www.samajalive.in
Saturday, December 6, 2025
23.1 C
Bhubaneswar

ଚାଷୀଙ୍କ ଦିଲ୍ଲୀ ଚଲୋ ଆନ୍ଦୋଳନ ; ଲମ୍ବା ଟ୍ରାଫିକ୍‌‌ ଜାମ୍‌‌ ,ଦିଲ୍ଲୀ ସୀମାରେ ରହିଛି ଶତାଧିକ ଗାଡି

ନୂଆଦିଲ୍ଲୀ : ବିିଭିନ୍ନ ଦାବୀରେ ମଙ୍ଗଳବାର ଚାଷୀଙ୍କ ଦିଲ୍ଲୀ ଚଲୋ ଆନ୍ଦୋଳନ ଆରମ୍ଭ ହୋଇଛି। ଚାଷୀଙ୍କ ଆନ୍ଦୋଳନ ପୂର୍ବରୁ ପ୍ରବଳ ଟ୍ରାଫିକ୍‌‌ ଜାମ୍‌‌ ଦେଖାଦେଇଛି। ଦିଲ୍ଲୀ ସୀମାରେ ଶତାଧିକ ଗାଡି ଲମ୍ବିଛି। ରାଜଧାନୀ ଦିଲ୍ଲୀ ଅଭିମୁଖେ ପ୍ରାୟ ୨୦ ହଜାର ଚାଷୀ ବାହାରିଛନ୍ତି। ଏଥିପାଇଁ ଦିଲ୍ଲୀ ସୀମାକୁ ସିଲ୍‌‌ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

ଉତ୍ତରପ୍ରଦେଶ ଓ ହରିୟାଣାରୁ ଦିଲ୍ଲୀକୁ ସଂଯୋଗ କରୁଥିବା ରାସ୍ତାକୁ ସିଲ୍‌‌ କରାଯାଇଛି। ସିନ୍ଧୁ ବର୍ଡର ଓ ଗାଜିପୁର ବର୍ଡରରେ ବ୍ୟାରିକେଟ କରାଯାଇଛି। ମାର୍ଚ୍ଚ ୧୨ ଯାଏଁ ଦିଲ୍ଲୀରେ ବଡଧରଣର ସମାବେଶ ଉପରେ ରୋକ୍‌‌ ଲଗାଯାଇଛି। ଦିଲ୍ଲୀ ଭିତରକୁ ଟ୍ରାକ୍ଟର ପ୍ରବେଶ ସହ ପିସ୍ତଲ,ଦହନଶୀଳ ପଦାର୍ଥ, ଅସ୍ତ୍ରଶସ୍ତ୍ର ପ୍ରବେଶ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି। ଦିଲ୍ଲୀ-ଉତ୍ତର ପ୍ରଦେଶ ସୀମାରେ ୧୪୪ ଧାରା ଜାରି କରାଯାଇଛି।

- Advertisement -

ମଙ୍ଗଳବାରରେ ଅମ୍ବାଲାର ଶମ୍ଭୁ ସୀମାରେ କୃଷକମାନେ ଟ୍ରାକ୍ଟର ନେଇ ପହଞ୍ଚି ସାରିଲେଣି। ସେଠାରେ ପୁଲିସ ପକ୍ଷରୁ ବ୍ୟାରିକେଡ ସହ ସୁରକ୍ଷାକର୍ମୀ ମୁତୟନ ରହିଛନ୍ତି। ଏହାର ପ୍ରଭାବ ସାଧାରଣ ଜନତାଙ୍କ ଉପରେ ମଧ୍ୟ ପଡିଛି। କୃଷକ ଦିଲ୍ଲୀ ପହଞ୍ଚିବା ପୂର୍ବରୁ ଶମ୍ଭୁ, ଟିକରି ଓ ସିନ୍ଧୁ ବର୍ଡର ବ୍ୟତୀତ ଗାଜିପୁର ସୀମାରେ ଲମ୍ବା ଟ୍ରାଫିକ୍‌‌ ଜାମ୍‌‌ ଦେଖାଦେଇଛି। ଦିଲ୍ଲୀ-ମେରଠ ରାଜପଥରେ ଏକ କିଲୋମିଟର ପର୍ଯ୍ୟନ୍ତ ଲମ୍ବା ଜାମ୍‌‌ ଲାଗି ରହିଥିଲା। ୯ ନମ୍ବର ଜାତୀୟ ରାଜପଥରେ ବ୍ୟାରିକେଡ କାରଣରୁ ଭୀଷଣ ଟ୍ରାଫିକ୍‌‌ ଜାମ୍‌‌ ହୋଇଛି। ଏହି କାରଣରୁୁ ଗାଡି ଚାଳକଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଛି।

କୃଷକ ଆନ୍ଦୋଳନକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ସଚିବାଳୟ ମେଟ୍ରୋ ଷ୍ଟେସନର ଗେଟ୍‌‌ ନମ୍ବର-୨କୁ ସନ୍ଧ୍ୟା ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ଆନ୍ଦୋଳନର ଆହ୍ୱାନକୁ ନଜରରେ ରଖି ଦିଲ୍ଲୀର ଅନେକ ସ୍ଥାନରେ ସୁରକ୍ଷାକର୍ମୀ ମୁତୟନ ରଖିବା ସହ ସାରା ଦିଲ୍ଲୀରେ ୧୪୪ ଧାରା ଲାଗୁ କରାଯାଇଛି।

କେନ୍ଦ୍ର ସରକାରଙ୍କ ସହ ସୋମବାର ହୋଇଥିବା ଆଲୋଚନା ବିଫଳ ପରେ ଦିଲ୍ଲୀ ମୁହାଁ ହୋଇଛନ୍ତି ହଜାର ହଜାର ଚାଷୀ। ଚଣ୍ଡିଗଡରେ ପ୍ରାୟ ୫ ଘଣ୍ଟା କେନ୍ଦ୍ର ସରକାର ଓ ଚାଷୀ ସଙ୍ଗଠନ ମଧ୍ୟରେ ଆଲୋଚନା ହୋଇଥିଲା। ଆଲୋଚନାରେ ମୁଖ୍ୟତଃ ୬ଟି ପ୍ରସଙ୍ଗ ଫସଲର ସର୍ବନିମ୍ନ ମୂଲ୍ୟର ଗ୍ୟାରେଣ୍ଟି, ଚାଷୀ ନେଇଥିବା ଲୋନ୍‌‌କୁ ଛାଡ କରିବା ଓ ସ୍ୱାମୀନାଥ୍‌‌ନ ଆୟୋଗର ସୁପାରିଶକୁ ଲାଗୁ କରିବା, ବିଜୁଳି ଆଇନ୍‌‌-୨୦୨୦କୁ ରଦ୍ଦ କରିବା, ଉତ୍ତରପ୍ରଦେଶର ଲକ୍ଷ୍ମୀପୁରରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଚାଷୀଙ୍କ ପରିବାରକୁ କ୍ଷତିପୂରଣ ଦେବା ଆଲୋଚନା କରାଯାଇଥିଲା।

 

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories