www.samajalive.in
Sunday, December 14, 2025
19.1 C
Bhubaneswar

ସାମାଜିକ ଶିକ୍ଷା ସାଧନକେନ୍ଦ୍ର ଉଦଘାଟିତ

ପାଟଣା : ପାଟଣା ବ୍ଲକ ରାଜନଗର ପଞ୍ଚାୟତର ପଞ୍ଚାୟତ ଗୃହରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆସ୍ପାୟାର ପକ୍ଷରୁ ସାମାଜିକ ଶିକ୍ଷା ସାଧନ କେନ୍ଦ୍ର ଉଦଘାଟିତ ହୋଇଯାଇଛି। ସରପଞ୍ଚ ସୁଧାଂଶୁ ଶେଖର ନାଏକଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଏବିଇଓ ଧରଣୀଧର ଦାସ ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ବାୟୁ ସେନା ଅଧିକାରୀ ଶରତଜ୍ୟୋତି କର , ଡାକ୍ତର କରୁଣା କର ବେହେରା, ସମିତି ସଭ୍ୟ ଅବନୀ ନାଏକ, ସ୍ବେଚ୍ଛାସେବୀ ପ୍ରତାପ ଚନ୍ଦ୍ର ରଣା, ରାଜନଗର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୀନବନ୍ଧୁ ନାଏକ, ନୂଆଗାଁ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଯ୍ୟେଧନ ସାହୁ, ରାଇକଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଲିପଟନ ସାହୁ, ଆସ୍ପାୟାର ବ୍ଲକ ସଂଯୋଜକ ଶିଶିର କୁମାର ଦାସ ପ୍ରମୁଖ ଯୋଗଦେଇଥିଲେ। ଏହି କେନ୍ଦ୍ର ଦ୍ୱାରା ଛାତ୍ରଛାତ୍ରୀ, ଚାଷୀ, ସ୍ୱୟଂସହାୟକ ଗୋଷ୍ଠୀର ମହିଳା ଓ ଜନସାଧାରଣ କମ୍ପ୍ୟୁଟର ଶିକ୍ଷା ଗ୍ରହଣ କରିପାରିବେ। ଅନୁଷ୍ଠାନର କବିନ୍ଦ୍ର ଦେହୁରୀ, ଦେବଜାନୀ ଶତପଥୀ, ସୁଶାନ୍ତ ଦେହୁରୀ, ସୀମା ମିଶ୍ର, ସର୍ବେଶ୍ୱର ବେହେରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

 

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories