www.samajalive.in
Saturday, December 6, 2025
19.1 C
Bhubaneswar

ଭୋଟରଙ୍କ ମାନସିକତା ପ୍ରତିଫଳିତ

ଭୁବନେଶ୍ବର: ବିଧାନସଭା ନିର୍ବାଚନର ଫଳାଫଳରେ ଦେଶବାସୀଙ୍କ ମାନସିକତା ପ୍ରତିଫଳିତ ହୋଇଛି। ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଉପରେ ପ୍ରତିକ୍ରିୟା ରଖିବା ଅବସରରେ ଶ୍ରୀ ପଟ୍ଟନାୟକ ତେଲଙ୍ଗାନା ରାଷ୍ଟ୍ରୀୟ ସମିତି(ଟିଆରଏସ) ଏବଂ ମିଜୋ ନେସନାଲ ଫ୍ରଣ୍ଟ(ଏମଏନଏଫ)କୁ ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିବା ଏହିସବୁ ରାଜ୍ୟଗୁଡ଼ିକ
ମୁଖ୍ୟତଃ କୃଷି ପ୍ରଧାନ ରାଜ୍ୟ। ଏସବୁ ରାଜ୍ୟର ବିକାଶ ପାଇଁ କେନ୍ଦ୍ରରେ ଥିବା ବିଜେପି ସରକାର ବି​‌େ​‌ଶଷ କିଛି କରିପାରିନି। ସ୍ବାମୀନାଥନ କମିଟି ସୁପାରିସ କାର୍ଯ୍ୟକାରୀ କରିବା ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ଦିଗରେ କେନ୍ଦ୍ର ସରକାର କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି।
ଛତିଶଗଡ଼ରେ ନୂଆ କଂଗ୍ରେସ ସରକାର ଆସୁଥିବାବେଳେ ବର୍ତ୍ତମାନ ଲକ୍ଷ୍ୟ କଣ ରହିବ ସେ ସଂକ୍ରାନ୍ତରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହାନଦୀ ନେଇ ନୂଆ ସରକାରଠୁ ନୂଆ ଆଶା ରହିଛି। ମହାନଦୀ ସମସ୍ୟା ଦୂର ହେବା ନେଇ ଶ୍ରୀ ପଟ୍ଟନାୟକ ଆଶା ପ୍ରକାଶ କରିଛନ୍ତି।
ମହିଳାଙ୍କ ପାଇଁ ୩୩ପ୍ରତିଶତ ସଂରକ୍ଷଣ ପ୍ରସ୍ତାବକୁ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ସମର୍ଥନ କରିଥିବାରୁ ଆଗକୁ ବିଜେଡ଼ି ଜାତୀୟ ସ୍ତରରେ କଂଗ୍ରେସ ନେତୃତ୍ବରେ ମହାମେଣ୍ଟରେ ସାମିଲ ହେବ କି ବୋଲି ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବିଜେପି ଓ କଂଗ୍ରେସଠାରୁ ବିଜେଡ଼ି ସମଦୂରତା ରକ୍ଷା କରୁଛି। ମହାମେଣ୍ଟ ନେଇ କୌଣସି ଆଲୋଚନା ହୋଇନାହିଁ। ଏ ନିର୍ବାଚନର ପ୍ରଭାବ ଓଡ଼ିଶା ଉପରେ ପଡ଼ିବା ନେଇ ସାମ୍ବାଦିକମାନେ ଉଠାଇଥିବା ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ ଆଗାମୀ ନିର୍ବାଚନ ପାଇଁ ବିଜେଡି ପ୍ରସ୍ତୁତ ରହିଛି ଏବଂ ଲୋକଙ୍କ ସହିତ ମିଶି କାର୍ଯ୍ୟ କରୁଛି, ବିଜେଡି ଉପରେ ଏ ନିର୍ବାଚନର ପ୍ରଭାବ ପଡ଼ିବ ନାହିଁ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories