www.samajalive.in
Thursday, December 11, 2025
14.1 C
Bhubaneswar

ମହୋତ୍ସବ ଅଞ୍ଚଳର ବିକାଶର ମାଧ୍ୟମ, ସଂସ୍କୃତି ଏବଂ ଭାଇଚାରାର ଉତ୍ସବ ମହୋତ୍ସବ

ବାଲିଆପାଳ: ମହୋତ୍ସବ ଅଞ୍ଚଳର ବିକାଶର ମାଧ୍ୟମ। ମହୋତ୍ସବ ଅଞ୍ଚଳର ବିକାଶ,ସଂସ୍କୃତି ଏବଂ ଭାଇଚରାର କଥା କହେ ବୋଲି ଏକାଦଶ ବାଲିଆପାଳ ମହୋତ୍ସବର ସପ୍ତମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପୂର୍ବତନ ସାଂସଦ ଇଂ ରବୀନ୍ଦ୍ର କୁମାର ଜେନା ଯୋଗଦେଇ ବାଲିଆପାଳ ବ୍ଲକରେ ପନ୍ଦର ହଜାର କୋଟି ଟଙ୍କାରେ ନିର୍ମାଣ ହେବାକୁ ଥିବା ସୁବର୍ଣ୍ଣରେଖାବନ୍ଦର ନିର୍ମାଣ ପରେ ଏ ଅଞ୍ଚଳର ବିକାଶରେ ଏକ ନୂତନ ଅଧ୍ୟାୟ ସୃଷ୍ଟି ହେବ। ଦଶହଜାର ଉର୍ଦ୍ଧ୍ବ ସ୍ଥାନୀୟ ଯୁବକ ନିଯୁକ୍ତି ପାଇବେ ବୋଲି ପ୍ମରକାଶ କରିଥିଲେ। ହୋତ୍ସବ କମିଟିର ଆବାହାକ ଇଂ ସୁଶାନ୍ତ କୁମାର ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତା କରିଥିଲେ।

ମୁଖ୍ୟବକ୍ତା ଭାବେ ବାଲିଆପାଳ ବ୍ଲକ ଗୋଷ୍ଠୀଉନ୍ନୟନ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା ଯୋଗଦେଇ ଏହି ମହୋତ୍ସବକୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଚେଷ୍ଟାକରିବା ସହିତ ମହୋତ୍ସବ ଜରିଆରେ ଅଞ୍ଚଳର ବିକାଶ ସାଧନ ହେବା ସହ ପରବର୍ତ୍ତୀ ପିଢିଙ୍କ ମଧ୍ୟରେ ଏକତା ଭାଇଚାରା ଏବଂ ସଦଭାବ ସୃଷ୍ଟି କରିଥାଏ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନୀତ ଅତିଥିଭାବେ ସମାଜସେବୀ ତଥା ଆଇନଜୀବୀ ଏମଡି ସାଇରୁଲ ହକ ଯୋଗଦେଇ ମହୋତ୍ସବ କମିଟିର ଦୀର୍ଘାୟୁ କାମନା କରିଥିଲେ।

- Advertisement -

ଉତ୍ସବ କମିଟିର ବରିଷ୍ଠ ସଦସ୍ୟ ବ୍ୟୋମକେଶ ସାହୁ ଅତିଥିମାନଙ୍କୁ ମଞ୍ଚ ଆହ୍ୱାନ କରିଥିଲେ।ସଦସ୍ୟ ଅଧ୍ୟାପକ ରଞ୍ଜନ କୁମାର ପାଢୀ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ସଦସ୍ୟ ଅରୁଣ କୁମାର ପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ ।ସଭାକାର୍ୟ୍ୟ ପୂର୍ବରୁ ଓଡିଶା ସଂସ୍କୃତି ବିଭାଗ ପକ୍ଷରୁ ଭୁବନେଶ୍ବରର ଶିଳ୍ପିକା ନୃତ୍ୟାନୁଷ୍ଠାନ ପକ୍ଷରୁ ନୃତ୍ୟ ପରିବେଷଣ କରାଯାଇଥିଲା।ସନ୍ଧ୍ୟାରେ ସ୍ଥାନୀୟ ଅଞ୍ଚଳର ପ୍ରତିଭା ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷିତ ହୋଇଥିଲା ।

ଉତ୍ସବ କମିଟର ସଦସ୍ୟ ଅରୁଣ ପାତ୍ର,ଜଗନ୍ନାଥ ବାରିକ,ହରବନ୍ଧୁ ଜେନା,ନରେଶ ସାହୁ,ସଞ୍ଜୀବ ପାତ୍ର,ସତ୍ୟବ୍ରତ ରାୟ ,ମୁକୁନ୍ଦ ସିଂ,ଅସୀତ ପଟ୍ଟନାୟକ ,ଉମାକାନ୍ତ ନାୟକ,ଦିନୋଜ ଜେନା,ପ୍ରବୀର ସି,ସପନ ବେହେରା,କାର୍ତ୍ତିକ ଜେନା,ସତ୍ୟ ରଞ୍ଜନ ପାତ୍ର,ଦେବାଶିଷ ପାତ୍ର, ପ୍ରଦୀପ୍ତ ପାତ୍ର,ହାଡିବନ୍ଧୁ ରାଉତ, ସ୍ବସ୍ତିକ ପିଳା,ବିଜୟ କୁମାର ସାମଲ ସୁଜୟ ପରିଡାଙ୍କ ସମେତ କମିଟିର ସମସ୍ତ ସଦସ୍ୟମାନେ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ ।ବିଳମ୍ବିତ ରାତ୍ରି ପର୍ୟ୍ୟନ୍ତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ୟ୍ୟକ୍ରମରେ ସିନେ ଓ ଧାରାବାହିକ କଳାକାରଙ୍କ ସହିତ ଦର୍ଶକ ବିଭୋର ହୋଇଥିଲେ।ରବିବାର ହୋଇଥିବାରୁ ମେଳାରେ ପ୍ରବଳ ଜନସମାଗମ ପରିଲକ୍ଷିତ ହୋଇଥିଲା

Hot this week

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

ସମ୍ପାଦକୀୟ : ବିଯୋଗ ଅଧିକାର

ଶାନ୍ତି ଛଡ଼ାଇ ନ ନେଉ କର୍ପୋରେଟ ଜଗତ ଭାରତୀୟ ସଂସଦରେ ଏକ ଗୁରୁତ୍ୱପୂର୍ଣ୍ଣ...

ସମ୍ପାଦକୀୟ : ମାଲକାନଗିରି ହିଂସା

ଭୂମିପୁତ୍ରଙ୍କ ଦୁଃଖ ଦୂରହେଉ ମାଲକାନଗିରି ଜିଲାର ଏମ୍‌ଭି -୨୬ ଗାଁରେ ଘଟିଥିବା ହିଂସାକାଣ୍ଡ...

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

Related Articles

Popular Categories