www.samajalive.in
Sunday, December 7, 2025
26.1 C
Bhubaneswar

୧୯୯୧ରେ ଆରମ୍ଭ ହୋଇଥିବା ସଂସ୍କାରର ଫଳାଫଳ ହେଉଛି ଭାରତର ଶକ୍ତିଶାଳୀ ଅର୍ଥନୀତି; କେହି ଜଣେ ଏହାର ଶ୍ରେୟ ନେବେ ନାହିଁ

ସମାଜ ଡିଜିଟାଲ ଡେସ୍କ: ନିକଟରେ ମୋଦୀ ସରକାର କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ବିରୋଧରେ ସଂସଦରେ ଏକ ଶ୍ୱେତପତ୍ର ଉପସ୍ଥାପନ କରିଥିଲେ। ଏହି ଶ୍ୱେତପତ୍ରରେ ୟୁପିଏକୁ (୨୦୦୪-୧୪) ୧୦ବର୍ଷ କାର୍ଯ୍ୟକାଳ ମଧ୍ୟରେ ଅର୍ଥନୈତିକ ପରିଚାଳନାକୁ ନେଇ କଡା ସମାଲୋଚନା କରାଯାଇଥିଲା। ଏହାସହିତ ଏନଡିଏ ସରକାରଙ୍କ (୨୦୧୪-୨୪) ବର୍ଷର କାର୍ଯ୍ୟକାଳକୁ ପ୍ରଶଂସା କରାଯାଇଥିଲା। ଏଥିରେ କୁହାଯାଇଛି ଯେ ୟୁପିଏ ସରକାର ଶାସନକାଳରେ ଅନେକ ଭୁଲ କରିଛନ୍ତି। ଏଥିରେ କୌଣସି ସନ୍ଦେହ ନାହିଁ ଯେ ମୋଦୀ ସରକାର ଶାସନକୁ ଆସିବା ପରେ ଯାହା କରିଛନ୍ତି ସେଥିରେ ଅନେକ ଉନ୍ନତି ହୋଇଛି। ଦେଶରେ ଏକ ଶକ୍ତିଶାଳୀ ଅର୍ଥନୀତିର ମୂଳଦୁଆ ପକାଇଛନ୍ତି। ମୋଦୀ ସରକାରଙ୍କ ଏହି ଶ୍ୱେତପତ୍ର ୟୁପିଏ ବିରୋଧରେ ନିର୍ବାଚନ ପୂର୍ବ ଆକ୍ରମଣ ଭଳି ବୋଲି ରାଜନୈତିକ ବିଶେଷଜ୍ଞ ମାନେ କହିଛନ୍ତି।

ଶ୍ୱେତପତ୍ରରେ ଦର୍ଶାଯାଇଥିବା ଏକ ସ୍ତମ୍ଭରେ ଜଣାପଡିଛି ଯେ ୟୁପିଏ ସରକାର ଉଚ୍ଚ ମୁଦ୍ରାସ୍ପୀତି ହାର, ଦୁର୍ନୀତି, ଆର୍ଥିକ ଅବହେଳା ଏବଂ ଆର୍ଥିକ ବ୍ୟବସ୍ଥାକୁ ନଷ୍ଟ କରିଥିବାରୁ କଂଗ୍ରେସକୁ କଡା ସମାଲୋଚନା କରାଯାଇଛି। କମ୍‍ ମୁଦ୍ରାସ୍ଫୀତି ସହିତ ୟୁପିଏ-୧ ରେକର୍ଡ ଜିଡିପି ଅଭିବୃଦ୍ଧି ହାସଲ କରିଥିଲା। ୟୁପିଏ-୨ରେ ଦୁଇ ଅଙ୍କ ବିଶିଷ୍ଟ ମୁଦ୍ରାସ୍ଫୀତି ହାରର ସାମ୍ନା କରିବାକୁ ପଡିଥିଲା। ଫଳରେ ୨୦୧୪ ନିର୍ବାଚନାରେ ଦଳ ପରାଜିତ ହୋଇଥିଲା। ୨୦୦୪ରେ ଯେତେବେଳେ ୟୁପିଏ ସରକାରକୁ ଆସିଥିଲା ସେତେବେଳେ ବ୍ୟାରେଲ ପିଛା ତେଲର ମୂଲ୍ୟ ୪୦ ଡଲାର ଥିଲା, ହେଲେ ୨୦୧୪ ବେଳକୁ ବ୍ୟାରେଲ ପିଛା ୧୧୦ ଡଲାକୁ ବୃଦ୍ଧି ପାଇଥିଲା। ୨୦୦୮ରେ ଆନ୍ତର୍ଜାତୀୟ ସ୍ତରରେ ଖାଦ୍ୟ ସାମଗ୍ରୀର ମୂଲ୍ୟ ମଧ୍ୟ ଆକାଶ ଛୁଆଁ ହୋଇଥିଲା। ଏଥିପାଇଁ ୨୦୧୪ ପର୍ଯ୍ୟନ୍ତ ମୁଦ୍ରାସ୍ଫୀତି ହାର ଅଧିକ ରହିଥିଲା।

- Advertisement -

୨୦୧୪ରେ ମୋଦୀ ସରକାର କ୍ଷମତାକୁ ଆସିବା ପରେ ତେଲ ବ୍ୟାରେଲ ପିଛା ୧୧୦ ଡଲାର ଥିଲା। ୬ମାସ ପରେ ମୂଲ୍ୟ ୪୫ ଡଲାରକୁ ଖସିଆସିଥିଲା। ଏହା ଭଲ ଦିନ ଅପେକ୍ଷା ଆକାଶରେ ତାରା ଦେଖିଲା ଭଳି ଲାଗିଲା। ୟୁକ୍ରେନ ଯୁଦ୍ଧ ଯୋଗୁ ପରେ ମୂଲ୍ୟ ବୃଦ୍ଧି ପାଇଥିଲା ଏବଂ ପରେ ହ୍ରାସ ହୋଇ ବ୍ୟାରେଲ ପିଛା ୭୮ ଡଲାରରେ ପହଂଚିଥିଲା। ସାଧାରଣ ଖର୍ଚ୍ଚ ବଦଳରେ ଗରିବ ଲୋକଙ୍କ ପାଇଁ ମାଗଣା ଖାଦ୍ୟ ଉପରେ ଏନଡିଏ ଫୋକସ କରିଥିଲା। ଏହାସହିତ କୋଭିଡ ପରି ମହାମାରୀକୁ ଏକ ଆହ୍ୱାନର ସହିତ ମୁକାବିଲା କରିଥିଲା।

ଭାରତ ଆଜି ଶକ୍ତିଶାଳୀ ଅର୍ଥବ୍ୟବସ୍ଥାରେ ପହଂଚିଥିବା କୁହାଯାଉଥିବା ବେଳେ ଶିକ୍ଷା, ସ୍ୱାସ୍ଥ୍ୟ, ବେକାରୀ ଏବଂ ପ୍ରଦୂଷଣ ଭଳି ସମସ୍ୟା ଆଜି ପ୍ରମୁଖ ସମସ୍ୟା ହୋଇ ରହିଛି। ତଥାପି କୁହାଯାଉଛି ଭାରତ ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତିରେ ପରିଣତ ହୋଇଛି। ଏଠାରେ ଜରୁରୀ ନୁହେଁ ଯେ ଏହା ଗୋଟିଏ ଦଳର ଖରାପ ଶାସନ ଏବଂ ଅନ୍ୟ ଦଳର ଭଲ ଶାସନର ଫଳାଫଳ। ୧୯୯୧ରୁ ସଂସ୍କାର ଏବଂ ଉଦ୍ଭାବନର ଏହା ହେଉଛି ପ୍ରଭାବ। ଏଥିପାଇଁ ଶ୍ରେୟ ସଂପୃକ୍ତ ରାଜନୈତିକ ଦଳକୁ ବାଣ୍ଟିବା ଉଚିତ ନୁହେଁ। ପ୍ରତ୍ୟେକ ସରକାରରେ ତ୍ରୁଟି ଏବଂ ଘୋଟାଲା ହୋଇଥାଏ। ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରଦୂଷଣ ଏବଂ ବେକାରୀ ସମସ୍ୟା ଦୂର କରିବା ଭଳି ମୌଳିକ ସମସ୍ୟାକୁ ଦୂର କରିବାରେ ସମସ୍ତେ ବିଫଳ ହୋଇଛନ୍ତି। କିନ୍ତୁ ପ୍ରତ୍ୟେକ ସରକାର ୧୯୯୧ରେ ଦେଶକୁ ଏକ ଦେବାଳିଆ ସ୍ଥିତିରୁ ୨୦୨୪ରେ ବିଶ୍ୱ ଦରବାରରେ ଏକ ଅତ୍ୟାଧୁନିକ ଅର୍ତନୀତିକୁ ଯିବାରେ ସହଯୋଗ କରିଛନ୍ତି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories