www.samajalive.in
Sunday, December 14, 2025
16.1 C
Bhubaneswar

କେନ୍ଦୁଝରର ‘ବଡି’କୁ ଆର୍ନ୍ତଜାତିକସ୍ତରେ ବଜାର ସୁଯୋଗ ସୃଷ୍ଟି କରାଯିବ

କେନ୍ଦୁଝରଗଡ଼: ମିଶନ ଶକ୍ତି ମା’ମାନଙ୍କ ଦ୍ୱାରା ପ୍ରସ୍ତୁତ କେନ୍ଦୁଝରର ପ୍ରସିଦ୍ଧ ବଡିକୁ କିଭଳି ପ୍ରୋତ୍ସାହନ ସହ ଦକ୍ଷତା ତାଲିମ ପ୍ରଦାନ କରାଯାଇ ଆର୍ନ୍ତଜାତିକସ୍ତରରେ ବଜାର ସୁଯୋଗ ସୃଷ୍ଟି କରାଯାଇ ପାରିବ ସେଥିପ୍ରତି ଗୁରୁତ୍ୱ ଦିଅଯାଉଛି ବୋଲି ମିଶନ ଶକ୍ତି ରାଜ୍ୟ ଉପଦେଷ୍ଟା ଡ. ଲୋପାମୁଦ୍ରା ବକ୍ସିପାତ୍ର କହିଛନ୍ତି। ଡ. ବକ୍ସିପାତ୍ର ମଙ୍ଗଳବାର କେନ୍ଦୁଝର ଗସ୍ତ ଅବସରରେ ସଦର ବ୍ଲକ ସଭାଗୃହରେ ଜିଲାର ମିଶନ ଶକ୍ତି ସଦସ୍ୟା ପାଇଁ ଆୟୋଜିତ ଏକ ବୈଠକରେ ଯୋଗଦେଇଥିଲେ।

ଏହାପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବୋଧିତ କରି ଡ. ବକ୍ସିପାତ୍ର କହିଥିଲେ ଯେ ମିଶନ ଶକ୍ତି ବିଭାଗରେ ୭୦ଲକ୍ଷରୁ ଉର୍ଦ୍ଧ୍ୱ ମହିଳା ସାମିଲ ହୋଇଥିବା ବେଳେ ଏଥିରେ ୬ଲକ୍ଷରୁ ଅଧିକ ସ୍ୱୟଂ ସହାୟିକା ଗୋଷ୍ଠୀ ଯୋଗ ଦେଇଛନ୍ତି । ସେଥିମଧ୍ୟରୁ କେନ୍ଦୁଝର ସଦର ବ୍ଲକ ତଥା ସହରାଞ୍ଚଳରେ ମିଶନ୍ ଶକ୍ତି ବିଭାଗରେ ସାମିଲ ୩୦ ହଜାର ମା’ମାନେ କିଭଳି ଭାବେ ୨୨ଟି ବିଭାଗ ସହିତ ସମନ୍ୱୟ ରକ୍ଷା କରି ସମସ୍ତ ଯୋଜନାର ଲାଭ ପାଇବେ, ସେ ସମ୍ପର୍କରେ ମଙ୍ଗଳବାର ସଦର ବ୍ଲକ ସଭାଗୃହରେ ମା’ମାନଙ୍କ ସହ ଡ.ବକ୍ସିପାତ୍ର ଆଲୋଚନା କରିଥିବା କହିଛନ୍ତି।

- Advertisement -

ଦେଶର ଏକମାତ୍ର ରାଜ୍ୟ ଭାବେ ମହିଳାମାନଙ୍କ ସଶକ୍ତିକରଣ ପାଇଁ ଓଡିଶରେ ଗଠିତ ହୋଇଛି ମିଶନ ଶକ୍ତି ବିଭାଗ । ଉପସ୍ଥିତ ମହିଳା ମହାସଂଘମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ସହିତ, ସହଭାଗୀତା ବଢ଼ିବା ସହିତ ସେମାନେ ଏସଏଚଜି ରୁ କିଭଳି ଏସଏମଇରେ ପରିଣତ ହେବେ ସେ ମିଶନ ଶକ୍ତି ମା’ମାନଙ୍କୁ ପ୍ରୋତ୍ସାହିତ କରାଯାଉଥିବା ଡ.ବକ୍ସିପାତ୍ର କହିଛନ୍ତି। କେନ୍ଦୁଝର ଜିଲାରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କ ଦ୍ୱାରା ଉତ୍ପାଦିତ ବିଭିନ୍ନ ସାମଗ୍ରୀ କିଭଳି ଆନ୍ତର୍ଜାତୀୟ ବଜାରରେ ବିକ୍ରୀ ସହ ବଜାର ସୁଯୋଗ ସୃଷ୍ଟି କରାଯାଇ ପାରିବ ସେ ନେଇ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିବା ସହ ପଞ୍ଚାୟତସ୍ତରରୁ ଆରମ୍ଭ କରି ବ୍ଲକ, ଜିଲା ସ ରାଜ୍ୟସ୍ତରରେ ମିଶନ ଶକ୍ତି ବଜାର ବ୍ୟବସ୍ଥା ଆରମ୍ଭ ହୋଇଥିବା ଡ.ବକ୍ସିପାତ୍ର କହିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories