www.samajalive.in
Friday, December 12, 2025
14.1 C
Bhubaneswar

ଜନଜାତି ସଂସ୍କୃତି ପ୍ରଗତିର ସଶକ୍ତ ସାଥୀ

ପଦ୍ମପୁର: ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ନିର୍ଦ୍ଦେଶ କ୍ରମେ ଏବଂ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଗୁଣପୁର ଆନୁକୁଲ୍ୟରେ ପଦ୍ମପୁର ଆରଜି କଲେଜ ପାଖ ପଡିଆ ଠାରେ ସଶକ୍ତ ସାଥୀ ଶିବିର ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଗୁଣପୁରର ପ୍ରକଳ୍ପ ପ୍ରଶାସିକା ଶାନ୍ତିପ୍ରଭା ପ୍ରଧାନ, ମୁଖ୍ୟ ବକ୍ତା ପଦ୍ମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଜିତ୍ କୁମାର ମିଶ୍ର, ସମ୍ମାନିତ ଅତିଥି ରୂପେ ପଞ୍ଚାୟତ ସମିତି ଅଧ୍ୟକ୍ଷା ମଣିମାଳା ଶବର,ଉପାଧ୍ୟକ୍ଷ ରମେଶ ସାହୁ, ଜିଲା ପରିଷଦ ସଦସ୍ୟ ରବିନାରାୟଣ ଆଚାର୍ଯ୍ୟ,ସ୍ଵତନ୍ତ୍ର ଉନ୍ନୟନ ପରିଷଦ ସଦସ୍ୟ ହୁରୁଚୁଲା ମାଝୀ,ସହଦେବ ମାଣ୍ଡାଙ୍ଗି ପ୍ରମୁଖ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥି ପରିଚୟ ସହ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା। ଏହା ପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।ମୁଖ୍ୟ ଅତିଥି ଶ୍ରୀମତୀ ପ୍ରଧାନ ନିଜ ଅଭିଭାଷଣରେ  ଏହି କାର୍ଯ୍ୟକ୍ରମ ମୁଖ୍ୟତଃ ଜନଜାତି ଙ୍କ ସଂସ୍କୃତି ଓ ପ୍ରଗତି  ସହ ସରକାର ଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ଉପରେ ବିଭାଗ ର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ।ପଦ୍ମପୁର ପଞ୍ଚାୟତ ସମିତି ଅନ୍ତର୍ଗତ ଜନଜାତି ସମ୍ପ୍ରଦାୟ ର ଦିଶାରୀ,ଔଷଧ , କଳା ସଂସ୍କୃତି,ଭାଷା ତଥା ବିଭିନ୍ନ କ୍ଷେତ୍ର ଉଲ୍ଲେଖନୀୟ ଅବଦାନ ପାଇଁ ୨୫ ଜଣ ଙ୍କୁ ଏହି କାର୍ଯ୍ୟକ୍ରମ ରେ ସମ୍ବର୍ଦ୍ଧିତ କରାଯାଇଥିଲା।ସ୍ଥାନୀୟ କଳାକାର ଙ୍କ ଦ୍ଵାରା ଆଦିବାସୀ କଳା ସଂସ୍କୃତି ଉପରେ ପର୍ଯ୍ୟବେସିତ ନୃତ୍ୟ ପ୍ରଦର୍ଶନ ହୋଇଥିଲା।ଏହି ସଶକ୍ତ ସାଥୀ ଶିବିର ପଦ୍ମପୁର ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସୁସ୍ମିତା ରଥଙ୍କ ପ୍ରତ୍ୟକ୍ଷ  ତତ୍ତ୍ଵାବଧାନରେ ଆୟୋଜିତ ହୋଇଥିଲା।

- Advertisement -

ଏହି କାର୍ଯ୍ୟକ୍ରମ ରେ ମଞ୍ଚ ପରିଚାଳନା ଶିକ୍ଷକ ଅଜିତ ଚୌଧୁରୀ, ନୀଳମାଧବ ପାଣିଗ୍ରାହୀ, ରାଜେଶ ବେହେରା, ବାଳକୃଷ୍ଣ ଶବର ସହଯୋଗ କରିଥିବା ବେଳେ ମିଶନ ଶକ୍ତି ସଂଯୋଜକ ସୁନିଲ ମିଶ୍ର ସଂଯୋଜନା ସହ ଧନ୍ୟବାଦ୍ ଅର୍ପଣ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories