www.samajalive.in
Monday, December 8, 2025
13.1 C
Bhubaneswar

ଓଡିଶାରେ ଆଉଟ୍‌ସୋର୍ସିଂ ସରକାର: ଶିବରାଜ୍ ସିଂ ଚୌହାନ୍

ଭୁବନେଶ୍ବର: ବିଜେଡି ସରକାରକୁ ତୀବ୍ର ସମାଲୋଚନା କରିଛନ୍ତି ବିଜେପି ନେତା ଶିବରାଜ ସିଂ ଚୌହାନ୍ । ମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ ସମାଲୋଚନା କରି ଓଡିଶାରେ ଆଉଟସୋର୍ସିଂ ସରକାର ଚାଲିଥିବା କହିଛନ୍ତି। ନବୀନ ବାବୁ ନିଜେ ସରକାର ଚଳାଉନାହାନ୍ତି, ଆଉଟସୋର୍ସକୁ ଦେଇଛନ୍ତି। ସେ ସରକାର ଚଳାଉ ନାହାନ୍ତି , ତାଙ୍କ ଅଧିକାରୀମାନେ ସରକାର ଚଳାଉଛନ୍ତି। ବେଲଗାମ୍ ଅଧିକାରୀ ସାରା ଓଡିଶାକୁ ଭ୍ରଷ୍ଟାଚାରରେ ବୁଡାଇଛନ୍ତି। ଓଡିଶାରେ ମହିଳାମାନେ ଅସୁରକ୍ଷିତ ଅବସ୍ଥାରେ ରହୁଛନ୍ତି। ମାଆ ଭଉଣୀ ମାନଙ୍କ ଉପରେ ଅତ୍ୟାଚାର କରାଯାଉଛି। ଓଡିଶାରେ ବିଜେପି ବହୁମତ ସହ ସରକାର କରିବ। ଲୋକସଭାରେ ବିଜେପି ବିପୁଳ ଭୋଟ୍ ପାଇବ । ବିଧାନସଭାରେ ବି ବହୁମତ ସହ ରାଜ୍ୟରେ ବିଜେପି ସରକାର କରିବ । ଓଡିଶାରେ ବିଜେପି ପୁରା ତାକତ୍‌ରେ ଲଢିବ ଏବଂ ସରକାର ଗଢିବ। ଓଡିଶାର ବିକାଶ ପାଇଁ ମୋଦି ଦେଉଥିବା ଅର୍ଥ ସଠିକ୍ ବିନିଯୋଗ ହେଉନି। ମୋଦି ଟଙ୍କା ଦେଉଛନ୍ତି , ନବୀନ ତା ଉପରେ ଠପ୍ପା ଲଗାଉଛନ୍ତି। ନବୀନଙ୍କ ଅଧିକାରୀମାନେ କେବଳ ରି-ବ୍ରାଣ୍ହିଂ କରୁଛନ୍ତି ।  ସାଧାରଣ ଲୋକ ଏକଥା ଜାଣି ସାରିଲେଣି ବୋଲି ଶିବରାଜ୍‌ କହିଛନ୍ତି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories