www.samajalive.in
Saturday, December 13, 2025
26.1 C
Bhubaneswar

ଡିଜିଟାଲ ୱେଲବିଙ୍ଗ୍‌ ଇଣ୍ଡେକ୍ସ: ପିଲାଙ୍କ ଅନଲାଇନ୍ ନିରାପତ୍ତା ଉପରେ ନଜର ରଖିବାରେ ଭାରତ ଆଗୁଆ

ନୂଆଦିଲ୍ଲୀ: ଯେତେବେଳେ ପିଲା କିମ୍ବା କିଶୋରମାନଙ୍କ ଅନଲାଇନ୍ ନିରାପତ୍ତା କଥା ଆସେ, ସେତେବେଳେ ଅଭିଭାବକଙ୍କ ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ସ୍ନାପ୍ ଇଙ୍କ୍‌(ସ୍ନାପଚାଟ୍‌)ର ନୂତନ ରିପୋର୍ଟ ଅନୁଯାୟୀ, ୬୦ ପ୍ରତିଶତରୁ ଅଧିକ ଭାରତୀୟ ମାତା-ପିତା ଅନଲାଇନ୍ ସୁରକ୍ଷା ବ୍ୟବସ୍ଥା ବିଷୟରେ ଅଧିକ ସଚେତନ ଅଛନ୍ତି। ସ୍ନାପଚାଟ୍‌ର ଡିଜିଟାଲ ୱେଲବିଙ୍ଗ୍‌ ଇଣ୍ଡେକ୍ସରେ ଅଷ୍ଟ୍ରେଲିଆ, ଫ୍ରାନ୍ସ, ଜର୍ମାନୀ, ବ୍ରିଟେନ ଓ ଆମେରିକାଠାରୁ ଉପରେ ରହିଛି ଭାରତ। କେବଳ ଏତିକି ନୁହେଁ, କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଭାରତ ରାଙ୍କିଙ୍ଗରେ ଶୀର୍ଷରେ ରହିଛି। ଏହି ରିପୋର୍ଟରେ ଜଣାପଡ଼ୁଛି ଯେ, ଭାରତୀୟ ପିତାମାତା କିପରି କ୍ରମାଗତ ଭାବରେ ଅନଲାଇନ୍ ସୁରକ୍ଷା ଯାଞ୍ଚରେ ନିୟୋଜିତ ଅଛନ୍ତି ଏବଂ ‘ମାତା-ପିତା-କିଶୋର’ ଯୋଗଦାନ ସଂସ୍କୃତି ପାଇଁ ଉଦାହରଣ ପାଲଟୁଛନ୍ତି।

ଅନଲାଇନ୍ ନିରାପତ୍ତାରେ ମାତା-ପିତା-ଶିଶୁଙ୍କ ସହଭାଗିତାକୁ ଗୁରୁତ୍ୱ ଦେଇ ଭାରତ ମୋଟ୍ ୬୭ ସ୍କୋର ହାସଲ କରିଛି। ୮୨ ପ୍ରତିଶତରୁ ଅଧିକ ଭାରତୀୟ ମାତାପିତା ବୈଷୟିକ ସହାୟତା ପାଇଁ ନିଜ ପିଲାମାନଙ୍କ ସାହାଯ୍ୟ ଲୋଡ଼ିଥା’ନ୍ତି, ଯାହା ପରିବାର ମଧ୍ୟରେ ଏକ ଅତୁଟ ବନ୍ଧନ ଏବଂ ମୁକ୍ତ ଯୋଗାଯୋଗକୁ ଦର୍ଶାଉଛି। ଏହା ବ୍ୟତୀତ ୬୦ ପ୍ରତିଶତ ଭାରତୀୟ କିଶୋର ଅନଲାଇନ୍ ବିପଦର ସମ୍ମୁଖୀନ ହେଲେ ସୁରକ୍ଷା ପ୍ରତି ସଚେତନତା ସ୍ବରୂପ ସେମାନଙ୍କ ପିତାମାତାଙ୍କଠାରୁ ମାର୍ଗଦର୍ଶନ ନେଇଥା’ନ୍ତି।

- Advertisement -

ସ୍କୋର:

୧. ଭାରତ ୬୭

୨. ଅଷ୍ଟ୍ରେଲିଆ ୬୩

୩. ଜର୍ମାନୀ ୬୦

୪. ବ୍ରିଟେନ ୬୨

୫. ଆମେରିକା ୬୪

୬. ଫ୍ରାନ୍ସ ୫୯

ସର୍ବେକ୍ଷଣର ଦୁଇ ମୁଖ୍ୟ ନିଷ୍କର୍ସ:

– ୭୮ ପ୍ରତିଶତ କିଶୋର ଓ ଯୁବବର୍ଗଙ୍କ କହିବାନୁଯାୟୀ ଗତ ବର୍ଷ ସେମାନେ ଅଧିକ ଅନ୍‌ଲାଇନ୍‌ ବିପଦର ସମ୍ମୁଖୀନ ହୋଇଛନ୍ତି, ଯାହା ୨୦୨୨ଠାରୁ ଦୁଇ ପ୍ରତିଶତ ଅଧିକ ରହିଛି।

– ୫୦ ପ୍ରତିଶତ ମାତା-ପିତା କହିଛନ୍ତି ଯେ, ସେମାନେ ନିଜ ପିଲାମାନଙ୍କ ଅନ୍‌ଲାଇନ୍‌ ଗତିବିଧି ଉପରେ ସକ୍ରିୟ ଭାବେ ନଜର ରଖିବାର ସର୍ବୋତ୍ତମ ଉପାୟ ଜାଣନ୍ତି।

ଏଭଳି ପ୍ରସ୍ତୁତ ହୋଇଛି ଇଣ୍ଡେକ୍ସ:

୯,୧୦୦ ଉତ୍ତରଦାତାଙ୍କ ଅନଲାଇନ ସର୍ବେକ୍ଷଣ ଆଧାରରେ ଇଣ୍ଡେକ୍ସ ପ୍ରସ୍ତୁତ କରାଯାଇଛି। ଏଥିରେ କିଶୋର, ଯୁବବର୍ଗ ଓ ୬ଟି ଦେଶ ଅଷ୍ଟ୍ରେଲିଆ, ଫ୍ରାନ୍ସ, ଜର୍ମାନୀ, ଭାରତ, ବ୍ରିଟେନ ଓ ଆମେରିକାର ମାତା-ପିତା ସାମିଲ ଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories