www.samajalive.in
Saturday, December 6, 2025
19.1 C
Bhubaneswar

ବୁଧବାର ରାଶିଫଳ

ମେଷ: ସାମୟିକ ଭାବେ ଅନ୍ୟମନସ୍କ ହୋଇପାରନ୍ତି। ସୁଖୀ ହେବେ। ସମ୍ମାନିତ ହେବାର ସୂଚନା ମିଳୁଛି। କୌଶଳରେ କାର୍ଯ୍ୟ ହାସଲ କରିବେ। ପ୍ରଭାବ ବିସ୍ତାର କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଦାମ୍ପତ୍ୟ ସୁଖ ମିଳିବ।

ବୃଷ: ଦାନ-ଧର୍ମକୁ ବ୍ରତ ଭାବେ ଗ୍ରହଣ କରିପାରନ୍ତି। ପାରିବାରିକ ଶାନ୍ତି ମିଳିବ। ମନରେ ସେବା ଭାବନା ଜାଗ୍ରତ ହେବ। କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ। ଅଜଣା ବ୍ୟକ୍ତିଙ୍କ ଠାରୁ ନିଜକୁ ଦୂରେଇ ରଖିବା ସମୀଚିନ ହେବ।

- Advertisement -

ମିଥୁନ: ଅର୍ଥ ସଂଚୟ ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି; ମାତ୍ର ରୋଜଗାର ଊଣାହେବ। ଯୋଜନା ନିଷ୍ଫଳ ହୋଇପାରେ। ଶାରୀରିକ କଷ୍ଟ ଅନୁଭବ କରିବେ। ଅତ୍ୟଧିକ ପରିଶ୍ରମ ହେତୁ କ୍ଲାନ୍ତ ହୋଇପଡ଼ିବେ। ସତର୍କତା ଆବଶ୍ୟକ।

କର୍କଟ: ଲକ୍ଷ୍ୟସ୍ଥଳରେ ପହଞ୍ଚିବା କଷ୍ଟକର ହୋଇପାରେ; ତଥାପି ଆନନ୍ଦ ଉତ୍ସବରେ ଦିନଟି ବିତାଇ ପାରନ୍ତି। ଶୁଭକର୍ମ କରଣୀୟ। ପାରିବାରିକ ସୁଖ ମିଳିବ। ବ୍ୟବସାୟ ଲାଭଜନକ ହେବ। ପରକୁ ଆପଣାର କରିବାରେ ସଫଳ ହେବେ।

ସିଂହ: ଅର୍ଜନ କରିଥିବା ଅନୁଭୂତି ବର୍ତ୍ତମାନ କାର୍ଯ୍ୟରେ ଲାଗିବ। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ଶତ୍ରୁ ଦମନ କରି ନିଃଶଙ୍କ ହୋଇପାରନ୍ତି। ଚକ୍ଷୁରେ ପୀଡ଼ା ଅନୁଭବ କରିବେ।

କନ୍ୟା: କାର୍ଯ୍ୟକୁ ଶୃଙ୍ଖଳିତ କରିବାରେ ସିଦ୍ଧହସ୍ତ ହେବେ। ଧନ, ଜନ, ଗୋପ, ଲକ୍ଷ୍ମୀ ଚତୁଃବର୍ଗ ଦାୟକ ହେବେ। ବିଳାସ-ବ୍ୟସନ କରିପାରନ୍ତି। ପ୍ରଶଂସିତ ହେବେ। ବ୍ୟବସାୟ ଲାଭଜନକ ହେବ। ଠାକୁରଙ୍କ ସେବା କାର୍ଯ୍ୟରେ ନେତୃତ୍ୱ ନେଇପାରନ୍ତି।

ତୁଳା: ମୂଲ୍ୟବାନ ଦ୍ରବ୍ୟ ଲାଭର ସୂଚନା ମିଳୁଛି। ଲାଗି ରହିଥିବା ବିବାଦରେ ବିଜୟୀ ହେବେ। ଭ୍ରମଣ କାଳୀନ ପୀଡ଼ା ସନ୍ଧ୍ୟା ଛଅଟା ପରେ ଅନୁଭବ କରିବେ। ରାଜପୂଜା ମିଳିବ। ଧନ-ଯାନ-ବାହନ ଯୁକ୍ତ ହେବେ। ଗ୍ରାମାଧୀଶ, ପରାକ୍ରମ ଶାଳୀ ଓ ବହୁପୋଷକ ହେବେ।

ବିଛା: କାର୍ଯ୍ୟକୁ ଆୟତ୍ତରେ ରଖିବାକୁ ସକ୍ଷମ ହେବେ। ପ୍ରଶଂସିତ ହୋଇପାରନ୍ତି। ଦୀର୍ଘଦିନର ଆଶା ପୂରଣ ହେବ। ଧନ-ମାନ-ସୁଖ-ସମ୍ଭୋଗ ସବୁ କିଛି ମିିଳିପାରେ। ବ୍ୟବସାୟ ବଢ଼ି ଚାଲିବ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ଲାଭ କରି ପାରନ୍ତି।

ଧନୁ: ବ୍ୟବସାୟ ଲାଭଜନକ ହେବ। ବୈଶିଷ୍ଟ୍ୟତା ଲାଭ କରିପାରନ୍ତି। ଚିନ୍ତାଧାରା ମହତ୍‍ ଓ ଉତ୍ତମ ହେବ। ଦୃଢ଼ ସଂକଳ୍ପ ନେଇ କାର୍ଯ୍ୟ ସଂପାଦନ କରିବେ। ଅପୂରଣୀୟ ଭାଗ୍ୟଶାଳୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମର ସୁଯୋଗ ସୃଷ୍ଟି ହୋଇଛି।

ମକର: ଲାଗି ରହିଥିବା ପାରିବାରିକ ଦ୍ୱନ୍ଦ୍ୱର ସୁ- ସମାଧାନ ହେବ। ରୁଚିକର ଭୋଜନ ମିଳିବ। ସରକାରଙ୍କ ସହାୟତାରୁ ଲାଭବାନ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ, ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ଚିନ୍ତାଧାରା ମହାନ୍‍ ହେବ।

କୁମ୍ଭ: ବ୍ୟୟ ବୃଦ୍ଧି ହେବାର ସମ୍ଭାବନା ଅଛି। କେତେକ କ୍ଷେତ୍ରରେ ଭୁଲ ବୁଝାମଣାର ବଶବର୍ତ୍ତୀ ହୋଇପାରନ୍ତି। କାର୍ଯ୍ୟରେ ସଫଳତା ପାଇବାକୁ ବହୁ କଷ୍ଟ ସ୍ୱୀକାର କରିବାକୁ ପଡ଼ିବ। ମଧୁରଭାଷୀ ହୋଇପାରନ୍ତି। ବିବାଦୀୟ ବିତର୍କରୁ ଓହରିଯିବା ଭଲ।

ମୀନ: କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ନୀତିନିଷ୍ଠ ହେବେ। ମାନ୍ୟତା ପ୍ରାପ୍ତ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। କାର୍ଯ୍ୟରେ ସଫଳତା ଲାଭ କରିବେ। ସରକାରଙ୍କ କୃପାଦୃଷ୍ଟି ରହିଛି। ନୂଆବନ୍ଧୁ ଜୁଟିବେ। ଚିନ୍ତାଧାରା ମହତ୍‍ ହେବ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories