www.samajalive.in
Wednesday, December 10, 2025
15.1 C
Bhubaneswar

ମଟରସାଇକଲ ଧକ୍କାରେ ମହିଳା ଗୁରୁତର

କଲମପୁର : ଥୁଆମୁଳ ରାମପୁର ଭବାନିପାଟଣା ମୁଖ୍ୟ ରାସ୍ତାର ବ୍ଲକ ସମ୍ମୁଖରେ ଏକ ଅଜଣା ମଟରସାଇକଲ ଧକ୍କାରେ ଜନୈକା ମହିଳା ଗୁରୁତର ଆହତ ହୋଇଥଇବା ଜଣାପଡିଛି। ଖବରଅନୁସାରେ ମଙ୍ଗଳବାର ପୂର୍ବାହ୍ନରେ ବଡଛତ୍ରଙ୍ଗ ପଞ୍ଚାୟତ ଅଧିନସ୍ତ ରାମଗୁଞ୍ଜା ଗାଁର ବିଭିଷଣ ନିଆଲଙ୍କ ପତ୍ନୀ ଫୁଲମତୀ(୬୦) କୌଣସି କାମ ପାଇଁ ବ୍ଲକ କାର୍ଯ୍ୟାଲୟକୁ ଆସିଥିଲେ। ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ଦେଇ ଯାଉଥିବା ମୁଖ୍ୟ ରାସ୍ତାରେ ବାମ କଡରୁ କାର୍ଯ୍ୟାଳୟ ପରିସରକୁ ଆସୁଥିବା ବେଳେ ହଠାତ୍‍ ଏକ ଅଜଣା ବ୍ୟକ୍ତି ମଟରସାଇକଲ ଯୋଗେ ଆସି ଫୁଲମତୀଙ୍କୁ ଧକ୍କା ଦେଇଥିଲା। ଫୁଲମତୀ ମଟରସାଇକଲ ଧକ୍କାରେ ଛିଟିକି ପଡିବା ପରେ ସାଙ୍ଗରେ ଥିବା ଅନ୍ୟ ଜଣେ ମହିଳା ଫୁଲମତୀଙ୍କୁ ଉଦ୍ଧାର କରି ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଫୁଲମତୀଙ୍କୁ ମୁଣ୍ଡ ବାହ୍ୟ ଆଘାତ ଲାଗିନଥିଲେ ମଧ୍ୟ ଭିତରେ ଗଭିର ଆଘାତ ଲାଗିଥିବାରୁ ଗୁରୁତର ହୋଇ ପଡିଛନ୍ତି। ତେଣୁ ତାଙ୍କର ଅଧିକ ଚିକିତ୍ସା ଆବଶ୍ୟକ ଥିବା ଦର୍ଶାଇ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ ପାଇଁ ପରାମର୍ଶ ଦେଇଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories