www.samajalive.in
Monday, December 8, 2025
24.1 C
Bhubaneswar

ଆସନ୍ତା ୩ ବର୍ଷରେ ଦେଶରେ ଖୋଲିବ ଏକ ହଜାର ଗୋଷ୍ଠୀ ବେତାର କେନ୍ଦ୍ର

ଡେସ୍କ: ବିଶ୍ୱ ରେଡିଓ ଦିବସ ଅବସରରେ ଚେନ୍ନାଇରେ ଦୁଇ ଦିନିଆ ଦକ୍ଷିଣାଞ୍ଚଳ କମ୍ୟୁନିଟି ରେଡିଓ ସମ୍ମିଳନୀ ଆରମ୍ଭ ହୋଇଛି। ଭାରତରେ ଗୋଷ୍ଠୀ ବେତାର ସେବା ୨୦ ବର୍ଷ ପୂର୍ତ୍ତି ପାଳନ ପାଇଁ ଦକ୍ଷିଣାଞ୍ଚଳ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୧୭ଟି କମ୍ୟୁନିଟି ରେଡିଓ ଷ୍ଟେସନର ପ୍ରତିନିଧିମାନେ ଭାଗିଦାରୀ କରୁଛନ୍ତି।

ନେକ୍ସନ ଏବଂ ଟିଆଗୋ ଇଭିର ଦାମ୍ କମାଇଲା ଟାଟା

- Advertisement -

ଏଥିରେ ଯୋଗ ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର କହିଛନ୍ତି ଯେ ୨୦୧୪ ପରେ ଗୋଷ୍ଠୀ ବେତାର କେନ୍ଦ୍ର ପାଇଁ ସରକାର ଅତିରିକ୍ତ ପାଣ୍ଠି ସହ ୭ ଲକ୍ଷ ୫୦ ହଜାର ଟଙ୍କାର ସହାୟତା ପ୍ରଦାନ କରି କମ୍ୟୁନିଟି ରେଡିଓ ଷ୍ଟେସନକୁ ପ୍ରୋତ୍ସାହିତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଶ୍ରୀ ଠାକୁର ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ଦକ୍ଷିଣାଞ୍ଚଳ ରାଜ୍ୟଗୁଡ଼ିକରେ ଥିବା ୧୧୭ଟି କେନ୍ଦ୍ରର ପ୍ରଭାବଶାଳୀ କାର୍ଯ୍ୟକୁ ପ୍ରୋତ୍ସାହିତ କରାଯାଉଛି। ଏହା ସ୍ୱରହୀନଙ୍କ ଭାଷା ବୋଲି ସେ କହିଛନ୍ତି। ଶ୍ରୀ ଠାକୁର କହିଛନ୍ତି ଯେ ସବକା ସାଥ ସବକା ବିକାଶ ପାଇଁ ସ୍ଥାନୀୟ ଭାଷାରେ ଗୋଷ୍ଠୀ ରେଡିଓର କାର୍ଯ୍ୟ ଗୁରୁତ୍ୱପୂର୍ଣ୍ଣ। ଶ୍ରୀ ଠାକୁର କହିଥିଲେ ଯେ ଦେଶର ଯେକୌଣସି ସ୍ଥାନରେ ରହୁଥିବା ଶେଷ ବ୍ୟକ୍ତିଙ୍କ ପାଖରେ ସୂଚନା ପହଞ୍ଚାଇବାର ଏହା ଏକ ଅନନ୍ୟ ମାଧ୍ୟମ।

ଆସନ୍ତା ତିନି ବର୍ଷ ମଧ୍ୟରେ ଏକ ହଜାରରୁ ଅଧିକ କମ୍ୟୁନିଟି ରେଡିଓ ଷ୍ଟେସନ ସ୍ଥାପନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଜଣେ ଲାଇସେନ୍ସପ୍ରାପ୍ତ ବ୍ୟକ୍ତି ଯେପରି ଏକାଧିକ ରେଡିଓ ଷ୍ଟେସନ ସ୍ଥାପନ କରିପାରିବେ ସେଥିପାଇଁ ନୀତିରେ ପରିବର୍ତ୍ତନ କରାଯାଇଛି ବୋଲି ସେ କହିଛନ୍ତି। ଶ୍ରୀ ଠାକୁର କହିଛନ୍ତି ଯେ ୫୪ରୁ ୭୪ ଟଙ୍କା ଦରରେ ୭ରୁ ୧୦ ମିନିଟ୍ ପର୍ଯ୍ୟନ୍ତ ବିଜ୍ଞାପନ ପ୍ରସାରିତ ହୋଇପାରିବ। ସେ କହିଥିଲେ ଯେ ସରକାର ଲୋକାଭିମୁଖୀ କମ୍ୟୁନିଟି ରେଡିଓକୁ ପ୍ରୋତ୍ସାହିତ କରୁଛନ୍ତି। ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ଶ୍ରୀ ଠାକୁର ଗଣମାଧ୍ୟମ ପ୍ରତିନିଧିଙ୍କୁ ଅନୁରୋଧ କରିଥିଲେ। ସରକାରୀ ଯୋଜନା ସମ୍ପର୍କରେ ସୂଚନା ପ୍ରସାର କରିବା ସହ ଭାରତକୁ ଏକ ବିକଶିତ ରାଷ୍ଟ୍ର ରେ ପରିଣତ କରିବା ପାଇଁ ସେ କମ୍ୟୁନିଟି ରେଡିଓକୁ ଅନୁରୋଧ କରିଥିଲେ।

ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡ. ଏଲ୍ ମୁରୁଗନ୍ କହିଛନ୍ତି ଯେ ରାଷ୍ଟ୍ର ନିର୍ମାଣରେ କମ୍ୟୁନିଟି ରେଡିଓ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଅଲ୍ ଇଣ୍ଡିଆ ରେଡିଓ ଦୂରଦୂରାନ୍ତ ଅଞ୍ଚଳର ଲୋକଙ୍କ ପାଖରେ ସୂଚନା ପହଞ୍ଚାଉଛି ବୋଲି ସେ କହିଛନ୍ତି। ସମାଜର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଶିକ୍ଷାନୁଷ୍ଠାନଗୁଡ଼ିକୁ ସେ ପ୍ରଶଂସା କରିଥିଲେ। ସେ କହିଥିଲେ, ରେଡିଓ ଓ ଟେଲିଭିଜନରେ ଭିତ୍ତିଭୂମି ବିକାଶ ପାଇଁ ୨୫୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଗୋଷ୍ଠୀ ବେତାର କେନ୍ଦ୍ର ପ୍ରତିଷ୍ଠା ପାଇଁ ଯୁବପିଢ଼ି ଆଗେଇ ଆସିବାକୁ ସେ ଅନୁରୋଧ କରିଥିଲେ।

ଏହି ସମ୍ମିଳନୀରେ ଦକ୍ଷିଣ ଭାରତୀୟ ରାଜ୍ୟରୁ ୯୫ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରୁଛନ୍ତି ବୋଲି ଆଇଆଇଏମସିର ଅତିରିକ୍ତ ମହାନିର୍ଦେଶକ ନିମିଶ ରସ୍ତୋଗି ସୂଚନା ଦେଇଛନ୍ତି। ଏହି ସମ୍ମିଳନୀରେ ରେଡିଓ ଷ୍ଟେସନର ବିଭିନ୍ନ କାର୍ଯ୍ୟକାରୀ ଦିଗ ଓ ପରିଚାଳନା ସମ୍ପର୍କରେ ଆଲୋଚନା କରାଯିବ ବୋଲି ଶ୍ରୀ ମୁରୁଗାନ୍ କହିଛନ୍ତି। ପ୍ରତି ଜିଲ୍ଲାରେ କମ୍ୟୁନିଟି ରେଡିଓ ଷ୍ଟେସନ ଆରମ୍ଭ କରିବାକୁ ସରକାର ଯୋଜନା କରୁଛନ୍ତି।

ସୂଚନା ଯୋଗ୍ୟ, ୨୦୦୪ ମସିହା ଫେବ୍ରୁଆରି ୧ ତାରିଖରେ ଆନ୍ନା ବିଶ୍ୱବିଦ୍ୟାଳୟରେ ଭାରତ ରତ୍ନ ଲାଲକୃଷ୍ଣ ଆଡଭାନୀଙ୍କ ଦ୍ୱାରା ଭାରତରେ ଗୋଷ୍ଠୀ ବେତାର ସେବା ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଆଇଆଇଟି ଓ ଆଇଆଇଏମ୍ ଭଳି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନଗୁଡ଼ିକୁ ଗୋଷ୍ଠୀ ବେତାର କେନ୍ଦ୍ର ପ୍ରତିଷ୍ଠା ପାଇଁ ଲାଇସେନ୍ସ ପ୍ରଦାନ କରାଯାଇଥିଲା।

ଆବେଦନକୁ ସମ୍ପୂର୍ଣ୍ଣ ଅନଲାଇନ ପ୍ରକ୍ରିୟାରେ ପରିଣତ କରି ପଞ୍ଜୀକରଣ ପ୍ରକ୍ରିୟାକୁ ସହଜ କରିବା ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଏବେ ଦେଶରେ କମ୍ୟୁନିଟି ରେଡିଓ ଷ୍ଟେସନ ସଂଖ୍ୟା ୪୮୧କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ଗତ ଦୁଇ ବର୍ଷ ମଧ୍ୟରେ ୧୫୫ଟି କେନ୍ଦ୍ର ଖୋଲାଯାଇଛି। ଗତ ୯ ବର୍ଷ ମଧ୍ୟରେ ଏହି କ୍ଷେତ୍ରରେ କ୍ରମାଗତ ଅଭିବୃଦ୍ଧି ଘଟିଛି। କମ୍ୟୁନିଟି ରେଡିଓ ଷ୍ଟେସନ ସଂଖ୍ୟା ୨୦୧୪ରେ ୧୪୦ଥିବା ବେଳେ ୨୦୨୩ରେ ଏହା ୪୮୧କୁ ବୃଦ୍ଧି ପାଇଛି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories