www.samajalive.in
Monday, December 8, 2025
13.1 C
Bhubaneswar

ଆଲମିରା: କ’ଣ କହେ ବାସ୍ତୁ? ଏହି ଉପାୟରେ ଆଦୌ ଖାଲି ହେବ ନାହିଁ ଟଙ୍କା.. 

ବାସ୍ତୁ ଶାସ୍ତ୍ରରେ ଏପରି ଅନେକ ବିଷୟରେ ବର୍ଣ୍ଣନା କରାଯାଇଛି,ଯାହାର ପାଳନ କରିବା ଦ୍ୱାରା ଘରେ ଉନ୍ନତି ହେବା ସହ ଧନଲାଭ ହୋଇଥାଏ। ଘର ନିର୍ମାଣ ଠାରୁ ଆରମ୍ଭ କରି ବାସ୍ତୁରେ ଘରର ରଙ୍ଗ ସହ ଅନେକ ବିଷୟରେ ବର୍ଣ୍ଣନା କରାଯାଇଛି। ଘରେ ବାସ୍ତୁ ଦୋଷ ରହିବା ଦ୍ୱାରା ଉନ୍ନତିରେ ବାଧା ସୃଷ୍ଟି ହେବା ସହ ଜୀବନରେ ଅନେକ ସମସ୍ୟା ଲାଗି ରହିଥାଏ। ପରିବାରରେ କଳହ ଲାଗି ରହିଥାଏ। ସେଭଳି ଘରେ ଥିବା ଆଲମିରାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କାରଣ ଏଥିରେ ଧନସମ୍ପତ୍ତି ସହ ସୁନା ଅଳଙ୍କାର ଦାମି ଜିନିଷ ରଖାଯାଏ। ବାସ୍ତୁ ଅନୁଯାୟୀ, ଆଲମାରୀକୁ ନେଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବର୍ଣ୍ଣନା କରାଯାଇଛି। ଜାଣନ୍ତୁ..
ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଆଲମିରାକୁ ରଖିବା ସଠିକ୍‌‌ ସ୍ଥାନ ହେଉଛି ଦକ୍ଷିଣ କିମ୍ବା ପଶ୍ଚିମ। ଯେପରି ଆଲମିରାର ଦରଜା ଉତ୍ତର ଦିଗକୁ ଖୋଲିବ। ସେହିପରି ଆଲମିରା ସହ ଆଇନା ଥିବା ଅନେକ ଘରେ ଦେଖାଯାଏ। ମାତ୍ର ବାସ୍ତୁ ଅନୁଯାୟୀ, ଏପରି ଆଇନା ଥିବା ଆଲମିରା ଘରେ ରଖନ୍ତୁ ନାହିଁ। ଏହାଦ୍ୱାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ ହେବା ସହ ଆର୍ଥିକ କ୍ଷେତ୍ରରେ ସମସ୍ୟା ଲାଗି ରହିଥାଏ। ଆୟରେ ହ୍ରାସ ହୋଇଥାଏ।
ଆଲମିରା ଖୋଲିବା ପରେ ଦରଜା ଯେପରି ଦକ୍ଷିଣ ଦିଗକୁ ନ ରହିବ ସେଥିପ୍ରତି ଧ୍ୟାନ ଦେବେ। ଏସବୁ ଉପାୟ ଆପଣାଇବା ଦ୍ୱାରା ଆଲମିରାରୁ ଆଦୌ ଟଙ୍କା ଖାଲି ହୋଇନଥାଏ ବୋଲି ମାନ୍ୟତେ ରହିଛି।

Hot this week

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

Related Articles

Popular Categories