www.samajalive.in
Saturday, December 13, 2025
18.1 C
Bhubaneswar

ଅସହାୟଙ୍କ ପାଇଁ ସାହା ପାଲଟିଛି ଗୋପବନ୍ଧୁ ଚିକିତ୍ସାଳୟ

ଗୁରୁଡିଝାଟିଆ: ଯାହାର କେହି ନାହିଁ। ତାହାର ସାହା ଗୋପବନ୍ଧୁ ଚିକିତ୍ସାଳୟ। ଅସହାୟ ପୋକସାଲୁସାଲୁ ମୁର୍ମୁଷୁ ରୋଗୀର ସାହା ପାଟଲିଛି ମାଧବପୁରସ୍ଥିତ ଗୋପବନ୍ଧୁ ଚିକିତ୍ସାଳୟ। ଅଣ୍ଟା ଠାରୁ ଗୋଡ ପର୍ଯ୍ୟନ୍ତ ସଂକ୍ରମିତ ହୋଇ ପଚିଯାଇ ଦୁର୍ଗନ୍ଧରେ ନାକ ଫାଟି ପଡୁଥିଲା। ବଡମ୍ବା ଶଙ୍ଖାମାରିର ସଦାନନ୍ଦ ନାୟକ ଅସହାୟ ଅବସ୍ଥାରେ ଗାଁର କ୍ଲବ ଓ ଅଙ୍ଗନୱାର୍ଡି କେନ୍ଦ୍ରରେ ଆଶ୍ରୟ ନେଇଥିଲା। ହେଲେ ବାର୍ଦ୍ଧକ୍ୟ ଯୋଗୁଁ ଶରୀର ଏକାଧିକ ସ୍ଥାନରେ କ୍ଷତସ୍ଥାନ ସୃଷ୍ଟି ହୋଇଥିଲା। ଚଳପ୍ରଚଳ ନକରିପାରି ଗୋଟିଏ ସ୍ଥାନରେ ପଡିରହିବା ଓ ଘାଆଗୁଡିକ ସଂକ୍ରମିତ ହେବା ଫଳରେ ତା ପାଖକୁ କେହି ଯାଉନଥିଲେ। ଫଳରେ ଅଣ୍ଟା ଠାରୁ ଗୋଡ ପର୍ଯ୍ୟନ୍ତ ପୋକ ସାଲୁସାଲୁ ହୋଇଯାଇଥିଲା।
ଏପରିକି ସ୍ଥାନୀୟ ଅଞ୍ଚଳର ପ୍ରତିନିଧି ବା ପ୍ରଶାସନ ଆଡ ଆଖିରେ ମଧ୍ୟ ଦେଖିନଥିଲେ। ଜୀବନ ମରଣ ସହିତ ସଂଘର୍ଷ କରୁଥିବା ସଦାନନ୍ଦ ଚିତ୍କାର କରୁଥିଲା ମୋତେ ବଞ୍ଚାଅ ବଞ୍ଚାଅ ବୋଲି।

ଏ ସଂକ୍ରାନ୍ତରେ ସମାଜରେ ଖବର ପ୍ରକାଶ ପରେ ସ୍ଥାନୀୟ ଚିକିତ୍ସାଳୟ ନିଜର ଦୋଷ ତୁଟାଇବା ପାଇଁ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ମଧ୍ୟ ସେଭଳି ଚିକିତ୍ସା କରିନଥିଲେ। ଏ ସଂପର୍କରେ ଲୋକ ସେବକ ମଣ୍ଡଳ ଓଡିଶା ଶାଖାର ଅଧ୍ୟକ୍ଷ ତଥା ସମାଜର ପ୍ରକାଶକ ମୁଦ୍ରାକର ନିରଞ୍ଜନ ରଥ ଅବଗତ ହେବା ପରେ ତୁରନ୍ତ ବଞ୍ଚିବା ପାଇଁ ଚିତ୍କାର କରୁଥିବା ପୋକସାଲୁସାଲୁ ସଦାନନ୍ଦକୁ ତୁରନ୍ତ ଚିକିତ୍ସା ଯୋଗାଇଦେବା ନିମନ୍ତେ ଗୋପବନ୍ଧୁ ଚିକିତ୍ସାଳୟର କର୍ମଚାରୀଙ୍କୁ ନିର୍ଦେଶ ଦେଇଥିଲେ।

- Advertisement -

ଗୋପବନ୍ଧୁ ଚିକିତ୍ସାଳୟର ଆମ୍ବୁଲାନ୍ସ ଯୋଗେ ଆଜି ଅପରାହ୍ନରେ ସଦାନନ୍ଦକୁ ଗୋପବନ୍ଧୁ ଚିକି୍ତ୍ସାଳୟରେ ଭତ୍ତି ର୍ କରାଯାଇଥିଲା। ତାର ଗୋଡ ଠାରୁ ଅଣ୍ଟା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପୋକସାଲୁସାଲୁ ହୋଇ ଦୁର୍ଗନ୍ଧ ହେଉଥିଲା। କଟକ ବଡମେଡିକାଲର ଶଲ୍ୟ ବିଭାଗର ଅବସରପ୍ରାପ୍ତ ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ଶ୍ରୀକାନ୍ତ ପଣ୍ଡା ସଦାନନ୍ଦକୁ ଚିକିତ୍ସା କରିଥିଲେ। ଅଧୁନା ସଦାନନ୍ଦ ଗୋପବନ୍ଧୁ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ପ୍ରତିଷ୍ଠାନର ମୁଖ୍ୟ ଚିକିତ୍ସାଧିକାରୀ ପଦ୍ମଚରଣ ଦାଶଙ୍କ ନେତୃତ୍ୱରେ ଡାକ୍ତର ଲୋକବନ୍ଧୁ ଦାସ ଓ ସେବିକାମାନେ ସଦାନନ୍ଦ ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେଇଛନ୍ତି। ସାଧାରଣରେ ଏବେ ଗୋଟିଏ ଚର୍ଚ୍ଚା ଯାହାର କେହି ନାହିଁ ତାହାର ସାହା ଗୋପବନ୍ଧୁ ଚିକିତ୍ସାଳୟ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories