www.samajalive.in
Monday, December 8, 2025
27.1 C
Bhubaneswar

ମୁଣ୍ଡବିନ୍ଧା ହେବାର ବିଭିନ୍ନ କାରଣ

ପୁରୁଷଙ୍କ ତୁଳନାରେ ମହିଳାଙ୍କର ଅଧିକ ମୁଣ୍ଡବିନ୍ଧା ହୋଇଥାଏ। ଶରୀରରେ ହର୍ମୋନର ସନ୍ତୁଳନ ଠିକ ନ ଥିବାରୁ ମହିଳାଙ୍କ ମଧ୍ୟରେ ଏପରି ସମସ୍ୟା ଦେଖା ଯାଇଥାଏ। ଏହାସହ ଶରୀରରେ ଅନ୍ୟ ଅଂଶରେ ମଧ୍ୟ ବିନ୍ଧା ହୋଇଥାଏ। ମୁଣ୍ଡବିନ୍ଧା କାରଣରୁ କୌଣସି କାମରେ ମନ ଲାଗି ନଥାଏ।

ଆସନ୍ତୁ ଜାଣିବା ମହିଳାଙ୍କ ମଧ୍ୟରେ ଏପରି ସମସ୍ୟା ହେବାର କାରଣ ..

- Advertisement -

ମୁଣ୍ଡବିନ୍ଧା ହେଲେ ଆପଣଙ୍କ ମନର ସ୍ଥିତି ବିଷୟରେ ଜାଣି ହୋଇଥାଏ। ଅଧିକ ଚିନ୍ତା କରିବା ଦ୍ବାରା ମହିଳାଙ୍କ ମୁଣ୍ଡବିନ୍ଧା ହୋଇଥାଏ। ମୁଣ୍ଡର ଦୁଇ ପାର୍ଶ୍ବରେ ବିନ୍ଧା ହେଲେ ଅନେକ କଷ୍ଟ ଲାଗିଥାଏ। ତେଣୁ କୌଣସି କାର୍ଯ୍ୟ କରିବା ସମୟରେ ଅଧିକ ଚିନ୍ତା ନ କରି ଧୀର ମନରେ କାର୍ଯ୍ୟ କରିବା ଉଚିତ।

ବେଳେବେଳେ ମାଇଗ୍ରେନ କାରଣରୁ ମଧ୍ୟ ମୁଣ୍ଡବିନ୍ଧା ହୋଇଥାଏ। ଏହାକୁ ସାମାନ୍ୟ ଭାବିବା ଅନୁଚିତ। ମସ୍ତିଷ୍କ ଶିରା ମାଇଗ୍ରେନ ପାଇଁ ଦାୟୀ ଅଟେ। ଏପରି କ୍ଷେତ୍ରରେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ।

ବେଳେବେଳେ ପେଟରେ ଗ୍ୟାସ ହେବା କାରଣରୁ ମୁଣ୍ଡବିନ୍ଧା ହୋଇଥାଏ। ପାଚନତନ୍ତ୍ରରେ ସମସ୍ୟା ଥିଲେ ମୁଣ୍ଡବିନ୍ଧା ପରି ସମସ୍ୟା ସୃଷ୍ଟି ହୋଇଥାଏ। ମୁଣ୍ଡର ଗୋଟିଏ ସ୍ଥାନରେ ଅଧିକ ସମୟ ଧରି ବିନ୍ଧା ହେଲେ ତାହା ଡାଇରିଆର ଲକ୍ଷଣ ମଧ୍ୟ ହୋଇପାରେ।

ଅଧିକ ସମୟ ଧରି କିଛି କଥା ଚିନ୍ତା କରିବା ଦ୍ବାରା ମୁଣ୍ଡବିନ୍ଧା ହୋଇଥାଏ। ଏହାଦ୍ବାରା କରୁଥିବା କାର୍ଯ୍ୟରେ ମନ ଲାଗି ନଥାଏ।

ମୁଣ୍ଡବିନ୍ଧାର ଏକ କାରଣ ହର୍ମୋନ ହୋଇଥାଏ। ହର୍ମୋନ କାରଣରୁ ହୃଦୟର ଗତି ବଢିଥାଏ। ଅଧିକ ଝାଳ ଶରୀରରୁ ନିର୍ଗତ ହୋଇଥାଏ। ଶରୀରରେ ଏହି କାରଣରୁ ମୁଣ୍ଡବିନ୍ଧା​‌ ହୋଇଥାଏ।

 

Hot this week

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

Related Articles

Popular Categories