www.samajalive.in
Saturday, December 6, 2025
26.1 C
Bhubaneswar

ସିଫା ପକ୍ଷରୁ କୃଷକମେଳା ଓ ପ୍ରଦର୍ଶନୀ

ପିପିଲି: ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ କୌଶଲ୍ୟାଗଙ୍ଗସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା(ସିଫା) ପକ୍ଷରୁ ଢେଙ୍କାନାଳ ମିନି ଷ୍ଟାଡିୟମଠାରେ ବୈଜ୍ଞାନିକ ପଦ୍ଧତିରେ ଜଳଜୀବ ପାଳନ ନିମନ୍ତେ କୃଷକମେଳା ଓ ପ୍ରଦର୍ଶନୀ ଶିବିର ଅନୁଷ୍ଠିତ ହୋଇଯାଇଛି। ସିଫାର ଏସ୍‌‌ସିଏସ୍‌‌ପି ପ୍ରକଳ୍ପ ସହାୟତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲାର ପ୍ରାୟ ୫୪୦ ଜଣ ପୁରୁଷ ଓ ମହିଳା କୃଷିଜୀବୀ ଯୋଗଦେଇଥିଲେ। ଏହି ଅବସରରେ ସେଠାରେ ଜଳଜୀବ ପାଳନ ସଂପର୍କିତ ଆଧୁନିକ ଜ୍ଞାନକୌଶଳର ଏକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା।

କାର୍ଯ୍ୟକ୍ରମକୁ ସିଫାର ନିର୍ଦ୍ଦେଶକ ଡଃ ପି. କେ. ସାହୁ ଉଦ୍‌‌ଘାଟନ କରିବା ଅବସରରେ ସିଫାରେ ଉପଲବ୍ଧ ବିଭିନ୍ନ ବୈଷୟିକ ଜ୍ଞାନକୌଶଳ ସଂପର୍କରେ ଆଲୋକପାତ କରିଥିଲେ। ଜଳଜୀବ ପାଳନ କ୍ଷେତ୍ରରେ ବୈଜ୍ଞାନିକ ପଦ୍ଧତିର ଉପଯୋଗ କଲେ ମତ୍ସ୍ୟଚାଷୀମାନଙ୍କର ଆୟ ବହୁଗୁଣିତ ହୋଇପାରିବ ବୋଲି ସେ କହିଥିଲେ। ଆଧୁନିକ ଜ୍ଞାନକୌଶଳ ମାଧ୍ୟମରେ ମତ୍ସ୍ୟ ପ୍ରଜନନ, ବୀଜ ଉତ୍ପାଦନ, ମତ୍ସ୍ୟ ପାଳନ, ମୃତ୍ତିକା ଓ ଜଳର ମାନ ପରିଚାଳନା କରିବା ଦ୍ୱାରା ଅଧିକ ଉତ୍ପାଦନ ହାସଲ କରିହେବ ବୋଲି ସିଫାର ପ୍ରଧାନ ବୈଜ୍ଞାନିକ ଡଃ ସି. କେ. ମିଶ୍ର କହିଥିଲେ। ମାଛରେ ହେଉଥିବା ବିଭିନ୍ନ ରୋଗ ସଂପର୍କରେ ସିଫାର ମତ୍ସ୍ୟ ସ୍ୱାସ୍ଥ୍ୟ ପରିଚାଳନା ବିଭାଗର ମୁଖ୍ୟ ଡଃ ଏମ୍‌‌. ସାମନ୍ତ କୃଷକମାନଙ୍କୁ ସଚେତନ କରାଇଥିଲେ। ପ୍ରଧାନ ବୈଜ୍ଞାନିକ ଡଃ ଏ. ସାହା ମାଛର ଖାଦ୍ୟ ଅଭ୍ୟାସ, ପୋଷଣ ଓ ଆବଶ୍ୟକତା ସଂପର୍କରେ ଚାଷୀମାନଙ୍କୁ ସୂଚନା ଦେଇଥିବା ବେଳେ ବୈଜ୍ଞାନିକ ଉଦୟ ଉଦିତ ଉନ୍ନତ ଅନୁବଂଶୀୟ ମାଛ ଓ ଚିଙ୍ଗୁଡ଼ି ସଂପର୍କିରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳ ଜିଲା ସହକୃଷି ନିର୍ଦ୍ଦେଶକ ମାର୍କଣ୍ଡ ପ୍ରଧାନ, ସିଡିଏଓ ସୁବ୍ରତ ପାଢ଼ୀ, ସିଡିଭିଓ ଡମ୍ବରୁଧର ସାମଲ, ଡିଡିଏଚ୍‌‌ ଗୀତାଶ୍ରୀ ପାଢ଼ୀ, ଡିଏଫ୍‌‌ଓ ସଂଗ୍ରାମ କର, ମିଶନ ଶକ୍ତି ଡିପିସି ଶେଫାଳୀ ସ୍ୱାଗତିକା, ଆହ୍ୱାନ ଏନ୍‌‌ଜିଓର ପ୍ରତିନିଧି ବିକାଶ କୁମାର ରଥ ପ୍ରମୁଖ ଯୋଗଦେଇ ଉପସ୍ଥିତ କୃଷକମାନଙ୍କୁ ବୈଜ୍ଞାନିକ ପଦ୍ଧତିରେ ମାଛଚାଷ କରି ଲାଭାନ୍ୱିତ ହେବାକୁ ପରାମର୍ଶ ଦେଇଥିଲେ। ଶେଷରେ ପ୍ରଧାନ ବୈଜ୍ଞାନିକ ଡଃ ସି. କେ. ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories