www.samajalive.in
Tuesday, December 9, 2025
26.1 C
Bhubaneswar

ଫୋନରେ ନିଜକୁ ଅମିତ ଶାହ ବୋଲି ପରିଚୟ ଦେଉଥିଲା, ନିର୍ବାଚନରେ ଟିକେଟ ଦେବା ନାଁରେ ମାଗୁଥିଲା ପଇସା

ଲକ୍ଷ୍ନୌ : ୟୁପିର ବରେଲିରେ ବିଜେପିର ପୂର୍ବତନ ବିଧାୟକଙ୍କୁ ଠକିବାକୁ ଚେଷ୍ଟା କରିବା ଘଟଣା ସାମ୍ନାକୁ ଆସିଛି । ଫୋନ୍ କରି ନିଜକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବୋଲି ପରିଚୟ ଦେଇ ନିର୍ବାଚନରେ ଟିକେଟ୍ ଦେବା ବଦଳରେ ପଇସା ଠକିବା ପାଇଁ ଚେଷ୍ଟା କରିଥିଲା ଅଭିଯୁକ୍ତ । ସନ୍ଦେହ ହେବାରୁ ପୂର୍ବତନ ବିଧାୟକ ଥାନାରେ ଅଭିଯୋଗ କରିଥିଲେ । ଏହା ପରେ ସମ୍ପୂର୍ଣ୍ଣ ଘଟଣାର ପର୍ଦ୍ଦାଫାଶ ହୋଇଥିଲା । ଅଭିଯୁକ୍ତ ରବିନ୍ଦ୍ର ମୌର୍ଯ୍ୟକୁ ଗିରଫ କରିଛି ପୁଲିସ । ତାଙ୍କ ସହିତ ସାମିଲ ଥିବା ତାଙ୍କ ସାଙ୍ଗମାନଙ୍କୁ ଖୋଜୁଛି ପୁଲିସ । ରବିନ୍ଦ୍ର ନାଁରେ ପୂର୍ବରୁ ଚୋରି ଓ ଠକେଇର ଅନେକ ମାମଲା ରହିଛି ।

ପୁଲିସ ସୂଚନା ଅନୁସାରେ ରବିନ୍ଦ୍ର ମୌର୍ଯ୍ୟ ସର୍ବପ୍ରଥମେ ୪ ଜାନୁୟାରୀରେ ପୂର୍ବତନ ବିଧାୟକ କିଶନଲାଲ ରାଜପୁତଙ୍କୁ ଫୋନ୍ କରିଥିଲା । ସେବେଠୁ ୨୦ ଜାନୁୟାରୀ ଭିତରେ ସେ ସମୁଦାୟ ୯ ଥର ଫୋନ୍ କରିସାରିଥିଲା । କିଶନଲାଲ ରାଜପୁତ ପିଲିଭିତ ଜିଲାରୁ ବରଖେରା ବିଧାନସଭା ଆସନରୁ ବିଧାୟକ ରହିସାରିଛନ୍ତି । ତାଙ୍କ ପାଖକୁ ବାରମ୍ବାର ଫୋନ୍ ଆସେ ଏବଂ ଆଗାମୀ ନିର୍ବାଚନରେ ଟିକେଟ ଦେବାର ପ୍ରତିଶ୍ରୁତି ଦିଆଯାଏ । ଟ୍ରୁକଲରରେ ମଧ୍ୟ ନମ୍ବର ଗୃହମନ୍ତ୍ରୀ ବୋଲି ଦର୍ଶାଏ ।

- Advertisement -

କିନ୍ତୁ ସନ୍ଦେହ ହେବାରୁ ସେ ଥାନାରେ ଏନେଇ ଅଭିଯୋଗ କଲେ । ତେବେ ଅଭିଯୁକ୍ତ ଯେଉଁ ନମ୍ବରରୁ ଫୋନ୍ କରୁଥିଲା ସେହି ସିମ୍ ଗାଁର ହରିଶ ନାଁରେ ପଞ୍ଜୀକୃତ ଥିଲା । ଖୋଳତାଡ ପରେ ସବୁ ଜଣାପଡିଥିଲା । ସିମ ଗତ ଡିସେମ୍ବର ୨୯ରେ କିଣାଯାଇଥିଲା । ରବିନ୍ଦ୍ରକୁ ପଚରାଉଚରା କରିବା ପାଇଁ ପୁଲିସ ଥାନାକୁ ଡାକିବା ବେଳେ ସେ ସିମକୁ ଭାଙ୍ଗି ଦେଇଥିଲା । ତେବେ ପଚରାଉଚରାରେ ଶେଷରେ ସବୁ ମାନିଯାଇଥିଲା ରବିନ୍ଦ୍ର । ପୁଲିସ ତାକୁ ଗିରଫ କରି ଏଥିରେ ସାମିଲ ଥିବା ତା ସାଙ୍ଗମାନଙ୍କୁ ଖୋଜୁଛି ।

 

Hot this week

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

Related Articles

Popular Categories