www.samajalive.in
Sunday, December 14, 2025
14.1 C
Bhubaneswar

ସମ୍ବଲପୁରୀ ଖାଦ୍ୟ ସର୍ସତିଆ ତିଆରି କଲେ କେନ୍ଦ୍ରମନ୍ତ୍ରୀଙ୍କ ପତ୍ନୀ

ସମ୍ବଲପୁର: ସମ୍ବଲପୁରୀ ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରାର ଖ୍ୟାତି ଓ ଚର୍ଚ୍ଚା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସମ୍ବଲପୁରୀ ଗୀତ, ସଙ୍ଗୀତ, ନୃତ୍ୟ, ବନ୍ଧକଳା, ବସ୍ତ୍ର ଆଜି ସମଗ୍ର ବିଶ୍ବ ଦରବାରରେ ନିଜର ସ୍ଵତନ୍ତ୍ର ସ୍ଥାନ ନେଇ ସାରିଛି । ଏଥିରୁ ବାଦ ପଡିନି ସମ୍ବଲପୁରୀ ଖାଦ୍ୟ ପେୟ । ସମ୍ବଲପୁରୀ ଖାଦ୍ୟ ପେୟରେ ବିଭିନ୍ନ ଓ ବିବିଧ ପ୍ରକାରର ସ୍ଵାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ ହୋଇଥାଏ । ସେଥି ମଧ୍ୟରୁ ସର୍ସତିଆର ପ୍ରସ୍ତୁତି ପ୍ରଣାଳୀ ଓ ସ୍ବାଦ ଭିନ୍ନ ଓ ସ୍ଵତନ୍ତ୍ର ଧରଣର ହୋଇଥାଏ । ସମ୍ବଲପୁର ସହର କୁଞ୍ଜେଲପଡ଼ା ଛକଠାରେ କେବଳ ଏକ ମାତ୍ର ଦୋକାନ ରହିଛି, ଯେଉଁଠି ଆଜି ବି ସର୍ସତିଆ ତିଆରି ଓ ବିକ୍ରି ହୁଏ । ପ୍ରଭୁଲାଲ ଗୁପ୍ତା ଓ ରେଖା ଗୁପ୍ତା ନାମକ ଏହି ଦମ୍ପତି ଆଜି ଯାଏଁ ତାଙ୍କର ପୂର୍ବ ପୁରୁଷଙ୍କ ଦ୍ବାରା ସ୍ଵୀକୃତ ଏହି ପାରମ୍ପରିକ ବ୍ୟଞ୍ଜନକୁ ତିଆରି କରିବାର ପରମ୍ପରା ବଜାୟ ରଖିଛନ୍ତି । ବିଭିନ୍ନ ପ୍ରକାର ପ୍ରସଙ୍ଗରେ ଏହି ଦୋକାନ ଓ ମାଲିକ ଦମ୍ପତିଙ୍କ ନାମ ଚର୍ଚ୍ଚାକୁ ଆସିଥାଏ । ରବିବାର ସକାଳେ ତାଙ୍କ ଦୋକାନରେ ପହଞ୍ଚିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଧର୍ମପତ୍ନୀ ତଥା ବିକାଶ ଫାଉଣ୍ଡେସନର ଅଧ୍ୟକ୍ଷା ମୃଦୁଲା ଠାକୁର । ଦୋକାନରେ ଉପସ୍ଥିତ ଥିବା ଗୁପ୍ତା ଦମ୍ପତିଙ୍କୁ ତାଙ୍କର ପାରିବାରିକ ଓ ବ୍ୟବସାୟୀକ ସ୍ଥିତି ଅବସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ । ପୁଣି ସର୍ସତିଆ ତିଆରି କରିବାର ଶୈଳୀ ଓ ପ୍ରସ୍ତୁତି ବିଷୟରେ ବୁଝିଥିଲେ ଓ ନିଜେ କିଛି ସର୍ସତିଆ ତିଆରି କରିଥିଲେ । ଏଭଳି ଏକ ନିଆରା ଓ ଐତିହ୍ୟପୂର୍ଣ୍ଣ ପରମ୍ପରାକୁ ବଜାୟ ରଖିଥିବାରୁ ଅତି ଆତ୍ମୀୟତା ଓ ସରଳତାର ସହିତ ଗୁପ୍ତା ପରିବାରକୁ ସାଧୁବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ । ଗୁପ୍ତା ଦମ୍ପତିଙ୍କ ଏକ ମାତ୍ର ପୁତ୍ର ରାହୁଲ ଗୁପ୍ତାଙ୍କୁ ଏହି ପାରମ୍ପାରିକ ବ୍ୟବସାୟକୁ ଆହୁରି ଶାଣିତ ଓ ବ୍ୟାପକ କରିବା ପାଇଁ ଶ୍ରୀମତୀ ଠାକୁର୍ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ମୃଦୁଲା ଠାକୁରଙ୍କ ସହିତ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପୂର୍ବତନ ପ୍ରାନ୍ତ ସରସଂଘ ଚାଳକ ବିପିନ ବିହାରୀ ନନ୍ଦ ଓ ବିଜେପିର ଅନିଲ କୁମାର ବେହେରା, ସମିର ରଞ୍ଜନ ବାବୁ, ସୁଶାନ୍ତ କୁମାର ପୁରୋହିତ, ସରୋଜ ଦଲପତ୍, ସୁଧୀର ରଞ୍ଜନ ବୋହିଦାର, ଅଜିତ କୁମାର ବେହେରାଙ୍କ ସମେତ ବିଜେପି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ଉପସ୍ଥିତ ଥିଲେ ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories