www.samajalive.in
Saturday, December 13, 2025
18.1 C
Bhubaneswar

ଟ୍ରକ୍ଟର ଚଢାଇ ଯୁବକକୁ ହତ୍ୟା- ମାମଲାରେ ୪ ଅଟକ,କାର,ଟ୍ରାକ୍ଟର ସହ ୫ଟି ଗାଡି ପୋଡି

ଗୁରୁଡିଝାଟିଆ-  ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଅଡାଳ(ରାଧାକୃଷ୍ଣପୁର) ଗାଁରେ ଟ୍ରାକ୍ଟର ଚଢାଇ ସୁଶାନ୍ତ ରଣା ନାମକ ଯୁବକକୁ ହତ୍ୟା କରିବା ଘଟଣାରେ ପୋଲିସ ୪ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଅଟକଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ନିରାକାର ସ୍ୱାଇଁ ମଧ୍ୟ ରହିଅଛି । ସୁଶାନ୍ତକୁ ଟ୍ରାକ୍ଟର ମଡାଇ ହତ୍ୟାକରିବାକୁ ନେଇ ଗାଁରେ ତୀବ୍ର ଉତ୍ତେଜନା ଦେଖାଯାଇଥିଲା । ଏପରିକି ଉତ୍ୟକ୍ତ ଲୋକମାନେ ଟ୍ରାକ୍ଟର ,କାର ସହିତ ୫ଟି ଗାଡିକୁ ପୋଡିଦେଇଛନ୍ତି । ଏବେସୁଦ୍ଧା ଗାଁରେ ଉତ୍ତେଜନା ଲାଗିରହିଥିବାରୁ ପୁଲିସ ମୁତୟନ ହୋଇଛନ୍ତି । ପ୍ରକାଶଯୋଗ୍ୟ ପୂର୍ବ ଶତୃତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି । ଏହା ଗତକାଲି ଉଗ୍ରରୂପ ଧାରଣ କରିଥିଲା । ଗାଁର ବ୍ରଜବନ୍ଧୁ ସ୍ୱାଇଁଙ୍କ ପୁଅ ବାପିନ ର ନିର୍ବନ୍ଧ ଏକ ମନ୍ଦିରରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୃତ ସୁଶାନ୍ତ ରଣା ଙ୍କ ପରିବାର ଓ ଗାଁର ଅନ୍ୟ ଲୋକମାନେ ଯୋଗଦେଇଥିଲେ । ହେଲେ ଏଥିରେ ଉତକ୍ଷିପ୍ତ ହୋଇ ମୁଖ୍ୟ ଅଭିଯୁକ୍ତ ନିରାକାର ସ୍ୱାଇଁ ନିର୍ବନ୍ଧ ସାରି ଗାଁକୁ ଫେରୁଥିବା ମୃତ ସୁଶାନ୍ତ ,ତାର ଭାଇ ଓ ଅନ୍ୟକେତେକ ଲୋକଙ୍କୁ ଗାଳି ଗୁଲଜ କରିବା ସହ ମାଡ ମାରିଥିଲେ । ହେଲେ ଗାଁର ମୁରବୀମାନେ ଏଥିରେ ହସ୍ତକ୍ଷେପ କରି ପରିସ୍ଥିତିକୁ ଶାନ୍ତ କରିଥିଲେ । କିନ୍ତୁ ମୁଖ୍ୟ ଅଭିଯୁକ୍ତ ନିରାକାର ଓ ତାର ସହଯୋଗୀମାନେ ଅତ୍ୟଧିକ ଉଦକ୍ଷିପ୍ତ ହୋଇ ପ୍ରତିଶୋଧ ନେବା ପାଇଁ ସୁଯୋଗ ଉଣ୍ଡିଥିଲେ । ରାସ୍ତା ଉପରେ ମୃତ ଶୁସାନ୍ତ ଓ ତାର ସହଯୋଗୀମାନେ ଠିଆ ହୋଇଥିବା ବେଳେ ଟ୍ରାକ୍ଟର ଚଳାଇ ମୁଖ୍ୟ ଅଭିଯୁକ୍ତ ନିରାକାର ସୁଶାନ୍ତ ଉପରେ ଟ୍ରାକ୍ଟର ଚଢାଇଦେଇଥିଲା । ଗୁରୁତର ଅବସ୍ଥାରେ ଢେଙ୍କାନାଳ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାର ମୃତ୍ୟୁ ଘଟିଥିଲା । ଏନେଇ ମୃତ ଶୁସାନ୍ତର ପୁଅ ରଞ୍ଜନ କୁମାର ରଣା ଆଜି ଅପରାହ୍ନରେ ପୋଲିସରେ ଲିଖିତ ଅଭିଯୋଗ କରିଥିଲେ । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମିହିର କୁମାର ପଣ୍ଡାଙ୍କ ନିର୍ଦ୍ଦେଶକ୍ରମରେ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ଜାଲ ବିଛାଇଥିଲେ । ଶ୍ରୀନିବାସ ସ୍ୱାଇଁ, ନିରାକାର ସ୍ୱାଇଁ, ଅରବିନ୍ଦ ସ୍ୱାଇଁ ଓ ସୁଶିଲ କୁମାର ନାୟକଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରାଯାଉଛି । ଆଜି ଅପରାହ୍ନରେ ମୃତ ସୁଶାନ୍ତ ରଣାର ମୃତ ଶରୀର ବ୍ୟବଚ୍ଛେଦ ହୋଇ ଆସିବା ସହିତ ପରିବାର ପକ୍ଷରୁ ଅନ୍ତ୍ୟୋଷ୍ଟିକ୍ରିୟା ସମାପନ କରାଯାଇଛି । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଆଠଗଡ ଏସଡିପିଓ ରବିନ୍ଦ୍ର ମଲ୍ଲିକ, ଚୌଦ୍ୱାର ଏସଡିପିଓ ଉମାକାନ୍ତ ନାୟକ, ଖୁଣ୍ଟୁଣୀ ଥାନା ଅଧିକାରୀ ଭବାନୀ ଶଙ୍କର ଖୁଣ୍ଟିଆ, ଉପନିରୀକ୍ଷକ ଡଃ ବିକାଶ କୁମାର ସେଠୀ ଓ ଫୋର୍ସମାନେ ଉପସ୍ଥିତ ରହିଛନ୍ତି । ଆଜି ଅପରାହ୍ନରେ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୃତ ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇବା ସହ ଅଭିଯୁକ୍ତଙ୍କ ପ୍ରତି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ନିର୍ଦ୍ଦେଶଦେଇଥିଲେ । ଅଭିଯୁକ୍ତ ଓ ପରିବାର ସଦସ୍ୟମାନେ ଭୟରେ ଘରଛାଡି ଆତ୍ମଗୋପନ କରିଛନ୍ତି । ଉଲ୍ଲେଖଯୋଗ୍ୟ ଗତ ପଞ୍ଚାୟତ ନିର୍ବାଚନରେ ରହିଥିବା ଚାପା ରାଜନୈତିକ ଶତୃତା ଗତକାଲି ଉଗ୍ରରୂପ ଧାରଣ କରିବା ଫଳରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

Hot this week

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

Related Articles

Popular Categories