ନେକ୍ସନ ଏବଂ ଟିଆଗୋ ଇଭିର ଦାମ୍ କମାଇଲା ଟାଟା

ବ୍ୟାଟେରୀ ଦାମ୍ କମିବା ଯୋଗୁଁ କମିଲା ଇଲେକ୍ଟ୍ରିକ୍ ଗାଡି ଦାମ୍

ନୂଆଦିଲ୍ଲୀ : ଟାଟା ମୋଟର୍ସ ନିଜ ଦୁଇଟି ଇଲେକ୍ଟ୍ରିକ୍ କାରର ଦାମ୍ ହ୍ରାସ କରିଛି । ନେକ୍ସନ ଇଭିର ଦାମକୁ ୧.୨୦ ଲକ୍ଷ ଟଙ୍କା ହ୍ରାସ କରିଛି କମ୍ପାନୀ । ସେହିଭଳି ଟିଆଗୋ ଇଭିର ଦାମରେ ୭୦ ହଜାର ଟଙ୍କା କମାଇଛି କମ୍ପାନୀ । ବ୍ୟାଟେରୀର ଦାମ୍ କମିବା ଯୋଗୁଁ ଏହାର ଫାଇଦା ଗ୍ରାହକଙ୍କୁ ଦେବା ପାଇଁ କମ୍ପାନୀ ଏମିତି ନିଷ୍ପତ୍ତି ନେଇଛି ।

ନେକ୍ସନ ଇଭିର ଦାମ୍ ଏବେ ୧୪.୪୯ ଲକ୍ଷ ଟଙ୍କାରୁ ଆରମ୍ଭ ହେବ ଏବଂ ଟପ୍ ମଡେଲର ଦାମ୍ ୧୬.୯୯ ଲକ୍ଷ ଟଙ୍କା ରହିବ । ସେହିଭଳି ଟିଆଗୋର ସର୍ବନିମ୍ନ ମଡେଲର ଦାମ୍ ୭.୯୯ ଲକ୍ଷ ଟଙ୍କା ରଖିଛି କମ୍ପାନୀ । ତେବେ ନିକଟରେ ଲଞ୍ଚ୍ ହୋଇଥିବା ପଞ୍ଚ୍ ଇଭିର ଦାମରେ କୌଣସି ପରିବର୍ତ୍ତନ ହୋଇନି ।

ଟାଟା ପାସେଞ୍ଜର ଇଲେକ୍ଟ୍ରିକ୍ ମୋବିଲିଟି ଲିମିଟେଡ୍ ୭୦ ପ୍ରତିଶତରୁ ଅଧିକ ଭାଗିଦାରୀ ସହିତ ଇଲେକ୍ଟ୍ରିକ୍ ପାସେଞ୍ଜର ଗାଡି କ୍ଷେତ୍ରରେ ମାର୍କେଟରେ ରାଜୁତି କରୁଛି । କମ୍ପାନୀ ୨୦୨୩ରେ ସମୁଦାୟ ୬୯,୧୫୩ ୟୁନିଟ୍ ଇଲେକ୍ଟ୍ରିକ୍ ଗାଡି ବିକ୍ରି କରିଛି । ଟାଟା ମୋଟର୍ସ ଚଳିତ ବର୍ଷ କର୍ଭ, ହ୍ୟାରିୟର ଇଭି, ସିଏରା ଏବଂ ଅଲ୍ଟ୍ରୋଜ୍ ଇଭି ଲଞ୍ଚ୍ କରିବ ।

 

Comments are closed.