ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ

ବୌଦ୍ଧ : ବୌଦ୍ଧ ଜବାହର ନବୋଦୟ ବିଦ୍ୟାଳୟ ପାଲଝର ତରଫରୁ ବରିଷ୍ଠ ଶିକ୍ଷକ ଦିଲୀପ କୁମାର ବାଡତ୍ୟାଙ୍କ ପ୍ରଚେଷ୍ଟାରେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ(ଏଫ.ଏଲ.ଏନ.) କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ସମ୍ପନ୍ନ ହେଇଯାଇଛି। ବୌଦ୍ଧ ଜିଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନଙ୍କ ଅନୁମତି କ୍ରମେ ମୌଳିକ ସାକ୍ଷରତା , ଆବୃତ୍ତି , ପଠନ କାର୍ଯ୍ୟକ୍ରମରେ ପ୍ରଥମେ ବାଳାଶ୍ରମର ସଚିବ ନବୀନ ଚନ୍ଦ୍ର ବଘାର ସ୍ଵାଗତ ଭାଷଣ ଦେଇ ଥିଲେ । ବରିଷ୍ଠ ଶିକ୍ଷକ ଦିଲୀପ କୁମାର ବାଡତ୍ୟା ତାଙ୍କ ବକ୍ତବ୍ୟରେ ସଂଖ୍ୟା ଜ୍ଞାନ , ଆବୃତି ଓ ପଠନ ଉପରେ ଗୁରୁତ୍ଵ ଦେବା ସଙ୍ଗେ ସଙ୍ଗେ ପିଲାମାନକୁ ଗଳ୍ପ ମାଧ୍ୟମରେ ନୈତିକ ଶିକ୍ଷା ଦ୍ଵାରା ଉତ୍ସାହିତ କରିଥିଲେ ଓ ଅନ୍ତେବାସୀ ମାନଙ୍କୁ ମାନସିକ ପରାମର୍ଶ ଦେଇ ମାର୍ଗଦର୍ଶନ କରିଥିଲେ । କାର୍ଯ୍ୟକ୍ରମରେ କବିତା ଆବୃତ୍ତି , ପଠନ ବିଭାଗରେ ପ୍ରତିଯୋଗିତା ଆୟୋଜିତ କରାଯାଇଥିଲା । ଆଶ୍ରମରେ ରହୁଥିବା ସମସ୍ତ ଅନ୍ତେବାସୀମାନଙ୍କ ଭିତରେ ଉତ୍ସାହର ବାତାବରଣ ଦେଖିବାକୁ ମିଳିଥିଲା । ପରିଶେଷରେ ସମସ୍ତ ବିଜେତାମାନଙ୍କୁ ପୁରସ୍କାର ସହିତ ପ୍ରମାଣ ପତ୍ର ଦିଆଯାଇଥିଲା । ଶେଷରେ ବାଳାଶ୍ରମ ସଚିବ ନବୀନ ଚନ୍ଦ୍ର ବଘାର ଉପସ୍ଥିତ ଥିବା ସମସ୍ତଙ୍କ ସଦସ୍ୟଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଆଶ୍ରମର ଶିକ୍ଷୟତ୍ରୀ  ଲିପିକା ଦେହୁରୀ ଓ ଦମୟନ୍ତୀ ହେମ୍ବ୍ରମ ସହଯୋଗ କରିଥିଲେ ।

Comments are closed.