www.samajalive.in
Saturday, December 13, 2025
26.1 C
Bhubaneswar

କନ୍ଦାଉଛି ସ୍ମାର୍ଟ ମିଟର, ଅନ୍ଧାରରେ ବିଦ୍ୟୁତ ଉପଭୋକ୍ତା

ହରଭଙ୍ଗା: ବିଦ୍ୟୁତ ଚୋରିକୁ ରୋକିବା ଲକ୍ଷ୍ୟ ନେଇ ଟିପିଏସଓଡିଏଲ ସବୁ ଉପଭୋକ୍ତାଙ୍କ ପାଇଁ ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ କରିଛନ୍ତି। ମାତ୍ର ଗରିବ ଶ୍ରେଣୀର ହିତାଧିକାରୀ ସ୍ମାର୍ଟ ମିଟର ପାଇଁ କିଭଳି ହନ୍ତସନ୍ତ ହେଉଛନ୍ତି ତା’ର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ହରଭଙ୍ଗା ବ୍ଲକ ପୁରୁଣାକଟକ ସେକ୍ସନ ଅଧୀନରେ ଥିବା ଧଳପୁର ପଞ୍ଚାୟତରେ। ଉପଭୋକ୍ତା ବାଲିଆ ବେହେରା(ଧଳପୁର), ଅରୁଣ ଦେହୁରୀ(ଖରସଙ୍କୁଲେଇ), କର୍ଣ୍ଣ ହାତୀ(ତେନ୍ତୁଳିପଦର), ବିରଞ୍ଚି ସେଠୀ, କୁନି ଲୌରିୟା, ଗଦାଧର ବେହେରା, ପ୍ରଦୀପ ବେହେରା ପ୍ରମୁଖଙ୍କ ଅଭିଯୋଗ ଅନୁସାରେ, ସ୍ମାର୍ଟ ମିଟର ଲଗାଇବା ପରେ ପ୍ରତି ମାସରେ ବିଦ୍ୟୁତ ଦେୟ ପୈଠ ବାଧ୍ୟତାମୂଳକ। ମାତ୍ର ଗୋଟିଏ ମାସର ଦେୟ ବକେୟା ରହିଲେ ବିଦ୍ୟୁତ ସଂଯୋଗ ଆପେ ଆପେ କଟିଯାଉଛି। ଫଳରେ ଗରିବ ଉପଭୋକ୍ତା ଅନ୍ଧାରରେ ରହୁଥିବା ଜଣାପଡିଛି। ଏ ଦିଗରେ ବିଦ୍ୟୁତ ବିଭାଗ ଦୃଷ୍ଟି ଦେବାକୁ ଉପୋଭୋକ୍ତା ମହଲରୁ ଦାବୀ ହେଉଛି। ଏ ସମ୍ପର୍କରେ ପୁରୁଣାକଟକ ବିଦ୍ୟୁତ ସେକ୍ସନ ଯନ୍ତ୍ରୀ ଭଵାନୀଶଙ୍କର ପାଣିଗ୍ରାହୀଙ୍କୁ ପଚାରିବାରୁ ସ୍ମାର୍ଟ ମିଟର ଲଗାଇବା ପରେ ଦେୟ ବକେୟା ଥିଲେ ବିଦ୍ୟୁତ ସଂଯୋଗ କଟିବ, ମାତ୍ର ବକେୟା ଦେୟ ପୈଠ ପରେ ପୁଣି ଚାଲିବ। ବକେୟା ବିଲ୍‌କୁ ଦୃଷ୍ଟିରେ ରଖି ଏଭଳି ସ୍ମାର୍ଟ ମିଟର ବ୍ୟବସ୍ଥା କରାଯାଇଛି ବୋଲି ସେ କହିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories