www.samajalive.in
Saturday, December 13, 2025
14.1 C
Bhubaneswar

ପିକଅପ ଓଲଟି ୨ ମୃତ, ୪୦ ରୁ ଅଧିକ ଆହତ

ଭବାନୀପାଟଣା: ଆଜି ଏକ ପିକଅପ ଭ୍ୟାନ ଓଲଟି ୨ ଜଣ ମୃତ୍ୟୁ ବରଣ କରିଥିବା ବେଳେ ୪୦ରୁ  ଅଧିକ ଆହତ ହେଇଛନ୍ତି। ଆହତ ୩୧ ଜଣଙ୍କୁ ସ୍ଥାନୀୟ ଏସଆରଏମ ମେଡିକାଲ୍ କଲେଜ ଅନ୍ତର୍ଗତ ଜିଲ୍ଲାମୁଖ୍ୟ ଡାକ୍ତରଖାନା ଏବଂ ଜୁନାଗଡ଼ ଡାକ୍ତରଖାନାରେ ୧୨ ଜଣଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ମୃତାହତ ମାନେ ସମସ୍ତେ ଶ୍ରମିକ ଶ୍ରେଣୀର ଏବଂ ଧାନ ରୋଇ ଘରକୁ ଫେରୁଥିଲେ।

ସୂଚନା ଅନୁଯାୟୀ ଗୋଲାମୁଣ୍ଡା ବ୍ଲକ୍ ଦଶପୂର୍ ଫାଣ୍ଡି ଅନ୍ତର୍ଗତ ବୋରଗୁଡ଼ା ଗାଁ କୁ ଧାନ ରୋଇବାକୁ ଆଜି ସକାଳେ ଶ୍ରମିକ ମାନେ ଏକ ପିକ ଅପ ଭ୍ୟାନ ରେ ଯାଇଥିଲେ। ଧାନ ରୋଇ ସନ୍ଧ୍ୟା ପୂର୍ବରୁ ଗାଁ କୁ ଫେରୁଥିବା ବେଳେ ଦଶପୂର୍ ଫାଣ୍ଡି ଅନ୍ତର୍ଗତ ଡୋକରିପଡ଼ା – ଚିଲଗା ଗାଁ ମଝିରେ ପିକ ଅପ ଓଲଟି ପଡିଥିଲା। ଦୁର୍ଘଟଣା ପରେ ମୃତାହତ ମାନଂକୁ ଧର୍ମଗଡ, ଜୁନାଗଡ଼ ଏବଂ ସ୍ଥାନୀୟ ଏସଆରଏମ ମେଡିକାଲ୍ କଲେଜ ଅନ୍ତର୍ଗତ ଜିଲ୍ଲାମୁଖ୍ୟ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ପ୍ରାୟ ୧୫ ଜଣ ଗୁରୁତର ଆହତ ହେଇଥିବା ସୂଚନା ମିଳିଛି। ଜୁନାଗଡ଼ ଡାକ୍ତରଖାନାରେ ମଞ୍ଜୁନି ବିଶ୍ଵାଳ (୩୦) ନାମ୍ନୀ ମହିଳା ଶ୍ରମିକଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଧର୍ମଗଡ ଡାକ୍ତରଖାନାରେ ମୋହନ ବିଶ୍ଵାଳ ନାମକ ବ୍ୟକ୍ତିଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି।

- Advertisement -

ସମସ୍ତ ଶ୍ରମିକ ଜୁନାଗଡ଼ ବ୍ଲକ୍ ଆଟିଗାଁ ଏବଂ ମିଚାଗାଁ ର ବାସିନ୍ଦା ବୋଲି ଜଣା ପଡିଛି। ଜୁନାଗଡ଼ ଡାକ୍ତରଖାନାରେ ଭର୍ତ୍ତି ଆହତଙ୍କ ଅବସ୍ଥା ସ୍ଥିର ଥିବା ବେଳେ, ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ଆହତ ଙ୍କ ମଧ୍ୟରୁ ୫ ଜଣ ଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି। ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଙ୍କ ସମେତ , ସିଡିଏମଓ ଡାକ୍ତର ସୁଚେତା ପାଣିଙ୍କ ସମେତ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତରଖାନା ରେ ଉପସ୍ଥିତ ରହି ଆହତ ମାନଂକ ଅବସ୍ଥା ବୁଝୁଛନ୍ତି।

Hot this week

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା,

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

Related Articles

Popular Categories