www.samajalive.in
Sunday, December 14, 2025
16.1 C
Bhubaneswar

କୋଇଲା ବୋଝେଇ ଟ୍ରଲର ଧକ୍କାରେ ଯାତ୍ରୀବାହୀ ମେଜିକ ଓଲଟି ୫ ମୃତ, ୮ ଗୁରୁତର

ଲଖନପୁର: ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ଜୁନିଏନ ଗ୍ରାମ ନିକଟସ୍ଥ ଜାତୀୟ ରାଜପଥ ୪ ରେ ଆଜି ପୁଣି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କୋଇଲା ବୋଝେଇ ଟ୍ରଲର ଧକ୍କାରେ ଏକ ଯାତ୍ରୀବାହୀ ମେଜିକ ଗାଡ଼ି ଓଲଟି ୫ ଜଣଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୯ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଦୁର୍ଘଟଣାରେ ମୃତ ବ୍ୟକ୍ତିମାନେ ରେଙ୍ଗାଲି ଥାନା ଅନ୍ତର୍ଗତ କନଡିହିର ଭୁବନେଶ୍ୱର ଭଇଁଶାଲ (୭୧), ଉର୍ମିଳା ରାଉତ (୫୦), ଅତାବିରାର ଉମା ପଧାନ (୫୦), ଝାରୁପଡ଼ାର ଥଣ୍ଡାରାମ ସତନାମୀ (୫୫) ଓ ମଚିଦାର କଳ୍ପନା ମେହେର (୨୬) ବୋଲି ଜଣାପଡ଼ିଛି। ଗୁରୁତର ଆହତମାନେ ଠେବରା ସାରଙ୍ଗଡେରାର ଆନନ୍ଦ ଭୁଏ (୬୭), ବାଉଁଶେନପାଲିର ଯୋଗେଶ ଖଡ଼ିଆ (୨୦), ବଡ଼ଧରାର ବୈକୁଣ୍ଠ ଖମାରୀ (୪୮), ପଲସଦାର କ୍ଷମାସାଗର ସେଠ (୪୫), ମଚିଦାର ରଞ୍ଜନ ମେହେର (୭୨), କୁଲିହାବାହାଲର ଜତିନ ବାଗ (ଦେଢ଼ ମାସ), ରେଙ୍ଗାଲି ଥାନା ଅଂଚଳର ଯୋଗେନ୍ଦ୍ର ଖଡ଼ିଆ (୩୬) ଓ ଏକ ୬ ମାସର ଶିଶୁ ଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ଦୁଇ ଜଣ ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥା ଠିକା ଥିବା ସୂଚନା ମିଳିଛି।
ସୂନଚାରୁ ପ୍ରକାଶ ଯେ, ଆଜି ଖନପୁର ବେହେରାଗୁଡ଼ା ପଟରୁ ଆସୁଥିବା ଏକ ଯାତ୍ରୀବାହୀ ଟାଟା ମେଜିକ ଗାଡ଼ି (ଓଡ଼ି-୧୫ବି-୧୭୨୭)କୁ ବିପରୀତ ଦିଗରୁ ଆସୁଥିବା କୋଇଲା ବୋଝେଇ ଟ୍ରଲର (ଓଡ଼ି-୨୩ଏନ-୩୧୫୬) ଜୁନିଏନ ଛକ ନିକଟସ୍ଥ ଜାତୀୟ ରାଜପଥ ୪୯ ରେ ଧକ୍କା ଦେବାରୁ ଉଭୟ ଗାଡ଼ି ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ମେଜିକ ଆରୋହୀ ୨ ଜଣଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୧ ଜଣ ଗୁରୁତର ଆହାତ ହୋଇଥିଲେ।

ଖବର ପାଇ ଲଖନପୁର ପୁଲିସ ଘଟଣା ସ୍ଥଳକୁ ପହଂଚି ସ୍ଥାନୀୟ ଲୋକଙ୍କ ସହାୟତାରେ ମୃତ ଦୁଇ ଜଣଙ୍କ ଶବ ଜବତ କରିବା ସହ ସମସ୍ତ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇ ଚିକିତ୍ସା କରାଯାଇଥିଲା। ତେବେ ସେଠାରେ ପୁଣି ଅନ୍ୟ ୨ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଲଖନପୁରରେ ପ୍ରାଥମିକ ଚିକିତ୍ସା ପରେ ୭ ଜଣଙ୍କୁ ଗୁରୁତର ଅବସ୍ଥାରେ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ବେଳେ ୨ ଜଣକୁ ବେଲପାହାଡ଼ ଟିଆରଏଲ୍ କ୍ରୋସାକି ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

- Advertisement -

ତେବେ ସେମାନଙ୍କ ମଧ୍ୟରୁ ଏବେବି ୨ ଜଣ ଯାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଅତି ସଙ୍କଟାପନ୍ନ ରହିଥିଲା। ତେବେ ବରଗଡ଼ ବିକାଶ ଡାକ୍ତରଖାନାକୁ ନେବା ବାଟରେ ମଚିଦାର କଳ୍ପନା ମେହେରଙ୍କ ମଧ୍ୟ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। କେତେକଙ୍କୁ ବୁର୍ଲା ଡାକ୍ତରଖାନକୁ ସ୍ଥାନାନ୍ତର ମଧ୍ୟ କରାଯାଇଛି। ଏଥିସହିତ ଖବର ଲେଖାଯିବା ପର୍ୟ୍ୟନ୍ତ ମୃତ୍ୟୁ ସଂଖ୍ୟା ମୋଟ ୫କୁ ବୃଦ୍ଧି ପାଇଥିଲା। ଏହି ଖବର ପ୍ରଚାରିତ ହେବା ମାତ୍ରେ ଘଟଣା ସ୍ଥଳରେ ତୀବ୍ର ଉତେଜନା ପ୍ରକାଶ ପାଇଥିଲା। ଉତ୍ୟକ୍ତ ସ୍ଥାନୀୟ ବାସିନ୍ଦା ମୃତକ ପରିବାରଙ୍କ ପାଇଁ କ୍ଷତିପୂରଣ, ଜାତୀୟ ରାଜପଥ ୪୯ କୁ ୪ ଥାକିଆ ରାସ୍ତା ନିର୍ମାଣ ଆଦି ବିଭିନ୍ନ ଦାବି ନେଇ ଜାତୀୟ ରାଜପଥ ୪୯କୁ ଦୀର୍ଘ ୨ ଘଣ୍ଟା ସମୟ ଧରି ଅବରୋଧ କରି ଧାରଣା ଦେଇଥିଲେ।

ପରେ ମାଜିଷ୍ଟ୍ରେଟ ଦୟିତ୍ୱରେ ଲଖନପୁର ତହସିଲଦାର ସଦାକର କୁମ୍ଭାର, ଏସଡିପିଓ ଚିନ୍ତାମଣି ପ୍ରଧାନ, ଲଖନପୁର ଥାନାଧିକାରୀ ବିନୋଦ ରାଓ, ଲଖନପୁର ସରପନ୍ଚ ଆରତୀ ପଧାନ ପ୍ରମୁଖଙ୍କ ଉପସ୍ଥିତ ରହି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପରେ ମଧ୍ୟାହ୍ନ ପ୍ରାୟ ୧ଟାରେ ଧାରଣା ପ୍ରତ୍ୟାହାର ହୋଇଥିଲା। ଏନେଇ ଲଖନପୁର ପୁଲିସ ତଦନ୍ତ ଆରମ୍ଭ କରିବା ସହ ମୃତକଙ୍କ ଶବ ଓ ଉଭୟ ଗାଡ଼ି ଜବତ କରିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories