www.samajalive.in
Sunday, December 14, 2025
26.1 C
Bhubaneswar

‘ସମାଜ’ର ବ୍ଲକ ସ୍ତରୀୟ ପାଠକ ମଞ୍ଚ ଏକ ବୈଠକ

ଗଞ୍ଜାମ: ଭାରତୀ ବିଦ୍ୟାପୀଠ ପରିସରରେ ସୋମବାର ଦିନ ‘ସମାଜ’ର ବ୍ଲକ ସ୍ତରୀୟ ପାଠକ ମଞ୍ଚର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।  ପ୍ରଥମେ ପଣ୍ଡିତ ଉତ୍କଳ ମଣି ଗୋପବନ୍ଧୁଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ ସହ ଧୂପ ଦେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି ବୈଠକରେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ ବିଶ୍ୱାଳଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଶିକ୍ଷାବିତ, ବୁଦ୍ଧିଜୀବୀ, ମାନେ ଯୋଗ ଦେଇ ସମାଜ ର ଅଧିକ ଉନ୍ନତି କ୍ଷେତ୍ରରେ ସେମାନଙ୍କ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।

ସମାଜର ନାମ ହିଁ ସମାଜ  କାର୍ଯ୍ୟ ପାଇଁ ସୂଚନା ଦେଉଛି। ଏହାର ସୁଦୂର ପ୍ରସାର ପାଇଁ ନିରେପେକ୍ଷ ସବୁବେଳେ ଅଵଲମ୍ବନ କରୁ। ଛାତ୍ରଛାତ୍ରୀ ମାନଙ୍କର ନୈତିକ ଶିକ୍ଷା ଆହାରଣ ନିମନ୍ତେ ନିୟମିତ ବ୍ୟବଧାନରେ ଖୁଦ୍ର ଗଳ୍ପ, ସାଧାରଣ ଜ୍ଞାନ, ପ୍ରଭୃତି ସ୍ଥାନ ପାଉ। ସପ୍ତମ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପ୍ରଯ୍ୟନ୍ତ ଛାତ୍ର ଛାତ୍ରୀଙ୍କ ନିମନ୍ତେ ପାଠ୍ୟ ସାରଣୀ ଅନୁସାରେ ଜ୍ଞାନ ପ୍ରଦାନ କରାଯିବା ଉଚିତ। ଓଡ଼ିଆ ଭାଷାର ଉନ୍ନତି ପାଇଁ ପତ୍ରିକାରେ ସ୍ଥାନ ପାଇବା ସହ ସମ୍ବାଦ ପରିବେଷଣ ସମୟରେ ନିର୍ଭିକତା ଓ ସଚୋଟ ବଜାୟ ରଖିବା ଏହା ସହିତ ସ୍ଥାନୀୟ ସମସ୍ୟାକୁ ଗୁରୁତ୍ୱ ଦେଇ ସରକାରଙ୍କୁ ସଚେତନ କରାଇବାର ଦରକାର ବୋଲି ସମସ୍ତେ ମତ ଦେଇଥିଲେ।

- Advertisement -

ଏହି ବୈଠକରେ ସ୍ଥାନୀୟ ପ୍ରଧାନ ଶିକ୍ଷକ ଅଭିମନ୍ୟୁ ଜେନା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଜୟ ବେହେରା, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବାଳ କୃଷ୍ଣ ମହାରଣା, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋପାଳ ବେହେରା, ନବ କୃଷ୍ଣ ପଣ୍ଡା, ଟୁନା ଶତପଥୀ, ପୂର୍ବତନ ଉପାଧ୍ୟକ୍ଷ ନୀଳାଞ୍ଚଳ ବାରିକି, ଶିକ୍ଷକ ସୁବାସ ଚନ୍ଦ୍ର ନାୟକ, କନ୍ଧ ଶତପଥୀ,  ପୂର୍ବତନ ସରପଞ୍ଚ ଡି ଗୋବିନ୍ଦ ରେଡି, ହରିହର ବାରିକ, ଅଶୋକ ମହାପାତ୍ର, ଶିକ୍ଷକ ପ୍ରଭାକର ନାହାକ, ପିତାମ୍ବର ଜେନା, ପୂର୍ଣ୍ଣ ଚନ୍ଦ୍ର ବେହେରା, ଧନେଶ୍ୱର ବେହେରା ପ୍ରମୁଖ ଯୋଗ ଦେଇଥିଲେ। ସମାଜ ପ୍ରତିନିଧି ଶବର ତରାଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଉମାକାନ୍ତ ବେହେରା, ବିଦ୍ୟାଧର ସାହୁ, ପ୍ରଦୀପ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories