www.samajalive.in
Saturday, December 13, 2025
27.1 C
Bhubaneswar

ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର:  ନିର୍ଯ୍ୟାତନା, ଦୁର୍ଷ୍କମ ସହିତ ହତ୍ୟା ସନ୍ଦେହ !

ସମ୍ବଲପୁର: ସମ୍ବଲପୁରର ଉପକଣ୍ଠସ୍ଥ ବଲବସପୁର ହୀରାକୁଦ ନଦୀବନ୍ଧର ଡାଇକ ତଳେ ଥିବା ରାସ୍ତା କଡରେ ଶନିବାର ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ଘଟଣାସ୍ଥଳର ପାରିପାର୍ଶ୍ବିକ ସ୍ଥିତିରୁ ମହିଳାଙ୍କୁ ହତ୍ୟା ପରେ ପୋଡି ଦେବାର ଚେଷ୍ଟା କରିଥିବାର ସନ୍ଦେହ କରାଯାଉଛି। ସ୍ଥାନୀୟ ଲୋକଙ୍କ ଠାରୁ ଖବର ମିଳିବା ପରେ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି।

ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଏ ନେଇ ଶାସନ ଥାନାରେ ହତ୍ୟା ଦଫା ଅନୁଯାୟୀ ମାମଲା ସଂଖ୍ୟା ୩୧/୨୦୨୪ ରୁଜୁ କରାଯାଇଛି। ଶାସନ ପୁଲିସର ସୂଚନାନୁଯାୟୀ, ଥାନା ଅର୍ନ୍ତଗତ ହୀରାକୁଦ ନଦୀବନ୍ଧ ଡାଇକ (ବଲବସପୁର) ରାସ୍ତା ନିକଟରେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯ।।ଇଛି। ମୃତ ମହିଳାଙ୍କ ନାମ ଶିଶି ପାଗଡ ଓ ତାଙ୍କର ବୟସ ୫୫ ବର୍ଷ ଅଟେ। ମୃତ ମହିଳାଙ୍କ ସ୍ୱାମୀ ଅଭି ପାଗଡଙ୍କ ପୂର୍ବରୁ ମୃତ୍ୟୁ ଘଟି ଯାଇଛି ଏବଂ ସେ ଷ୍ଟୋର ଛକ, ହୀରାକୁଦର ବାସିନ୍ଦା ଅଟନ୍ତି ବୋଲି ଶାସନ ପୁଲିସ କହିଛି। ସଦର ଏସଡିପିଓଙ୍କ ସହିତ ସାଇଣ୍ଟିଫିକ ଦଳ ଘଟଣାସ୍ଥଳକୁ ପହୁଞ୍ôଚ ବିଭିନ୍ନ ପ୍ରକାରର ସୁରାକ ଖୋଜିବା ସହିତ ପ୍ରମାଣ ଗୁଡିକ ସଂଗ୍ରହ କରିଛନ୍ତି।

- Advertisement -

ମିଳିଥିବା ସୂଚନାନୁଯାୟୀ, ମୃତ ମହିଳା ଜଣକ ଗତକାଲି ଅପରାହ୍ନରୁ ନିଖୋଜ ଥିଲେ ଏବଂ ଆଜି ସକାଳୁ ତାଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳି ଯାଇଥିବା ବେଳେ ଘଟଣାସ୍ଥଳରୁ ପୁଲିସକୁ ଅଧା ପୋଡା ମୃତଦେହ, ସିଗାରେଟ ଖୋଳ, କପଡା, ମଦ ବୋତଲ, ଖାଦ୍ୟ, ପାଣି ବୋତଲ, ଚପଲ ଆଦି ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି। ଘଟଣା ପରେ ହୀରାକୁଦ ଅଞ୍ଚଳରେ ବିଭିନ୍ନ ପ୍ରକାରର ଚର୍ଚ୍ଚା ସରଗରମ ହେବା ସହିତ ମୃତକଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ ହେଉଛି।

ଅପରାହ୍ନରେ ମୃତ ମହିଳାଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ମୃତଦେହ ହସ୍ତାନ୍ତର ପାଇଁ ହୀରାକୁଦକୁ ଶାସନ ପୁଲିସ ଯାଇଥିବା ବେଳେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତଦେହକୁ ରଖି ଦେଇ ହୀରାକୁଦ ଥାନା ଘେରାଉ କରାଯାଇ ଏହି ଘଟଣା ପାଇଁ ଦାୟୀ ବ୍ୟକ୍ତି ମାନଙ୍କୁ ତୁରନ୍ତ ଗିରଫ କରି ଆଇନ ଅନୁଯାୟୀ ଦଣ୍ଡ ଦେବାକୁ ଦାବି କରାଯାଇଥିଲା।

ପ୍ରାୟ ୨ ଘଣ୍ଟା ଅଚଳାବସ୍ଥା ପରେ କୌଣସି ମତେ ପୁଲିସ ପ୍ରଶାସନ ପରିବାରବର୍ଗଙ୍କୁ ଅନ୍ତିମ ସଂସ୍କାର ପାଇଁ ମୃତଦେହକୁ ହସ୍ତାନ୍ତରିତ କରିଥିଲା। ଅପରପକ୍ଷରେ ମହିଳାଙ୍କୁ କଣ ପାଇଁ ହତ୍ୟା କରାଯାଇଛି, କେଉଁଠାରେ ହତ୍ୟା କରାଯାଇ ଘଟଣାସ୍ଥଳକୁ ଅଣାଯାଇ ପୋଡା ଯାଇଛି, କିଏ ଦାୟୀ, ଇତ୍ୟାଦି ପ୍ରଶ୍ନର ଉତ୍ତର ପୁଲିସ ଖୋଜୁଛି। ତେବେ ଅଞ୍ଚଳରେ ଚାଲିଥିବା ଚର୍ଚ୍ଚାନୁଯାୟୀ, ମହିଳା ଜଣକ ଜଣେ ରାଜନେତାଙ୍କ ଘରେ ସହାୟିକା ରୂପେ କାର୍ଯ୍ୟ କରୁଥିବା ବେଳେ ସନ୍ଦିଗ୍ଧ ସ୍ଥିତିରେ ମୃତଦେହ ମିଳିବା ପରେ ଅଞ୍ଚଳରେ ଏବେ ଏହି ଘଟଣାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି।

Hot this week

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

Related Articles

Popular Categories