ରାସୀମ କମ୍ପାନୀ ମୁଖ୍ୟ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ସହ ପଥ ପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା। ଏହି ଆନ୍ଦୋଳନରେ ନେତାମାନେ ଶ୍ରମିକ ଓ କୃଷକମାନଙ୍କ ଦାବୀଗୁଡ଼ିକ କେନ୍ଦ୍ର ସରକାର ମାନି ନେବାକୁ ଦାବୀ କରିଥିଲେ। ଏହି ଆନ୍ଦୋଳନରେ ପୂର୍ବତନ ସରପଞ୍ଚ ଦିଲୀପ ଛୋଟରାୟ, ରାମ ଚନ୍ଦ୍ର ନାୟକ, ତ୍ରିଲୋଚନ ପ୍ରଧାନ, ଅଜୟ ଗୌଡ଼, ଗଙ୍ଗାଧର ରେଡି, ଦଣ୍ଡପାଣି ମହାପାତ୍ର, ଫକୀର ମୋହନ ଦାସ, କେ ଦିଲପ ପାତ୍ର, ମାନସ ରଞ୍ଜନ ସ୍ୱାଇଁ ପ୍ରମୁଖ ସାମିଲ ହୋଇଥିଲେ।

ସେହିପରି ରମ୍ଭା ସହରରେ ମଧ୍ୟ ନେତା ଓ କର୍ମୀମାନେ ଶୋଭାଯାତ୍ରାରେ ପରିକ୍ରମା କରିଥିଲେ। କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ। ଏହି ଧର୍ମଘଟରେ ବରିଷ୍ଠ କୃଷକ ନେତା ପି ହରି କୃଷ୍ଣ ରେଡି, ପୂର୍ଣ୍ଣ ରଥ, ପଦ୍ମ ଚରଣ ପ୍ରଧାନ, ନାରାୟଣ ନାୟକ, ଦଣ୍ଡପାଣି ପାତ୍ର, ଭାସ୍କର ପାତ୍ର, ପ୍ରଭାକର ବେହେରା, ବିପ୍ର ପ୍ରଧାନ, ସୁଜ୍ଞାନୀ ପଟ୍ଟନାୟକ, ନର୍ମଦା ପାତ୍ର, ଉଲ୍ଲାସ ଜେନା, ଗଦାଧର ରେଡି ପ୍ରମୁଖ ଉପସ୍ଥିତ ରହିଥିଲେ।

- Advertisement -

 

 

 

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories