www.samajalive.in
Sunday, December 14, 2025
18.1 C
Bhubaneswar

ଇକୋଜେନ୍‌ ସଲ୍ୟୁସନ୍କୁକୁ ଅନ୍ତର୍ଜାତୀୟ ବିଜନେସ୍‌ କନ୍‌କ୍ଲେଭ୍‌ରେ ବିଜନେସ୍‌ ଇନୋଭେସନ୍‌ ଆୱାର୍ଡ

ଭୁବନେଶ୍ୱର:ଜଳବାୟୁ-ସ୍ମାର୍ଟ ପ୍ରଯୁକ୍ତି କମ୍ପାନୀ ଇକୋଜେନ୍‌ ସଲ୍ୟୁସନ୍କୁ ଏଏସିସିଆଇ ପକ୍ଷରୁ ସମ୍ମାନୀୟ ବିଜନେସ ଇନୋଭେସନ୍‌ ପୁରସ୍କାରରେ ସମ୍ମାନିତ କରାଯାଇଛି । ଏହି ସ୍ୱୀକୃତି ବିଶ୍ୱବ୍ୟାପୀ କୃଷକଙ୍କ ଜୀବନକୁ ପରିବର୍ତ୍ତନ କରିବାରେ ଇକୋଜେନର ମହତ୍ୱପୂର୍ଣ ଅବଦାନକୁ ସୂଚିତ କରୁଛି । ଭାରତୀୟ ଶକ୍ତି ବିଭାଗର ସ୍ଥାୟୀ କମିଟିରେ ଥିବା ବିଜେଡିର ସାଂସଦ ମୁଜିବୁଲ୍ଲା ଖାନ, ଏଏସିସିଆଇ ନିର୍ଦ୍ଦେଶକ ଏମ.ଜେ. ପୁରୀଙ୍କ ଉପସ୍ଥିତିରେ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

ଚାଷୀଙ୍କ ଜୀବିକା ଉପରେ ଏହାର ପରିବର୍ତ୍ତନଶୀଳ ପ୍ରଭାବ ପାଇଁ ମାନ୍ୟବର ସାଂସଦ ଇକୋଜେନର ଇକୋଫ୍ରୋଷ୍ଟର ସୌର ଶକ୍ତିକୁ ବ୍ୟବହାର କରି ପ୍ରସ୍ତୁତ ଶୀତଳ ଭଣ୍ଡାରକୁ ସେ ଭୂୟସୀ ପ୍ରଶଂସା କରିଛନ୍ତି । ଉତ୍ପାଦକୁ ଫଳପ୍ରଦ ଭାବରେ ସଂରକ୍ଷଣ କରି ଏହି ଟେକ୍ନୋଲୋଜି ଅମଳ ପରବର୍ତ୍ତୀ କ୍ଷତିକୁ କମ୍‌ କରୁଛି, କୃଷକମାନଙ୍କୁ ଆର୍ଥକ ଦୃଷ୍ଟିରୁ ସଶକ୍ତ କରିବା ସହ ରାଜ୍ୟର କୃଷି ବିକାଶରେ ସହଯୋଗ କରୁଛି ।ଇକୋଟ୍ରନ୍‌ର ଜଳସେଚନ ଉତ୍ପାଦ ଇକୋଟ୍ରନ୍‌ ଏକ ନିଷ୍ପତି ଗ୍ରହଣକାରୀ ଟୁଲ୍‌ରେ ପରିଣତ ହୋଇଛି ଯାହା ଆଇଓଟି, ଡାଏଗ୍ନୋଷ୍ଟିକ୍‌ ଓ ପ୍ରେଡିକ୍ଟିଭ୍‌ ଆନାଲିଟିକ୍ସକୁ ବ୍ୟବହାର କରି ଜଳସେଚନରେ ଉନ୍ନତି ଆଣୁଛି । ଇକୋଫ୍ରଷ୍ଟ୍‌ ହେଉଛି ଏକ ପୋର୍ଟେବଲ୍‌ ଶୀଳତଭଣ୍ଡାର ଯାହା ନଷ୍ଟ ହୋଇଯାଉଥିବା ଫସଲକୁ ପ୍ରାକ୍‌ ଶୀତଳତା ଏବଂ କ୍ଷେତ୍ରରେ ସଂରକ୍ଷଣ ସୁବିଧା ପ୍ରଦାନ କରି ନଷ୍ଟ ପରିମାଣ ହ୍ରାସ କରୁଥିବା ବେଳେ ଚାଷୀମାନଙ୍କୁ ଉତ୍ପାଦିତ ସାମଗ୍ରୀର ଉଚ୍ଚ ମୂଲ୍ୟ ପ୍ରଦାନ କରିବାରେ ସହାୟକ ହୋଇଛି ।
ଏହି ଅବସରରେ କମ୍ପାନିର ସଭାପତି ରବିନ୍ଦ୍ର ଡୋଲାରେ କହିଛନ୍ତି ଯେ, “ଏଏସିସିଆଇ ବିଜନେସ୍‌ ଇନୋଭେସନ୍‌ ଆୱାର୍ଡ ହାସଲ କରିଥିବାରୁ ଆମେ ଗର୍ବିତ । ପ୍ରଯୁକ୍ତିର ରୂପାନ୍ତରୀତ ଶକ୍ତି ଉପରେ ଆମର ବିଶ୍ୱାସ ରହିଛି ଓ ଆମର ସ୍ଥାପନା ଗୁଡ଼ିକରେ ସେହି ପ୍ରଭାବ ପ୍ରତିଫଳିତ ହୋଇଛି । ଏହା ବିଶେଷତଃ ଓଡ଼ିଶାରେ ଦେଖିବାକୁ ମିଳିଛି ଯେଉଁଠାରେ ଇକୋଫ୍ରଷ୍ଟ୍‌ ୟୁନିଟ୍‌ଗୁଡ଼ିକ ଚାଷୀଙ୍କ ଜୀବନରେ ପରିବର୍ତନ ଆଣିପାରିଛି । ତାହା ଫସଲ ବିବିଧକରଣ, ଚାଷ ଯାନ୍ତ୍ରିକୀକରଣ ଏବଂ କୃଷି ଉଦ୍ୟୋଗୀ ସୃଷ୍ଟି କରିବାର ୫-ଟି ଲକ୍ଷ୍ୟ ପ୍ରଦାନ କରୁଛି । ବାସ୍ତବ ଦୁନିଆ ପ୍ରଭାବ ସୃଷ୍ଟି କରିବା ଲାଗି ଆମ ଟିମ୍‌ର କଠିନ ପରିଶ୍ରମ ଓ ପ୍ରତିବଦ୍ଧତାର ପ୍ରମାଣ ହେଉଛି ଏହି ମାନ୍ୟତା । ଏହି ମାନ୍ୟତାକୁ ନେଇ ଆମେ କୃତଜ୍ଞ ଏବଂ ଏକ ସ୍ମାର୍ଟ ଓ ସ୍ଥାୟୀ ଭବିଷ୍ୟତ ଗଠନ କରିବା ଲାଗି ଆମେ ପ୍ରତିବଦ୍ଧ ରହିଛୁ ।”

- Advertisement -

ଆମର ଜଳବାୟୁ ସ୍ମାର୍ଟ ପ୍ରଯୁକ୍ତି ନବସୃଜନ ଜରିଆରେ ଆମ ଚାଷୀମାନଙ୍କ ଜୀବନରେ ରୂପାନ୍ତରଣ ପାଇଁ ଇକୋଜେନ୍‌ର ପ୍ରତିବଦ୍ଧତା ପ୍ରମାଣ ହେଉଛି ଏହି ପୁରସ୍କାର ।
ଇକୋଜେନ୍‌ର ସୌରଶକ୍ତି ଚାଳିତ ଶୀତଳ ଭଣ୍ଡାରକୁ ଗ୍ରହଣ କରି ଇକୋଜେନ୍‌ର କୃଷି ପ୍ରଭାବ କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ସ୍ଥାନରେ ରହିଛି । ରାଜ୍ୟ ସରକାର କୃଷକମାନଙ୍କୁ ପାରମ୍ପରିକ ଧାନ ଉତ୍ପାଦନରୁ ଉଚ୍ଚ ମୂଲ୍ୟର ଉଦ୍ୟାନ କୃଷି ଫସଲକୁ ପରିବର୍ତନ କରିବାକୁ ଉତ୍ସାହିତ କରୁଥିଲେ ଏବଂ ଫସଲ ନଷ୍ଟ ହେବାର ଆହ୍ୱାନର ସମାଧାନ କରିବାକୁ ଚାହୁଁଥିଲେ । ୫-ଟି ରୂପାନ୍ତରଣ ପଦକ୍ଷେପର ଏକ ଅଂଶ ଭାବରେ କମ୍ପାନି ସୌର ଚାଳିତ ଶୀତଳ ଭଣ୍ଡାର ଆରମ୍ଭ କରିଥିଲା ଏବଂ ଇକୋଜେନ୍‌ ସମଗ୍ର ରାଜ୍ୟରେ ୟୁନିଟ୍‌ ସ୍ଥାପନ କରୁଛି ।

ଏହା ଶୀତଳଭଣ୍ଡାର ଶୃଙ୍ଖଳା ଭିତିଭୂମିକୁ ଯଥେଷ୍ଟ ଉନ୍ନତ କରିପାରିଥିବା ବେଳେ ତାହାକୁ ଅନ୍ତର୍ଜାତୀୟ ମାନଦଣ୍ଡ ପର୍ଯ୍ୟନ୍ତ ଉନ୍ନୀତ କରିଛି ଏବଂ କୃଷକମାନଙ୍କୁ ଉଚ୍ଚ ମୂଲ୍ୟର ଉଦ୍ୟାନ କୃଷି ଫସଲରେ ବିବିଧତା ଆଣିବାରେ ସକ୍ଷମ କରିଛି । ଇକୋଜେନ୍‌ ମଧ୍ୟ ଅମଳ ପରବର୍ତୀ ପରିଚାଳନା ପ୍ରଶିକ୍ଷଣ ପ୍ରଦାନ କରୁଛି ଏବଂ କୃଷକମାନେ ସେମାନଙ୍କ ଅମଳକୁ ଦକ୍ଷତାର ସହ ପରିଚାଳନା କରିବା ପାଇଁ ଇକୋଫ୍ରଷ୍ଟ ମୋବାଇଲ୍‌ ଆପ୍‌ ବ୍ୟବହାର କରୁଛନ୍ତି । ଏହା ଦ୍ୱାରା ଲାଭ ବୃଦ୍ଧି ହେବା ସହ ବର୍ଜ୍ୟବସ୍ତୁ ହ୍ରାସ ପାଉଛି ।
ଜଳବାୟୁ ପରିବର୍ତନ ପ୍ରଭାବର ମୁକାବିଲା କରିବା ଏବଂ ଖାପଖୁଆଇବାରେ ସହାୟକ ହେବା ସହିତ ବାସ୍ତବ ଦୁନିଆ ରୂପାନ୍ତରଣ ପ୍ରଭାବ ପ୍ରଦାନ କରିବା ଲାଗି କଂପାନିଗୁଡ଼ିକୁ ପ୍ରତିବର୍ଷ ଏଏସିସିଆଇ ବିଜନେସ୍‌ ଇନୋଭେସନ୍‌ ଆୱାର୍ଡ ପ୍ରଦାନ କରାଯାଉଛି । ଏଏସିସିଆଇ ବୋର୍ଡ ସଦସ୍ୟ ବିଚାରକ ଭାବେ ବିଜୟୀ କମ୍ପାନି ଚୟନ କରୁଛନ୍ତି । ବ୍ୟାପକ ଭାବେ ପ୍ରଭାବ ବିକାଶ ଓ ମୂତୟନ କରାଯାଇପାରୁଥିବା ଅଭିନବ ସମାଧାନ କ୍ଷେତ୍ରରେ ଉକ୍ରର୍ଷ ପାଇଁ ଏହି ମାନ୍ୟତା ପ୍ରଦାନ କରାଯାଉଛି ।

ଇକୋଜେନ୍‌ ପକ୍ଷରୁ ଗ୍ରାହକ, ଟିମ୍‌ ସଦସ୍ୟ, ନିବେଶକ ଏବଂ ଏହି କ୍ଷେତ୍ରରେ ଓଡ଼ିଶା ସରକାରଙ୍କୁ ବିଶେଷ କରି ଦୂରଦର୍ଶୀ ୫-ଟି ଯୋଜନା ପାଇଁ କୃତଜ୍ଞତା ଜ୍ଞାପନ କରାଯାଉଛି । ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ ଏକ ସ୍ମାର୍ଟ ଏବଂ ସ୍ଥାୟୀ ଭବିଷ୍ୟତ ନିର୍ମାଣ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ରହିଛୁ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories