www.samajalive.in
Sunday, December 14, 2025
16.1 C
Bhubaneswar

ରିଲିଜ୍ ହେଲା ଚଳଚ୍ଚିତ୍ର “ଅପରେସନ ୧୨/୧୭” ର ଟ୍ରେଲର, ଖୁବଶୀଘ୍ର ମୁକ୍ତିଲାଭ

ଭୁବନେଶ୍ବର: ସାଇ ଲୁମ୍ବିନୀ ପ୍ରଡ଼କସନ୍ସ ରେ ନିର୍ମାଣ ହୋଇଥିବା ସିନେମା “ଅପରେସନ୍ ୧୨/୧୭ ସାଇ ଶରଣପ୍ସର ଅଡିଓ ରିଲିଜ୍ ହୋଇଯାଇଛି। ଦର୍ଶକ ଫିଲ୍ମ ରିଲିଜ୍ ପୂର୍ବରୁ ଗୀତଗୁଡିକୁ ଢେର ଭଲ ପାଇବା ଦେଇଚାଲିଛନ୍ତି । ଆଜି ରାଜଧାନୀର ଏକ ତାରକା ହୋଟେଲରେ ଏହାର ଟ୍ରେଲର ରିଲିଜ୍ ହୋଇଛି।

“ଅପରେସନ ୧୨/୧୭” ଏକ ବିଗ୍ ବଜେଟ ର ସିନେମା ହୋଇଥିବା ବେଳେ ଏହାର ପ୍ରଯୋଜନା କରିଛନ୍ତି ଶୁଭ୍ରା ପଟ୍ଟନାୟକ ଏବଂ ନିର୍ଦ୍ଦେଶନା ଦେଇଛନ୍ତି ଷ୍ଟାଇଲିଷ୍ଟ ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ । କାହାଣୀ ଲେଖିଛନ୍ତି ଦ୍ବୀପାୟନ ପଟ୍ଟନାୟକ, ସଂଳାପ ଲେଖିଛନ୍ତି ଦିଲ୍ଲୀପ ଚୌଧୁରୀ । ଗୀତ ଗୁଡିକ ଅରୁଣ ମନ୍ତ୍ରୀ ଏବଂ ଡକ୍ଟର ନିର୍ମଳ ନାୟକ ଲେଖିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବର୍ତ୍ତମାନର ଟ୍ରେଣ୍ଡୀ ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ। କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଋତୁରାଜ ମହାନ୍ତି , ସତ୍ୟଜିତ୍ ପ୍ରଧାନ, ଅସୀମା ପଣ୍ଡା ଏବଂ ଅନନ୍ୟା ଶ୍ରୀତମ ନନ୍ଦ।

- Advertisement -

ଅନେକ ସୁପରହିଟ୍ ଚଳଚ୍ଚିତ୍ରର ନିର୍ଦ୍ଦେଶକ ସୁଧାଶୁଂ ମୋହନ ସାହୁଙ୍କ ନିର୍ଦ୍ଦେଶନା ରେ ଏହି ଚଳଚ୍ଚିତ୍ର ଓଲିଉଡ଼ ପାଇଁ ଏକ ଭିନ୍ନ ମୋଡ଼ ସୃଷ୍ଟି କରିବ।  ଶିଶୁ କଳାକାରରୁ ନିଜର କ୍ୟାରିଅର ଆରମ୍ଭ କରିଥିବା ଭୂମିକା ମୁଖ୍ୟ ନାୟିକା ଏବଂ ଶ୍ରେୟାନ୍ ନାୟକ ଏଥିରେ ଅଭିନୟ କରୁଛନ୍ତି। ଅନେକ ଧାରାବାହିକ ତଥା ଚଳଚ୍ଚିତ୍ର ରେ ହାସ୍ୟ ଅଭିନେତା ଭାବେ ଅଭିନୟ କରିଆସୁଥିବା ଅମର ମହାପାତ୍ର ଚଳଚ୍ଚିତ୍ର ଅପରେସନ୍‌ ୧୨/୧୭ରେ ଏକ ଭିନ୍ନ ଚରିତ୍ର ରେ ଅଭିନୟ କରିବା ସହ ଲାଇନ୍‌ ପ୍ରଡ୍ୟୁସର କର୍ୟ୍ୟଭାର ମଧ୍ୟ ସମ୍ଭାଳିଛନ୍ତି। ଚୌଧୁରୀ ଜୟପ୍ରକାଶ ଦାସ, ପଙ୍କଜ ମହାନ୍ତି, ଉମାକାନ୍ତ ପାଣି, ପ୍ରଶାନ୍ତ ପାତ୍ର,  ଦୁଷ୍ମନ୍ତ, କୈଳାଶ ପାଣିଗ୍ରାହୀ, ବିଜିତ ବାରିକ୍, ଲୋପାମୁଦ୍ରା, ତ୍ରିଷ୍ଣା, ବିଷ୍ନୁପ୍ରିୟା, ସୋନାଲୀ, ସୁଜାତା (ଛୋଟ କଳାକାର କିୟାର, କୋମଲ) ପ୍ରମୁଖ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ର ର କ୍ରିଏଟିଭ୍ ହେଡ୍ ଅଛନ୍ତି ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories